ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ସମସ୍ତ ସୂଚନା ଜାଣନ୍ତୁ ପଇସା ପ୍ଲସ୍‌ରେ।

mutual-fund

ମ୍ୟୁଚୁଆଲ ଫଣ୍ଡ୍‌ କ’ଣ, ଜାଣନ୍ତୁ କିପରି କରିବେ ପୁଞ୍ଜି ନିବେଶ?

ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି ଏଭଳି ବି ଲୋକ ଅଛନ୍ତି, ଯେଉଁମାନେ ନିଜ ଅର୍ଥ କିପରି ନିବେଶ କରି ଲାଭବାନ ହେବେ ତାହା ଜାଣନ୍ତି ନାହିଁ। ସେମାନଙ୍କ ପାଇଁ  ମ୍ୟୁଚୁଆଲ ଫଣ୍ଡ ଏକ ଭଲ ପନ୍ଥା। ଯଦିଓ ଏଥିରେ କିଛିଟା ଛୋଟମୋଟ ରିସ୍କ ଅଛି, ତେବେ ଏଥିରେ ଭିନ୍ନ ଭିନ୍ନ ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ଜରିଆରେ ପୁଞ୍ଜି ନିବେଶ କରି ଆପଣ ଲାଭବାନ ହୋଇପାରିବେ।

ପ୍ରଥମ ଥର ପାଇଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ଏହି ୬ଟି ବିଷୟକୁ ଧ୍ୟାନରେ ରଖନ୍ତୁ

ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ, କେମିତି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ହେବ। କିଏ ରିଟାୟରମେଣ୍ଟ୍ ପାଇଁ କେଉଁ ଫଣ୍ଡ ସବୁଠୁ ଭଲ ଜାଣିବାକୁ ଚାହୁଁଛନ୍ତି ତ’ କିଏ ଏହା ଜାଣିବାକୁ ଉତ୍ସୁକ ଯେ, ସେ ନିବେଶ କରିଥିବା ଫଣ୍ଡ୍ ଭଲ କି ନୁହେଁ। ନୂଆ ନିବେଶକଙ୍କ ପାଇଁ ଆମେ ଏଠାରେ କିଛି ଟିପ୍ସ ଦେଉଛୁ।

ମ୍ୟୁଚୁଆଲ ଫଣ୍ଡର ଫଣ୍ଡା – ୧

ମ୍ୟୁଚୁଆଲ ଫଣ୍ଡ ୭ ପ୍ରକାରର। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ୫ ପ୍ରକାରର ମ୍ୟୁଚୁଆଲ ଫଣ୍ଡକୁ ନେଇ ହୋଇଥାଏ। ଏହି ୫ ପ୍ରକାରର ମ୍ୟୁଚୁଆଲ ଫଣ୍ଡ ହେଲେ .. ଇକ୍ୱିଟି ଫଣ୍ଡ୍, ବାଲାନ୍ସ ଫଣ୍ଡ୍, ଇଣ୍ଡେକ୍ସ ଫଣ୍ଡ, ଡେବ୍ଟ ଫଣ୍ଡ୍, ମନି ମାର୍କେଟ୍ ଫଣ୍ଡ୍, ଗିଲ୍ଡ ଫଣ୍ଡ ଓ ଲିକ୍ୱିଡ୍ ଫଣ୍ଡ୍। ଏଥର ଆସନ୍ତୁ ସଂକ୍ଷପରେ ଜାଣିବା ଏହି ସବୁ ଫଣ୍ଡ କେମିତି କାମ କରନ୍ତି।

ଇକ୍ୱିଟି ଫଣ୍ଡ କ’ଣ? କେମିତି ଜାଣିବେ କେଉଁ ଫଣ୍ଡ ଆପଣଙ୍କ ପାଇଁ ଠିକ୍?

ଇକ୍ୱିଟି ଫଣ୍ଡ୍ ଏମିତି ଏକ ମ୍ୟୁଚୁଆଲ ଫଣ୍ଡ୍ ଯାହା ଷ୍ଟକରେ ମୁଖ୍ୟତଃ ନିବେଶ କରିଥାଏ। ଏହା ସକ୍ରିୟ କିମ୍ବା ନିଷ୍କ୍ରିୟ (ଇଣ୍ଡେକ୍ସ ଫଣ୍ଡ୍) ଭାବେ ମ୍ୟାନେଜ କରାଯାଇପାରେ। ଇକ୍ୱିଟି ଫଣ୍ଡ୍ ଷ୍ଟକ ବଣ୍ଡ୍‌ ଭାବେ ମଧ୍ୟ ପରିଚିତ। ଷ୍ଟକ ମ୍ୟୁଚୁଆଲ ଫଣ୍ଡ୍ ମୁଖ୍ୟତଃ କମ୍ପାନିର ଆକାର, ପୋର୍ଟଫୋଲିଓରେ ହୋଲ୍ଡିଂସର ନିବେଶ ଶୈଳୀ ଅନୁସାରେ ବର୍ଗୀକୃତ ହୋଇଥାଏ। ମୁଖ୍ୟତଃ ସେୟାରରେ ନିବେଶ କରାଯାଉଥିବାରୁ ଏହାର ଫଣ୍ଡ୍ ମ୍ୟାନେଜର ବିଭିନ୍ନ କମ୍ପାନିର ସେୟାରର ପ୍ରଦର୍ଶନକୁ ବିଚାରକୁ ନେଇଥାନ୍ତି। ଗୋଟିଏ ରିସର୍ଚ୍ଚ ଟିମ୍ ତାଙ୍କୁ ଏଥିରେ ସାହାଯ୍ୟ କରିଥାଏ।

କେମିତି ସୁରକ୍ଷିତ ରଖିବେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜିନିବେଶ

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ ସ୍କିମଗୁଡିକ ମଧ୍ୟରୁ ଆପଣ ଯେକୌଣସି ସ୍କିମ୍ ଚୟନ କରନ୍ତୁ, ଯଦି ଆପଣ ସେଥିରେ ୭ରୁ ୮ବର୍ଷ କିମ୍ବା ତା’ଠାରୁ ଅଧିକ ସମୟର ଲଙ୍ଗ ଟର୍ମରେ ନିବେଶ କରୁଛନ୍ତି, ତା’ହେଲେ ଆପଣ ନିଶ୍ଚିତ ଭାବେ ଲାଭବାନ ହୋଇପାରିବେ।

କ’ଣ ପାଇଁ ଅନେକ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଭଲ ରିଟର୍ଣ୍ଣ ପାଆନ୍ତି ନାହିଁ?

ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ। ଜାଣନ୍ତୁ, କ’ଣ ପାଇଁ ଅନେକ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଭଲ ରିଟର୍ଣ୍ଣ ପାଆନ୍ତି ନାହିଁ?

ମ୍ୟୁଚୁଆଲ ଫଣ୍ଡ୍‌ ରିଟର୍ଣ୍ଣ ଉପରେ କେମିତି ଲାଗେ ଟ୍ୟାକ୍ସ?

ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ। ସ୍କିମ ପ୍ରକାରଭେଦ ଉପରେ ମଧ୍ୟ ଟ୍ୟାକ୍ସ ନିର୍ଭର କରିଥାଏ। ସ୍କିମ୍ ଇକ୍ୱିଟି କିମ୍ବା ନନ୍ ଇକ୍ୱିଟି ତାହା ଦେଖାଯାଇଥାଏ। ଏହାସହ ନିବେଶ କେତେ ସମୟ ଯାଏ ହୋଇଛି ତା’ ଉପରେ ମଧ୍ୟ ଟ୍ୟାକ୍ସ ପରିମାଣ ନିର୍ଭର କରିଥାଏ।

ପିଲାଙ୍କ ନାମରେ କିଣିପାରିବେ ମ୍ୟୁଚୁଆଲ୍ ଫଣ୍ଡ

ସବୁ ପିତାମାତା ନିଜ ସନ୍ତାନଙ୍କ ପାଇଁ ସୁରକ୍ଷିତ ଭବିଷ୍ୟତ ଚାହାନ୍ତି। ପିଲାଙ୍କ ଉଚ୍ଚଶିକ୍ଷା, ସୁରକ୍ଷିତ ଭବିଷ୍ୟତରେ ନିବେଶ ପାଇଁ ସମସ୍ତେ ସବୁବେଳେ ଉଦବିଗ୍ନ ଥା’ନ୍ତି। ଆପଣ ସଠିକ ରଣନୀତି ତିଆରି କରି ନିଜ ପିଲା ପାଇଁ ଅଧିକ ଅର୍ଥ ଯୋଗାଡ଼ କରିପାରିବେ। ପିଲା ଜନ୍ମ ସହ ଆପଣ ଯଦି ପ୍ଲାନିଂ କରନ୍ତି ତେବେ ଆପଣଙ୍କ ସନ୍ତାନକୁ ୧୫ରୁ ୨୦ ବର୍ଷ ହେବା ବେଳକୁ ଆପଣ ଭଲ ପାଣ୍ଠି ତିଆରି କରିପାରିଥିବେ। ଏଥିରେ ମ୍ୟୁଚୁଆଲ୍ ଫଣ୍ଡ୍ ଆପଣଙ୍କୁ ସାହାଯ୍ୟ କରି ପାରିବ।

ଭୁଲ ବୀମା କିମ୍ବା ମ୍ୟୁଚୁଆଲ ଫଣ୍ଡ ବାଛିଛନ୍ତି କି, ଜାଣନ୍ତୁ କ’ଣ କରିବେ?

ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ’ଣ କରିବା ଠିକ୍ ହେବ? ନିବେଶ ଜାରି ରଖିବା ଠିକ୍ ନା ନିବେଶରୁ ଓହରି ଯିବା ବୁଦ୍ଧିମାନର କାମ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା।

ଅନ୍ତରାଷ୍ଟ୍ରୀୟ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ କ’ଣ? କେମିତି ଏଥିରୁ ମିଳେ ଭଲ ରିଟର୍ଣ୍ଣ?

ମ୍ୟୁଚୁଆଲ ଫଣ୍ଡ୍ ଦୁନିଆରେ ଏବେ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ ଓ ଇଣ୍ଡେକ୍ସ ବାବଦରେ ଚର୍ଚ୍ଚା ହେଉଛି। ଆମେ ଆପଣଙ୍କୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କ’ଣ? ଏହା କେମିତି କାମ କରେ ସେବାବଦରେ ବିସ୍ତାରରେ କହିବୁ। ଭାରତୀୟ ବଜାର ତୁଳନାରେ ଆମେରିକାର ଇକ୍ୱିଟି ବଜାରରେ ବିଶେଷକରି ଲାର୍ଜ କ୍ୟାପ୍‌ରେ ଭଲ ପ୍ରଦର୍ଶନ କାରଣରୁ ଏହି ଫଣ୍ଡ୍ ଚର୍ଚ୍ଚାରେ ଅଛି।

ଡାଇରେକ୍ଟ୍ ମ୍ୟୁଚୁଆଲ୍ ଫଣ୍ଡ କ’ଣ? ଏହି ପ୍ଲାନରେ ନିବେଶ ନିବେଶକଙ୍କ ପାଇଁ କାହିଁକି ଲାଭଦାୟକ?

ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଆଜିର ସମୟରେ ବେଶ୍‌ ଆଦୃତ ହୋଇ ପାରିଛି। ମ୍ୟୁଚୁଆଲ୍ ଫଣ୍ଡ୍ ଆପଣ ଦୁଇଟି ବାଟରେ କିଣି ପାରିବେ। ଗୋଟିଏ ଏଜେଣ୍ଟ ଜରିଆରେ ଅନ୍ୟଟି ସିଧାସଳଖ। ମ୍ୟୁଚୁଆଲ ଫଣ୍ଡ୍‌ କମ୍ପାନି ନିଜର ସବୁ ସ୍କିମ୍‌ରେ ଡାଇରେକ୍ଟ୍ ପ୍ଲାନ୍ ବିକଳ୍ପ ରଖିଥାନ୍ତି। ଡାଇରେକ୍ଟ୍ ପ୍ଲାନ୍ ଆପଣ ସିଧାସଳଖ କମ୍ପାନିର ୱେବସାଇଟକୁ ଯାଇ କିଣିପାରିବେ। ଏହି ପ୍ରୋସେସ୍‌ରେ ମଝିରେ ଏଜେଣ୍ଟ ନଥିବା କାରଣରୁ ଏକ୍ସପେନ୍ସ ରେସିଓ କମିଯାଇଥାଏ। ଯାହାର ଫାଇଦା ନିବେଶକ ପାଇଥାନ୍ତି। ନିବେଶକ ଡାଇରେକ୍ଟ ପ୍ଲାନ୍ ଜରିଆରେ ମ୍ୟୁଚୁଆଲ ଫଣ୍ଡ୍‌ କିଣି ୧ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ରିଟର୍ଣ୍ଣ ପାଇ ପାରିବେ।

ଏସ୍‌ଆଇପି କ’ଣ? ଜାଣନ୍ତୁ, ଏଥିରେ କାହିଁକି କରିବେ ନିବେଶ?

ଏସ୍‌ଆଇପି(SIP) ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନକୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଉଥିବା ଆର୍ଥିକ ଶବ୍ଦ ଅଟେ। ଅନେକ ନିବେଶକ ଯେଉଁମାନେ ନିବେଶ କ୍ଷେତ୍ରକୁ ନୂଆ କରି ଆସିଥାନ୍ତି ସେମାନେ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କେମିତି କରାଯିବା ତାହା ଜାଣିବାକୁ ଚାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍‌ରେ ଏସ୍‌ଆଇପି ଜରିଆରେ ଅଧିକ ନିବେଶ ହେଉଛି। ଆପଣ ମଧ୍ୟ ଯଦି ନିଜ ବଳକା ଟଙ୍କାକୁ ପ୍ରତି ମାସରେ ଏସ୍‌ଆଇପି ଜରିଆରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପଇସା ପ୍ଲସ ଆପଣଙ୍କୁ କହିବ କେମିତି ସିପ୍ କରିବେ।

ଏସ୍‌ଆଇପି ଜରିଆରେ ମ୍ୟୁଚୁଆଲ ଫଣ୍ଡ, ସେୟାର ଓ ଆର୍‌ଡିରେ କେମିତି କରିବେ ନିବେଶ?

ସଞ୍ଚୟ ଓ ନିବେଶ ଅଭ୍ୟାସ ବଢାଇବା ପାଇଁ ନିୟମିତ ଭାବେ ଅଳ୍ପ କିଛି ଟଙ୍କା ଅଲଗା ରଖିବା ଭଲ ହୋଇଥାଏ। ଏଥିରେ ନିବେଶକ ନିଜ ନିୟମିତ ଖର୍ଚ୍ଚକୁ ମ୍ୟାନେଜ୍ କରିପାରିବେ। ଏହା ସମୟ ବଢ଼ିବା ସହ ଆପଣ ଏକ ବଡ଼ ରାଶି ସଞ୍ଚୟ କରିପାରିବେ। ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସ୍‌ଆଇପି ପାଇଁ ନିବେଶକ ଅଲଗା ଅଲଗା ପ୍ରଡକ୍ଟ ବାଛିପାରିବେ।

ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କଲା ବେଳେ କାହିଁକି କରିବେ ଏସ୍‌ଆଇପି?

ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ବା ସୁବ୍ୟବସ୍ଥିତ ନିବେଶ ଯୋଜନା ହେଉଛି ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ଏକ ପଦ୍ଧତି। ଏହା କମ୍ ରିସ୍କ ବା ଅପେକ୍ଷାକୃତ ନିରାପଦ ଏବଂ ଏହା ନିବେଶକଙ୍କୁ ଅଳ୍ପ ପରିମାଣର ପୁଞ୍ଜି ନିବେଶ କରି ଭଲ ଲାଭାଂଶ ପାଇବାର ସୁଯୋଗ ଦେଇଥାଏ। ବିଶେଷକରି ନୂତନ ନିବେଶକ ବା ପ୍ରଥମକରି ଯେଉଁମାନେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରୁଛନ୍ତି ସେମାନଙ୍କ ପାଇଁ ଏସଆଇପି ବେଶ୍ ଉପଯୋଗୀ ହୋଇଥାଏ।

ମ୍ୟୁଚୁଆଲ ଫଣ୍ଡ୍‌ ୟୁନିଟକୁ କେମିତି କରିବେ ରିଡିମ୍?

ମ୍ୟୁଚୁଆଲ ଫଣ୍ଡ୍‌କୁ ନିବେଶକ ଅଧିକ ଗୁରୁତ୍ୱ ଦେଉଛନ୍ତି କାରଣ ହେଉଛି ଏଥିରେ ସେୟାର ମାର୍କେଟଠାରୁ କମ ରିସ୍କ ଥାଏ। ସେୟାର  ବଜାର ବାବଦରେ କମ ଜ୍ଞାନ ଥିବା ବା ବିଲକୁଲ ଅନଭିଜ୍ଞ ଥିବା ବ୍ୟକ୍ତି ଏଥିରେ କମ ରିସ୍କରେ ନିବେଶ କରିପାରିବେ। ଏହା ସହ ଆଉ ଗୋଟିଏ କାରଣ ପାଇଁ ମ୍ୟୁଚୁଆଲ ଫଣ୍ଡ୍‌କୁ ନିବେଶକ ଗୁରୁତ୍ୱ ଦେଇଥାନ୍ତି ତାହା ହେଲା ଏହାର ୟୁନିଟକୁ ଜଣେ ନିବେଶକ ସହଜରେ ରିଡିମ୍ ବା ଭଙ୍ଗାଇ ଟଙ୍କା ଆଣି ପାରିବେ। ତେବେ କେମିତି ଆପଣ ନିଜ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟକୁ ରିଡିମ୍ କରି ପାରିବେ? ଏହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ମ୍ୟୁଚୁଆଲ ଫଣ୍ଡ୍‌ରେ ୟୁନିଟ୍ କ’ଣ ?

ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶର ୫ଟି କାରଣ

ଏମିତିରେ ଟ୍ୟାକ୍ସ ସେଭିଂ ବିକଳ୍ପ ବହୁତ ରହିଛି, ଯେମିତି ନ୍ୟାସନାଲ ପେନସନ ସିଷ୍ଟମ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍,ପିପିଏଫ ଇତ୍ୟାଦି। ତେବେ ଏସବୁ ମଧ୍ୟରେ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ଇଏଲଏସଏସ) ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟ୍ୟାକ୍ସ ସେଭିଂ ବିକଳ୍ପ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି କାରଣ ବିଷୟରେ କହିବୁ ଯାହା ଇଏଲଏସଏସରେ ନିବେଶକୁ ଅଧିକ ଆକର୍ଷକ କରିଥାଏ।

୪୦ ପାର କରିସାରିଲେଣି କି? ତେବେ ଚେକ୍ କରନ୍ତୁ ପର୍ସନାଲ ଫାଇନାନ୍ସ

ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ ଫର୍ମରେ ନୋମିନିଙ୍କ ନାମ ପୁରଣ କରିବାକୁ ପଡ଼ିଥାଏ। କାରଣ ହେଉଛି ୟୁନିଟ୍ ହୋଲ୍ଡରଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ତାଙ୍କ ଦ୍ୱାରା ଚୟିତ ବ୍ୟକ୍ତିଙ୍କ ନାମରେ ୟୁନିଟକୁ ଟ୍ରାନ୍ସଫର କରାଯାଇଥାଏ। ଆସନ୍ତୁ ନୋମିନି ଚୟନ ବାବଦରେ ସବୁ ତଥ୍ୟ।