ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗୋଟିଏ ଲୋନ୍ ସ୍କିମ୍ ନେଇ ଆସିଛି, ଯେଉଁଥିରେ ବାର୍ଷିକ ୯.୪ ପ୍ରତିଶତ ସୁଧରେ ଆପଣ ଲୋନ୍ ନେଇ ପାରିବେ।

କରୋନା କାରଣରୁ ଯଦି ଆପଣଙ୍କ ଚାକିରି ଚାଲିଯାଇଛି ଓ ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ରାଷ୍ଟ୍ରାୟତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ(ଆଇଓବି) ଏଭଳି ପରିସ୍ଥିତିର ସମ୍ମଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲୋନ୍ ସ୍କିମ୍ ଆଣିଛି। ଯାହାର ଲାଭ ଯେକୌଣସି ବ୍ୟାଙ୍କ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ନେଇ ପାରିବେ। ଏହା ଅନ୍ତର୍ଗତରେ ଏସଏଚଜିଙ୍କୁ ବାର୍ଷିକ ୯.୪ ପ୍ରତିଶତ ସୁଧରେ ଲୋନ୍ ମିଳିବ। ଲୋନ୍ ପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ବନ୍ଧକ ମଧ୍ୟ ଦେବାକୁ ପଡିବ ନାହିଁ। ଏହି ଯୋଜନା ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଜାରି ରହିବ।

ବ୍ୟାଙ୍କରୁ ମିଳୁଥିବା ତଥ୍ୟ ଅନୁସାରେ କୋଭିଡ୍-୧୯ ପାଇଁ ଦିଆଯାଉଥିବା ଏହି ବିଶେଷ ଲୋନ୍ କେବଳ ସେମାନଙ୍କୁ ମିଳିବ ଯେଉଁମାନଙ୍କ ଟ୍ରାକ୍ ରେକର୍ଡ ଉତ୍ତମ ଥିବ। ଏହାଛଡ଼ା ଏହି ସୁବିଧା ପାଇଁ କୌଣସି ଏସଏଚଜି ଗ୍ରୁପକୁ ପୂର୍ବରୁ ଯେକୌଣସି ବ୍ୟାଙ୍କଠାରୁ ଅତିକମର ଦୁଇଥର ଲୋନ୍ ନେଇଥିବ। ଏହାଦ୍ୱାରା ଏସଏଚଜି ଠିକ ସମୟରେ ଲୋନ ସୁଝିଛି କି ନାହିଁ ତାହା ସହଜରେ ଜଣାପଡ଼ିବ।

କେମିତି କରିବେ ଆବେଦନ?

ଆଇଓବିର ଏହି ବିଶେଷ ଲୋନର ଲାଭ ନେବାକୁ ହେଲେ SHGଙ୍କୁ ସିଧାସଳଖ ବ୍ୟାଙ୍କ ଶାଖାରେ ଆବେଦନ କରିବାକୁ ପଡିବ। ଯଦି ଆପଣ ରହୁଥିବା ସ୍ଥାନଠାରୁ ଆଇଓବି ଶାଖା ଦୁରରେ ଅଛି ତେବେ ଆପଣ ବିଜନେସ୍ ପତ୍ରାଚାର ଦ୍ୱାର ଲୋନ୍ ପାଇଁ ଆବେଦନ କରି ପାରିବେ। ଏହି ବିଶେଷ ଲୋନ୍ ଅନ୍ତର୍ଗତରେ ଗୋଟିଏ ଏସଏଚଜି ସର୍ବାଧିକ ୧ ଲକ୍ଷ ଟଙ୍କା ଲୋନ୍ ନେଇ ପାରିବେ। ଏହାସହ ଗ୍ରୁପର ପ୍ରତି ସଦସ୍ୟ ମୁଣ୍ଡପିଛା ୫ ହଜାର ଟଙ୍କା ଲୋନ୍ ନେଇ ପାରିବେ।

ଦିନରେ ମିଳିବ ଲୋନ୍

ସମସ୍ତ କାଗଜପତ୍ର ସହ ଆବେଦନ କରିବାର ୬ ଦିନ ଭିତରେ ଲୋନ୍ ମିଳିବ। ତେବେ ଏଥିପାଇଁ ଆପଣଙ୍କ କାଗଜପତ୍ର ଠିକ ଥିବା ଆବଶ୍ୟକ ଓ ଆପଣଙ୍କ ସିବିଲ ସ୍କୋର ଭଲ ହୋଇଥିବା ଆବଶ୍ୟକ। ଏହି ଲୋନ୍ ସ୍କିମ୍ ଅନୁସାରେ ଆପଣ ଲୋନ୍ ନେବା ମାସଠାରୁ ୬ ମାସ ପର୍ଯ୍ୟନ୍ତ କିସ୍ତି ନଶୁଝିଲେ ମଧ୍ୟ ଚଳିବ। ଏହାପରେ ଆପଣଙ୍କୁ ୩୦ଟି କିସ୍ତିରେ ଲୋନ୍ ଶୁଝିବାକୁ ପଡ଼ିବ।ଏହି ଲୋନରେ ସୁଧ ହାର ୧ ବର୍ଷ MCLR (8.25%) +SP(0.2%)+RP(0.95%)  ଅର୍ଥାତ ବାର୍ଷିକ ୯.୪ ପ୍ରତିଶତ।

କୌଣସି ପ୍ରୋସେସିଂ ଫି’ ନାହିଁ

ଏହି ଲୋନ୍ ପାଇଁ କୌଣସି ପ୍ରୋସେସିଂ ଫି’ ନିଆଯିବ ନାହିଁ। ଏହାସହ ଏହି ଲୋନର SHGର ପାଣ୍ଠି ସହ କୌଣସି ସମ୍ବନ୍ଧ ରହିବ ନାହିଁ। ଏହସହ ଏଥିପାଇଁ ଗ୍ରୁପକୁ କୌଣସି ବନ୍ଧକ ମଧ୍ୟ ରଖିବାକୁ ପଡ଼ିବ ନାହିଁ।