ବଡ଼ ପରିବାର ହୋଇଥିଲେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବୀମା ନେବା ତୁଳନାରେ ଫ୍ଲୋଟର ପ୍ଲାନ୍ ଶସ୍ତା କମ ପ୍ରିମିୟମରେ ମିଳିବ ଅଧିକ ଆର୍ଥିକ ସୁରକ୍ଷା

କରୋନା ଭାଇରସ ଦେଶବ୍ୟାପି ଆତଙ୍କ ସୃଷ୍ଟି କରିଛି। ଏମିତିରେ ଯଦି ଆପଣ ସ୍ୱାସ୍ଥ୍ୟବୀମା ନେଇଛନ୍ତି ତେବେ ଆପଣଙ୍କର ଚିନ୍ତା କରିବାର କିଛି ନାହିଁ। କିନ୍ତୁ ବଡ଼ ପରିବାର ହୋଇଥିଲେ ଘରର ପ୍ରତି ସଦସ୍ୟଙ୍କ ପାଇଁ ଅଲଗା ଅଲଗା ସ୍ୱାସ୍ଥ୍ୟବୀମା ନେବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିବ। ଏମିତିରେ ଆପଣ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଫ୍ଲୋଟର ପ୍ଲାନ୍ ନେଇ ପାରିବେ। ଏହାଦ୍ୱାରା ଆପଣ କମ ଟଙ୍କାରେ ପୂରା ପରିବାର ପାଇଁ ସ୍ୱାସ୍ଥ୍ୟବୀମା ପାଇପାରିବେ। ଏଭଳି ସ୍ୱାସ୍ଥ୍ୟବୀମାର ଫାଇଦା ହେଉଛି କମ ପ୍ରିମିୟମରେ ଆପଣ ୧୫ ଜଣ ସଦସ୍ୟଙ୍କୁ ବୀମାଭୁକ୍ତ କରିପାରିବେ।

ଏମିତି ଏହି ପ୍ଲାନର ଗଣିତକୁ ବୁଝନ୍ତୁ

ଏଥିରେ ଗୋଟିଏ ପ୍ଲାନରେ ହିଁ ପରିବାରର ସବୁ ସଦସ୍ୟ କଭର ହୁଅନ୍ତି। ଏହାସହ ସମସ୍ତଙ୍କ ପ୍ରିମିୟମ ଏକା ପ୍ରକାରର ହୋଇଥାଏ। ଉଦାହରଣ ସ୍ୱରୁପ ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି। ଆପଣ ସମସ୍ତଙ୍କ ପାଇଁ ଅଲଗା ଅଲଗା ୨-୨ ଲକ୍ଷ ଟଙ୍କାର ପ୍ଲାନ୍ ନିଅନ୍ତି। ଏଥିରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର କଭର ମିଳିଥାଏ। ଏହାର ବିପରୀତରେ ଆପଣ ଯଦି ୮ ଲକ୍ଷର ଫ୍ୟାମିଲ ଫ୍ଲୋଟର ପ୍ଲାନ୍ ନିଅନ୍ତି ତେବେ ତେବେ ସବୁ ସଦସ୍ୟଙ୍କୁ ୨-୨ ଲକ୍ଷ ଟଙ୍କାର ବୀମା ବଦଳରେ ୮ ଲକ୍ଷ ଟଙ୍କାର କଭର ମିଳିଥାଏ। ଏଭଳି ପ୍ଲାନ୍ ଆଣିବା ପଛେ ବୀମା କଂପାନିଙ୍କ ଏହି ଅବଧାରଣା ରହିଛି ଯେ, ଗୋଟିଏ ସମୟରେ ପରିବାରର ସବୁ ସଦସ୍ୟ ରୋଗରେ ପଡ଼ିବା ସମ୍ଭାବନା ପ୍ରାୟତଃ ନଥାଏ।

ଉଦାହରଣ ଦ୍ୱାରା ବୁଝନ୍ତୁ ପ୍ଲାନ୍ କେମିତି କାମ କରିଥାଏ

ଧରି ନିଅନ୍ତୁ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ବୀମା ନିଅନ୍ତି। ପରିବାରରେ ତାଙ୍କର ପତ୍ନୀ, ଦୁଇ ପିଲା ଅଛନ୍ତି। ପଲିସି ଅବଧି କାଳରେ ସେମାନଙ୍କୁ ଡେଙ୍ଗୁ ହୋଇଯାଏ ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ। ସେମାନଙ୍କ ଚିକିତ୍ସାରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଜଣେ ବୀମାଧାରକ ହିସାବରେ ସେ ବୀମା କଂପାନି ପାଖରେ ଏହି ଟଙ୍କା ପାଇଁ କ୍ଲେମ୍ କରିପାରିବେ। ଫ୍ୟାମିଲି ଫ୍ଲୋଟର ପ୍ଲାନ୍ ଅନ୍ତର୍ଗତରେ ବୀମାଧାରକଙ୍କ ପାଖରେ ୩ ଲକ୍ଷ ଖର୍ଚ୍ଚ ପରେ ମଧ୍ୟ ୭ ଲକ୍ଷ ଟଙ୍କା ବଳକା ରହିବ। ଯାହା ପରେ ଦରକାର ବେଳେ କାମରେ ଆସିବ।

ଦେବାକୁ ପଡ଼ିବ କମ ପ୍ରିମିୟମ

ଇଣ୍ଡିଭିଜୁଆଲ ଓ ଫ୍ୟାମିଲି ଫ୍ଲୋଟର ‘ଇନଜେମାନିଟି’ ପ୍ଲାନ୍। ଏହାର ଅର୍ଥ ହେଉଛି ହସ୍ପିଟାଲରେ ଭର୍ତ୍ତି କାଳରେ ହୋଇଥିବା ଖର୍ଚ୍ଚ ଆପଣଙ୍କୁ ଫେରସ୍ତ ମିଳିଥାଏ। ଫ୍ଲୋଟର ପ୍ଲାନରେ ଆପଣ ନିଜ ପରିବାର ଅର୍ଥାତ ପତି, ପତ୍ନୀ, ସନ୍ତାନ, ମାତା-ପିତାଙ୍କ ସହ ଶାଶୁ-ଶ୍ୱଶୁରଙ୍କୁ ମଧ୍ୟ ସାମିଲ କରିପାରିବେ। ଅନେକ କଂପାନି ଫ୍ଲୋଟର ପ୍ଲାନରେ ଆଗରୁ ପିତାମାତାଙ୍କ ରୋଗକୁ ମଧ୍ୟ କଭର କରନ୍ତି। ତେବେ ଏଥିପାଇଁ ଆପଣଙ୍କୁ କିଛି ଅଧିକ ପ୍ରିମିୟମ ଦେବାକୁ ପଡ଼ିଥାଏ। ଆପଣ ଗୋଟିଏ ଫ୍ଲୋଟର ପ୍ଲାନରେ ୧୫ ଜଣଙ୍କ ପାଇଁ ବୀମା କରିପାରିବେ।

ଗମ୍ଭୀର ରୋଗ ମଧ୍ୟ କଭର ହୋଇଥାଏ

ଏଥିରେ ଆପଣ ଆଡ୍ ଅନ୍ ଭାବେ କ୍ରିଟିକାଲ ଇଲନେସ୍ ବା ଗମ୍ଭୀର ରୋଗକୁ ସାମିଲ କରିପାରିବ। ଆଡ୍ ଅନ୍ ଆପଣଙ୍କୁ ଏଭଳି ମେଡିକାଲ ଏମରଜେନ୍ସିରେ ସୁରକ୍ଷା ଦେଇଥାଏ, ଯାହାର ଚିକିତ୍ସା ଖର୍ଚ୍ଚ ଅଧିକ ହୋଇଥାଏ। ଅଧିକାଂଶ କଂପାନି ୬୦ରୁ ୬୫ ବର୍ଷ ପର୍ଯ୍ୟନ୍ତ ରିନ୍ୟୁର ବିକଳ୍ପ ଦେଇଥାନ୍ତି। ତେବେ କିଛି କଂପାନି ଆଜୀବନ ରିନ୍ୟୁର ବିକଳ୍ପ ଦେଇଥାନ୍ତି। ଏମିତିରେ ଆପଣ ସେହିଭଳି ପ୍ଲାନକୁ ବାଛନ୍ତୁ ଯାହା ଦେବ ଅଧିକରୁ ଅଧିକ ଆର୍ଥିକ ସୁରକ୍ଷା।