କରୋନା ମହାମାରୀ କରାଣରୁ ନିବେଶକ ପ୍ରଥମରୁ ହିଁ ଭୟଭୀତ ଥିଲେ ଏହାଭିତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ମ୍ୟୁଚୁଆଲ ଫଣ୍ଡ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମକୁ ବନ୍ଦ କରିଛି। ଏହା ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ଭୟକୁ ଆହୁରି ବଢାଇ ଦେଇଛି।

ସାରା ଦେଶରେ ଲକଡାଉନ୍। ଏହାରି ଭିତରେ ଦେଶର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ୍ କମ୍ପାନି ଫ୍ରାଙ୍କଲିନ୍ ଟେମ୍ପଲଟନ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମ୍ ଫଣ୍ଡ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ମଧ୍ୟରେ ଭୟକୁ ବଢାଇ ଦେଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାଇଁ ଡେବ୍‌ଟ ଫଣ୍ଡରେ ନିବେଶ ନକରିବା ପାଇଁ ଆର୍ଥିକ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ସେମାନଙ୍କ କହିବା ହେଉଛି ଡେବ୍‌ଟ ଫଣ୍ଡରେ ସମସ୍ୟା କରୋନା ପୂର୍ବରୁ ରହିଛି। କରୋନା ପରେ ବ୍ୟାଡ୍ ଲୋନ୍ ବହୁତ ଅଧିକ ବଢ଼ିବାର ଆଶଙ୍କା ରହିଛି, ଯେଉଁଥିପାଇଁ କ୍ରେଡିଟ୍ ରିସ୍କ ବଢ଼ିଯାଇଛି।

କ୍ଷୁଦ୍ର ବ୍ୟାଙ୍କରେ ନିବେଶ ଉପରେ ବିପଦ

ଏହି ମହାମାରୀ ପରେ ଅନେକ ଛୋଟ ବ୍ୟାଙ୍କ, NBFCs  ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଏହାଛଡ଼ା ଚାକିରି  ଯିବାର ଆଶଙ୍କା ମଧ୍ୟ ରହିଛି। ଅନେକ ମ୍ୟୁଚୁଆଲ ଫଣ୍ଡ୍ ଛୋଟ ବ୍ୟାଙ୍କରେ ନିବେଶ କରିଛନ୍ତି। ତେଣୁ ସେହି ନିବେଶ ବିପଦ ଭିତରେ ଅଛି। ବିଶେଷଜ୍ଞଙ୍କର ଏହା ମଧ୍ୟ କହିବା ହେଉଛି ଯେ, ଯଦି ଡେବ୍‌ଟ ଫଣ୍ଡ୍ ମଜବୁତ ନୁହେଁ ତେବେ କିଛି କ୍ଷତି ସହି ଡେଟ୍ ଫଣ୍ଡରୁ ବାହାରିଯିବା ଠିକ୍ ହେବ।

 

ନିବେଶକଙ୍କ ଚିନ୍ତା ଦୂର କରିବା ପାଇଁ ଆସିଲା ନୂଆ AMFI

ଅନ୍ୟପକ୍ଷରେ ନିବେଶକଙ୍କ ଚିନ୍ତ ଦୂର କରିବା ପାଇଁ ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ ଫଣ୍ଡ୍ ଇନ ଇଣ୍ଡିଆ  (AMFI) ସାମ୍ନାକୁ ଆସିଛି। ସଂଘ କହିଛି ଯେ, ଫିକ୍ସଡ୍ ଇନକମ୍ ବିଶିଷ୍ଟ ଫଣ୍ଡଙ୍କୁ ଉତ୍ତମ କ୍ୱାଲିଟିର ଡେଟ୍ ସିକ୍ୟୁରିଟିଜରେ ନିବେଶ କରାଯାଇଛି। ଏଭଳି ସ୍କିମ ପାଖରେ ଲିକ୍ୱିଡିଟିର ଅଭାବ ନାହିଁ। ତେଣୁ ଡରିବାର ଆବଶ୍ୟକତା ନାହିଁ।

ଫ୍ରାଙ୍କଲିନ୍ ଟେମ୍ପଲଟନ୍ ବନ୍ଦ କଲା ସ୍କିମ୍

ଫ୍ରାଙ୍କଲିନ୍ ଟେମ୍ପଲଟନ୍ ମ୍ୟୁଚୁଆଲ ଫଣ୍ଡ୍ ସ୍ୱେଛାକୃତ ଭାବେ ଏହାର ୬ଟି ସ୍କିମକୁ ବନ୍ଦ କରିଦେଇଛି। କରୋନା ମହାମାରୀ କାରଣରୁ ୟୁନିଟ୍ ବିକ୍ରିର ଚାପ ଓ ବଣ୍ଡ୍ ବଜାରରେ ନଗଦର ଅଭାବକୁ କାରଣ ଭାବେ ଦର୍ଶାଇ ଟେମ୍ପଲଟନ୍ ଏଭଳି କରିଛି।