କରୋନା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାରେ ପ୍ରବେଶ କରିଛି ,ଯେଉଁଥିପାଇଁ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏହି ମ୍ୟୁଚୁଆଲ ଫଣ୍ଡ୍ ଆପଣଙ୍କୁ ଦେଇପାରେ ଲାଭ।

କରୋନା ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି। ନିବେଶକ, ନିବେଶ ଜାରି ରଖିବେ କି ବଜାରରୁ ବାହାରିଯିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏମିତିରେ ମ୍ୟୁଚୁଆଲ ଫଣ୍ଡ୍ ଆଡଭାଇଜରଙ୍କ ପରାମର୍ଶ ହେଉଛି ଲାର୍ଜ୍ କ୍ୟାପ୍ ଫଣ୍ଡରେ ନିବେଶ କରନ୍ତୁ। ଆର୍ଥିକ ପରାମର୍ଶଦାତ୍ତାଙ୍କ କହିବା ହେଉଛି ପ୍ରଭାବ ସବୁ ଫଣ୍ଡ ଉପରେ ଦେଖିବାକୁ ମିଳୁଛି କିନ୍ତୁ ଲାର୍ଜ କ୍ୟାପ୍ ଫଣ୍ଡ୍ ଏହି ପ୍ରଭାବକୁ ସହିବାରେ ସକ୍ଷମ ହେବେ। ଛୋଟ କମ୍ପାନି ଏହି କ୍ଷତିକୁ ସହିବାରେ ଅକ୍ଷମ। ୨୦୨୦ରେ ଏହି ଲାର୍ଜ କ୍ୟାପ ଫଣ୍ଡ୍‌ରେ ନିବେଶ ଆପଣଙ୍କୁ କ୍ଷତିରୁ ବଞ୍ଚାଇ ପାରିବ।

ଟପ୍୧୦୦ କମ୍ପାନିରେ ନିବେଶ

ମ୍ୟୁଚୁଆଲ ଫଣ୍ଡ୍ ପରାମର୍ଶଦାତ୍ତାଙ୍କ କହିବା ହେଉଛି ଏବେ ସେହିଭଳି ସ୍କିମରେ ନିବେଶ କରନ୍ତୁ ଯେଉଁଥିରେ ରିସ୍କ କମ। ସେବି ନିୟମ ଅନୁସାରେ ଲାର୍ଜ କ୍ୟାପ୍ ମ୍ୟୁଚୁଆଲ ଫଣ୍ଡ୍‌ରେ ୮୦ ପ୍ରତିଶତ ରାଶି ମାର୍କେଟ୍ କ୍ୟାପ୍ ହିସାବରେ ଟପ୍-୧୦୦ କମ୍ପାନିରେ  ନିବେଶ କରିବାକୁ ପଡିବ।

ନିଜ ଫିଲ୍ଡରେ ଅଗ୍ରଣୀ ଏହି ସବୁ କମ୍ପାନି

ଏହି ଟପ୍-୧୦୦ କଂପାନି ନିଜ ଫିଲ୍ଡରେ ଅଗ୍ରଣୀ ଅଟନ୍ତି। ଆମେ ସେମାନଙ୍କୁ ଲିଡର୍ସ ବୋଲି କହି ପାରିବା। ଏହି କଂପାନିଙ୍କ ଆର୍ଥିକ ସ୍ଥିତି ମଜବୁତ ଅଛି ଓ ଏମାନେ କରୋନା ସଂକଟର ସମ୍ମୁଖୀନ ହେବାରେ ସକ୍ଷମ ଅଟନ୍ତି। ବଜାରରେ ଅନିଶ୍ଚିତତାର ପ୍ରଭାବ ଏହି କମ୍ପାନିଙ୍କ ସେୟାର ଉପରେ ମଧ୍ୟ ପଡିଥାଏ। ଏହା ସତ୍ୱେ ଏମାନେ ନିବେଶ ଦୃଷ୍ଟିରୁ ସୁରକ୍ଷିତ ଅଟନ୍ତି।

ରିଟର୍ଣ୍ଣ କମ, କିନ୍ତୁ ସୁରକ୍ଷିତ

ଯେତେବେଳେ ବଜାରରେ ଉତ୍ଥାନ ପତନ ଜାରି ରୁହେ, ସେତେବେଳେ ବଡ କଂପାନିରେ ନିବେଶ କରିବା ଠିକ୍। କାରଣ ଏହାଦ୍ୱାରା ଆପଣଙ୍କ ନିବେଶ ଉପରେ କମ ପ୍ରଭାବ ପଡିଥାଏ। ଏହି କମ୍ପାନିରୁ କମ ରିଟର୍ଣ୍ଣ ମିଳିଥାଏ କିନ୍ତୁ ବିପଦ କମ ଥାଏ।

ଲମ୍ବା ସମୟ ପାଇଁ ନିବେଶ

ଫଣ୍ଡ୍ ଆଡଭାଇଜରଙ୍କ କହିବା ହେଉଛି ଏବେ କରୋନା କାରଣରୁ ସବୁ କମ୍ପାନି ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆଗାମୀ ଦିନରେ ଏହି କଂପାନି ଦ୍ରୁତ ଗତିରେ ରିକଭରି ମଧ୍ୟ କରିବେ। ତେଣୁ ଏଭଳି କଂପାନିରେ ନିବେଶ ସୁରକ୍ଷିତ ରହିବ। ଏହାସହ ଏକ୍ସପର୍ଟଙ୍କ ପରାମର୍ଶ ହେଉଛି ଲମ୍ବା ଅବଧିରେ ନିବେଶ ନିହାତି ଜରୁରୀ,ଏଭଳି ପରିସ୍ଥିତିର ମୁକାବିଲା ପାଇଁ।

ଫଣ୍ଡର ପରଫମାନ୍ସକୁ ଦେଖନ୍ତୁ

ଯେଉଁ ଫଣ୍ଡରେ ନିବେଶ କରୁଛନ୍ତି ତାହାର ପରଫମାନ୍ସକୁ ମଧ୍ୟ ଦେଖନ୍ତୁ। ଯଦି କୌଣସି ଫଣ୍ଡ୍ ଆଉଟ୍ ପରଫାମାନ୍ସ କରୁଛି ତେବେ ରିକଭରି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଆସେଟ୍ ସାଇଜକୁ ମଧ୍ୟ ଦେଖନ୍ତୁ। ଇକ୍ୱିଟି ଫଣ୍ଡ୍ ପାଇଁ ଆସେଟ୍ ସାଇଜ୍ ୫୦ କୋଟି ଟଙ୍କା ହୋଇଥାଏ।