କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍‌, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌?

ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଲଞ୍ଚ ହୋଇଥିଲା। ଏହି ଆପ୍‌ ଆପଣଙ୍କ ଆଖପାଖରେ ଥିବା କରୋନା ପିଜିଟିଭଙ୍କ ବିଷୟରେ ସୂଚନା ଦେବ।

ଗତ ଏପ୍ରିଲ ୩ ତାରିଖରେ ଭାରତ ସରକାର ଏହି ଏହି କରୋନା ଭାଇରସ କଣ୍ଟାକ୍ଟ-ଟ୍ରାକିଂ ଆପ୍ ଲଞ୍ଚ କରିଥିଲେ। ଏହା୧୩ ଦିନ ମଧ୍ୟରେ ୫ କୋଟି ଉପଭୋକ୍ତାଙ୍କୁ ନିଜ ସହ ଯୋଡ଼ିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏହି ଆପ୍‌କୁ ପ୍ରଶଂସା କରାଯାଇଛି।  ଏହା ବର୍ତ୍ତମାନ ପୋକେମୋନ୍ ଗୋ’ ଗେମିଂ ଆପ୍‌ର ରେକର୍ଡ ଭାଙ୍ଗି ବିଶ୍ୱରେ ଡାଉନ୍ଲୋଡ୍ ହେବାରେ ଦ୍ରୁତତମ ଆପ୍ ହୋଇପାରିଛି।

 

ତେବେ ଆସନ୍ତୁ ଜାଣିବା ‘ଆରୋଗ୍ୟ ସେତୁ’ ଆପ୍‌କୁ କେମିତି କରିବେ ଡାଉନ୍‌ଲୋଡ,

ଗୁଗୁଲ ପ୍ଲେ ଷ୍ଟୋରରେ ଆରୋଗ୍ୟ ସେତୁ ସର୍ଚ୍ଚ କରି ଏହି ଆପ୍‌କୁ ଡାଉନଲୋଡ କରିବେ। ପରେ ଏଥିରେ ଉପଭୋକ୍ତାଙ୍କୁ ନିଜର ରେଜିଷ୍ଟ୍ରସନ କରିବାକୁ ହେବ। ଏଥିପାଇଁ ଉପଭୋକ୍ତାଙ୍କୁ ନିଜ ମୋବାଇଲ ନମ୍ଵର ଦେବାକୁ ପଡ଼ିବ ଓ ପରେ ମୋବାଇଲକୁ ଆସିଥିବା ଓଟିପିକୁ ମଧ୍ୟ ଏଥିରେ ଦେବାକୁ ପଡ଼ିବ।

ଏହାପରେ ଏହି ଆପରେ ଆଗକୁ ବଢ଼ିବା ପାଇଁ କିଛି ପ୍ରଶ୍ନ ଯେପରି କି ନାଁ, ଲିଙ୍ଗ, ବୟସ ଓ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ପ୍ରଶ୍ନ ଆସିବ, ଯାହାର ଉତ୍ତର ଆପଣଙ୍କୁ ସଠିକ ଭାବେ ଦେବା ଉଚିତ। ବିଶେଷ କଥା ହେଉଛି କି ବ୍ଲୁଟୁଥ ଟେକ୍ନଲୋଜି ଓ ଜିପିଏସ୍‌ ମାଧ୍ୟମରେ ଆପଣ ଅବସ୍ଥିତି ଓ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇପାରିବେ।

ଭାରତ ସରକାର କହିଛନ୍ତି ଯେ ଏହି ଆପ୍‌ ମାଧ୍ୟମରେ ଲୋକଙ୍କୁ କରୋନା ସଂକ୍ରମିତ ଲୋକ ଓ ଘର ଉପରେ ନଜର ରଖାଯାଉଛି। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହି ଆପ୍‌ ପ୍ରସ୍ତୁତ କରାଯାଇଛି।