ଗ୍ରାହକଙ୍କ ପାଇଁ ପୁଣି ଚିନ୍ତା ବଢ଼ାଇଛି ସୁନାଦର। ଏଥର ପ୍ରଥମଥର ପାଇଁ ପ୍ରତି ୧୦ ଗ୍ରାମରେ ସୁନାଦର ୪୦ ହଜାର ଟପିଛି। ସେହିପରି ରୁପା ଦର ମଧ୍ୟ ଏକ କିଲୋ ଗ୍ରାମକୁ ୪୬ ହଜାର ହୋଇଛି। ୨୦୧୬ ମସିହାପରେ ଆଜି ସୁନା ଦର ସର୍ବୋଚ୍ଚ ରେକର୍ଡ ପାର କରିଛି।

ଗତ କିଛି ଦିନ ହେବ ସୁନା ଦର ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଆଜି ଦିନ ୧୧ଟା ବେଳେ ୧୦ ଗ୍ରାମ ସୁନା ୫୫୦ ଟଙ୍କା ବୃଦ୍ଧି ପାଇ ୩୯ ହଜାର ୩୦୦ରେ ପହଞ୍ଚି ଥିଲା। ତେବେ ଦିନ ୧.୩୦ ବେଳକୁ ପୁଣି ସୁନା ଦର ବୃଦ୍ଧି ପାଇ ୪୦ ହଜାର ଟପିଥିଲା। ବର୍ତ୍ତମାନ ସୁନାଦର ୪୦ ହଜାର ୧୬୦ ଟଙ୍କାରେ ପହଞ୍ଚିଛି।

ଦେଶର ପ୍ରମୁଖ ସହର ମୁମ୍ଵାଇ, ଗୁଲାବି ସହର, ଜୟପୁର ଓ ଅହମ୍ମଦାବାଦରେ ଏହି ସୁନାଦର ବଢ଼ିଛି। ମୁମ୍ଵାଇରେ ପୂର୍ବରୁ ସୁନାଦର ୩୮ ହଜାର ୭୭୦ ରହିଥିଲା। ତେବେ ଆଜି ମଧ୍ୟାହ୍ନ ପରଠୁ ଏହା ୪୦ ହଜାର ହୋଇଛି।

gold jewellery

ଚୀନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ବ୍ୟବସାୟିକ ଯୁଦ୍ଧ କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକାରୀମାନେ ଶିଳ୍ପ ଓ ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜି ଖଟେଇବାକୁ ପସନ୍ଦ କରୁ ନାହାନ୍ତି। ଛୋଟ ଛୋଟ ପୁଞ୍ଜିନିବେଶକମାନେ ଶେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି।