ଲକ୍-ଡାଉନ୍ ସମୟରେ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ ୧୭ ଯାଏଁ ୧୦୦ମିନିଟ୍ ଟକ୍ଟାଇମ୍ ଏବଂ ୧୦୦ ଏସ୍ଏମ୍ଏସ୍ ବିଲ୍କୁଲ୍ ଫ୍ରି।
ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଆଣିଛି ନୂଆ ସୁବିଧା। ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍ର ମାଗଣା ଟକ୍ଟାଇମ୍ ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍ ଦେବା ନେଇ ଘୋଷଣା କରାଯାଇଛି।
ଏଥିସହିତ ଏହି ଲକ୍ଡାଉନ୍ ସମୟରେ ଦୋକାନଗୁଡ଼ିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ବା ଭାଲିଡିଟି ସରିବା ପରେ ମଧ୍ୟ ଇନ୍-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି। କମ୍ପାନି ପକ୍ଷରୁ ଏନେଇ ଟୁଇଟର ଜାରି କରାଯାଇଛି।
ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍-ଲାଇନ୍ ରିଚାର୍ଜ କରୁଥିବାବେଳେ ବର୍ତ୍ତମାନର ଲକ୍-ଡାଉନ୍ ଯୋଗୁଁ ରିଟେଲ୍ ଦୋକାନଗୁଡ଼ିକରେ ରିଚାର୍ଜ କରିବାରେ ସମସ୍ୟାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ବିକଳ୍ପ ରିଚାର୍ଜ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ଏହି ବିକଳ୍ପଗୁଡ଼ିକ ମଧ୍ୟରେ ରହିଛି ୟୁପିଆଇ ପେମେଣ୍ଟ ଗେଟ୍ୱେ, ଏସ୍ଏମ୍ଏସ୍ ଓ କଲ୍ ମାଧ୍ୟମରେ ରିଚାର୍ଜ ଏବଂ ବିଭିନ୍ନ ବ୍ୟାଙ୍କଗୁଡିକର ଏଟିଏମ୍ଗୁଡ଼ିକ ମାଧ୍ୟମରେ ରିଚାର୍ଜ।