ବନ୍ଦ କରନ୍ତୁ ନାହିଁ ଏସଆଇପି, ବଜାର ଯେତେ ଖସିବ ରିଟର୍ଣ୍ଣ ସେତେ ଅଧିକ ହୋଇପାରେ..

କରୋନା ସେୟାର ବଜାରକୁ ଆଣ୍ଠେଇ ଦେଇଛି କହିଲେ ଭୁଲ ହେବ ନାହିଁ। ସେୟାର  ବଜାର ଏବେ ଦୁଇବର୍ଷ ତଳ ସ୍ଥିତିରେ ଅଛି। ଏହି ପତନ ଏତେ ଶୀଘ୍ର ବନ୍ଦ ହେବା ସମ୍ଭବ ନୁହେଁ ବୋଲି ଆର୍ଥିକ ବିଶେଷଜ୍ଞ କୁହନ୍ତି। ଗୋଟିଏ ସପ୍ତାହରେ ସେନସେକ୍ସ ୯ ହଜାରରୁ ଅଧିକ ପଏଣ୍ଟ ହରାଇ ସାରିଛି। ନିଫ୍ଟ ଅବସ୍ଥା ମଧ୍ୟ ସେହିଭଳି। ନିଫ୍ଟି ୬ ହଜାର ପଏଣ୍ଟ୍ ହରାଇଛି।

ଏମିତିରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ଅନେକ ନିବେଶକ ଚିନ୍ତିତ ଅଛନ୍ତି। ନେଟ୍ ଆସେଟ୍ ଭ୍ୟାଲୁରେ (NAVs) ବ୍ୟାପକ ପତନ ଆସିଛି। ନୂଆ ନିବେଶକଙ୍କ ପାଇଁ ବଜାରର ଏଭଳି ମତିଗତି ଚିନ୍ତାଜନକ ହୋଇପଡିଛି। ସେମାନେ, ଯେଉଁମାନେ ରିସ୍କ ନେବାକୁ ଚାହୁଁ ନାହାନ୍ତି, ବଜାରରେ ନିବେଶ ବନ୍ଦ କରି ଦେଇଛନ୍ତି କିମ୍ବା ନିଜ ଏସଆଇପି ୟୁନିଟ୍‌କୁ ରିଡିମ୍ କରିବା ଆରମ୍ଭ କଲେଣି। ତେବେ ଏହି ନିଷ୍ପତି କଣ ଠିକ୍। ଉତ୍ତର ହେଉଛି ଏଭଳି ନିଷ୍ପତି ଠିକ୍ ନୁହେଁ।

ଆସନ୍ତୁ ଜାଣିବା, ମାର୍କେଟ ଅବସ୍ଥା ଖରାପ ଥିବା ବେଳେ ଆପଣ ଏସଆଇପିକୁ ନେଇ କେଉଁ ରଣନୀତି ଆପଣାଇବେ। ଏହି ସମୟରେ ଆପଣ ଏସଆଇପିରେ ନିବେଶ ଜାରି ରଖିବା କ’ଣ ପାଇଁ ସବୁଠୁ ଭଲ ରଣନୀତି।

ଯେତେବେଳ ଇକ୍ୱିଟି ଦାମ୍ କମିବ, ସେତେବେଳେ ଅଧିକ କିଣନ୍ତୁ

ଯେତେବେଳ ବଜାର ତଳକୁ ଖସେ, ସେତେବେଳେ ଆପଣଙ୍କୁ ସମାନ ଟଙ୍କାରେ ଅଧିକ ୟୁନିଟ୍ ମିଳିଥାଏ। ତେଣୁ ବଜାର ନିମ୍ନଗାମୀ ହେବା ବେଳେ ଆପଣ ଏସଆଇପି ବନ୍ଦ କରନ୍ତୁ ନାହିଁ। ବରଂ ଏହି ସମୟରେ ହେବ ଯଦି ଅଧିକ ନିବେଶ କରନ୍ତୁ। କାରଣ ବଜାର ଅବସ୍ଥା ଭଲ ଥିବା ବେଳେ ଆପଣ  ଯେତିକି ସେୟାର କିଣିପାରିବେ, ଖରାପ ଥିବା ବେଳେ ସମାନ ଟଙ୍କାରେ ଅଧିକ ୟୁନିଟ୍ କିଣିପାରିବେ।

ବଜାର ସର୍ବନିମ୍ନ ସ୍ତରରେ ଥିବାବେଳେ କିଣନ୍ତୁ

ବଜାରରେ ମାନ୍ଦାବସ୍ଥା ଲାଗିଥିବା ବେଳେ ପୁଂଜି ଉଠାଇ ପଳାୟନ କରନ୍ତୁ ନାହିଁ। ଏଭଳି ସମୟରେ ଟଙ୍କା ଉଠାଇବା ଅର୍ଥ ହେଉଛି ଅଧିକ କ୍ଷତି। ଏଭଳି ସମୟରେ ଅଧିକ ଟଙ୍କା ଖଟାଇ ଭବିଷ୍ୟତ ପାଇଁ ୟୁନିଟ୍ କିଣନ୍ତୁ

ବନ୍ଦ କରନ୍ତୁ ନାହିଁ SIP

ଏସଆଇପି ଦ୍ୱାରା ଆପଣ ନିୟମିତ ଅନ୍ତରାଳରେ ନିଜ ପସନ୍ଦର ମ୍ୟୁଚୁଆଲ ଫଣ୍ଡ ସ୍କିମରେ ଏକ ନିଶ୍ଚିତ ରାଶି ନିବେଶ କରିଥାନ୍ତି। ମାର୍କେଟ୍ ଲୋ’ ଥିବା ବେଳେ  ଫଣ୍ଡର ଲାଭ କମ୍ ଥାଏ। ତେଣୁ ଆପଣଙ୍କୁ କମ୍ ଟଙ୍କାରେ ଅଧିକ ୟୁନିଟ୍ ମିଳିଯାଏ।  ଯାହା ପରେ ଆପଣଙ୍କୁ ଫାଇଦା ଦିଏ। ଏସଆଇପିର ମୁଳ ଫଣ୍ଡା ହିଁ ଏହା, ଯେ ମାର୍କେଟର ଉତ୍ଥାନ ଓ ପତନରେ ଆପଣଙ୍କୁ ସୁରକ୍ଷା ପ୍ରଦାନ। ବଜାର ନିମ୍ନଗାମୀ ହେବା କାରଣରୁ ସାମୟୀକ କ୍ଷତି ହୁଏ କିନ୍ତୁ ଲମ୍ବା ଅବଧିରେ ଆପଣଙ୍କୁ ଲାଭ ଦେଇଥାଏ। ତେଣୁ ଏସଆଇପିକୁ ବନ୍ଦ କରନ୍ତୁ ନାହିଁ।

ଆପଣଙ୍କ ରଣନୀତି ?

ନିମ୍ନଗାମୀ ବଜାରରେ ଆପଣଙ୍କୁ ଧିରେ ଧିରେ ନିବେଶ ରଣନୀତି ସହିତ ଆଗକୁ ବଢ଼ିବାକୁ ହେବ। ବଜାର ତଳକୁ ଖସିବା ସହ ଆପଣଙ୍କୁ ଅଳ୍ପ ଅଳ୍ପ ନିବେଶ କରିବାକୁ ପଡିବ। ଏମିତି କଲେ ଆପଣଙ୍କ ରିସ୍କ ଟିକିଏ ମ୍ୟାନେଜ୍ ହୋଇପାରିବ।

ଏକ ଉଦାହରଣ ଦ୍ୱାରା ବୁଝନ୍ତୁ

ମାନି ନିଅନ୍ତୁ ଆପଣଙ୍କ ପାଖରେ ଏକ ଲକ୍ଷ ଟଙ୍କା ରହିଛି। ଆପଣ ଏସଆଇପି କରିବାକୁ ଚାହାନ୍ତି। ଥରକରେ ସବୁ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ଲଗାନ୍ତୁ ନାହିଁ। ଏକ ଲକ୍ଷ ଟଙ୍କାକୁ ଭାଗ କରି ଦିଅନ୍ତୁ। ଧରନ୍ତୁ ଆପଣ ୫ ଭାଗରେ ସେହି ଟଙ୍କାକୁ ଭାଗ କରିଲେ। ବଜାରରେ ପ୍ରଥମ ପତନ ସହ ୨୦ ହଜାର ଟଙ୍କା ନିବେଶ କରନ୍ତୁ। ଏମିତି ପ୍ରତି ପତନ ସହ ନିବେଶ କରି ଚାଲନ୍ତୁ।

ଏମିତି କରିବା ଦ୍ୱାରା ଆପଣଙ୍କୁ ଲମ୍ବା ଅବଧିରେ ଲାଭ ମିଳିବ। ପ୍ରତି ପତନ ସହ ଆପଣଙ୍କୁ ଅଧିକ ୟୁନିଟ୍ କ୍ରୟର ସୁଯୋଗ ମିଳିବ। ବଜାର ଯେତେବେଳେ ଉପରକୁ ଉଠିବ ସେତେବେଳେ ଆପଣଙ୍କୁ ବର୍ଦ୍ଧିତ NAV ହିସାବରେ ଅଧିକ ଫାଇଦା ମିଳିବ।