ସେୟାର ବଜାର ମାନ୍ଦା ଥିବା ବେଳେ ବୁଝି ବିଚାରି ନିବେଶ କରିବାକୁ ପଡ଼ିବ।

ଷ୍ଟକ ମାର୍କେଟରେ ଯେତେବେଳେ ବି ସୂଚକାଙ୍କ ତୀବ୍ରଗତିରେ ନିମ୍ନମୁଖୀ ହୁଏ ସେତେବେଳେ ଭ୍ୟାଲୁ ଇନଭେଷ୍ଟର ସେୟାର ମାର୍କେଟ୍ ମୁହାଁ ହୁଅନ୍ତି। ତେବେ ଆପଣଙ୍କୁ ଜଣେ ନିବେକ ହିସାବରେ ଏହି ସମୟରେ ସତର୍କ ରହିବାକୁ ପଡିବ। ମାର୍କେଟରେ ଏହିଭଳି ପରିସ୍ଥିତିରେ ସବୁକିଛି ଅଚାନକ ଘଟିଥାଏ। ଉଦାହରଣ ସ୍ୱରୁପ ୨୭ ଫେବ୍ରୁଆରି ଦିନ ବେଂଚମାର୍କ ନିଫ୍ଚି ୫୦ରେ MSCI ଏମର୍ଜିଂ ମାର୍କେଟ୍ ଇଣ୍ଡେକ୍ସ ମୁକାବିଲାରେ ୪୨ ପ୍ରତିଶତ ପ୍ରିମିୟମରେ ଟ୍ରେଡ୍ କରୁଥିଲା। କିନ୍ତୁ ଏହାର ମାତ୍ର କେଇଦିନ ଭିତରେ ୮ ପ୍ରତିଶତ ପତନ ସହ ଫେବ୍ରୁଆରି ଅନ୍ତିମ ଦିନ ବେଳକୁ ଲେବଲଠାରୁ ୧୮ ପ୍ରତିଶତ ତଳକୁ ଖସିଥିଲା। ପ୍ରିମିୟମ ମଧ୍ୟ ନାଟକୀୟ ଭାବେ ହ୍ରାସ ପାଇ ୨୬.୨ ପ୍ରତିଶତ ରହିଥିଲା।

କରୋନାର ସବୁ ଖେଳ

ବଜାରରେ ଚାଲିଥିବା ହାହାକାର ପାଇଁ କରୋନା ଦାୟୀ, ଜଣେ ନିବେଶକ ଭାବେ ଆପଣଙ୍କୁ ଏହା ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ। MSCI EM ମୁକାବିଲାରେ ନିଫ୍ଟି ପ୍ରିମିୟମର ହ୍ରାସର ସବୁଠୁ ବଡ କାରଣ ହେଉଛି ଚୀନ। ଯେଉଁଠାରୁ ଜନ୍ମ ନେଇଥିବା କରୋନା ଭାଇରସ ବିଶ୍ୱର ପ୍ରାୟ ସବୁ ଦେଶକୁ ନିଜ କବଜାକୁ ନେଇ ସାରିଛି। ଚୀନରେ କିଛି ଦିନ ଭିତରେ କରୋନା ଭାଇରସର ନୂଆ କନଫର୍ମ କେସ ଆସିବା କମିବା ପରେ MSCI EM ରେ ୩୪%ରୁ ଅଧିକ ୱେଟ୍ ବିଶିଷ୍ଟ ଚୀନ୍ ଶେୟାର ଅପେକ୍ଷାକୃତ ଦୃଢତା ଦେଖାଉଛନ୍ତି। ୧୨ ମାର୍ଚ୍ଚ ସୁଧା ନିଫ୍ଟି ୫୦ ହାଇ ଲେବଲରୁ ୨୨ ପ୍ରତିଶତ ତଳକୁ ଖସି ସାରିଛି। ଏହି କାରଣରୁ ପ୍ରାୟ ୨୨୦ ଶହ କୋଟି ଡଲାରର ମାର୍କେଟ୍ କ୍ୟାପିଟାଲାଇଜେସନ୍ ଉଭାନ ହୋଇଯାଇଛି।

P/Eକୁ ଦେଖନ୍ତୁ

ନିଫ୍ଟିର ୧୨ ମାସର ଫରୱାର୍ଡ P/E ତିନି ବର୍ଷର ସର୍ବନିମ୍ନ ସ୍ତର ୧୪.୨କୁ ଆସିଯାଇଛି। ବ୍ଲୁମବର୍ଗର ଡାଟା ଅନୁସାରେ ଏହା ଗତ ୧୦ ବର୍ଷର ଆଭରେଜ୍ ୧୬.୯ ପ୍ରତିଶତ ମୁକାବିଲରେ ୧୫ ପ୍ରତିଶତ କମ୍‌। ଏମିତିକି  ୧୨ ତାରିଖ ଦିନ ନିଫ୍ଟି ୫୦ର ୩୦ ସେୟାର ସେମାନଙ୍କ ୫ ବର୍ଷର ଆଭରେଜ୍ P/Eଠାରୁ କମ୍‌ରେ ଟ୍ରେଡ୍ କରୁଥିଲେ। ଏହି କାରଣରୁ ଇଣ୍ଡେକ୍ସର ଭ୍ୟାଲୁଏସନ ଏକ ଷ୍ଟାଣ୍ଡାର୍ଡ ଡେଭିଏସନରୁ ତଳକୁ ଖସିଛି  ଓ ଏମିତି ଜାନୁଆରୀ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ହୋଇଛି। ଆଭରେଜ୍ ପ୍ରାଇସ ମୁଭମେଣ୍ଟରେ ଡେଭିଏସନ୍ ଯେତେ ଅଧିକ ହୋଇଥାଏ, ସେମାନଙ୍କ ସ୍ଥିତି ମଧ୍ୟ ସେତିକି ଅସମାନ୍ୟ ହୋଇଥାଏ।

pension plan

ଗୋଟିଏ ମାସରେ ନିଫ୍ଟିର ସବୁ ସେୟାର ଖସିଥିଲା!

ଗତ ଏକ ମାସ ମଧ୍ୟରେ ନିଫ୍ଟିର ସବୁ ଶେୟାର ତଳକୁ ଖସିଛି। ଇଣ୍ଡେକ୍ସ ଶେୟାରରେ ସବୁଠାରୁ ଅଧିକ ୧୨ ପ୍ରତିଶତ ପତନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଆସିଛି। ଅନ୍ୟପକ୍ଷରେ ଏଚଡିଏଫସି ବ୍ୟାଙ୍କର ରେ ୯.୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଭ୍ୟାଲୁଏସନ୍ ହିସାବରେ ବଜାରରେ ସୁଯୋଗ ଖୋଜୁଥିବା ନିବେଶକ ସେହି କମ୍ପାନିର ସେୟାର କିଣିପାରିବେ ଯେଉଁମାନଙ୍କ ପ୍ରଫିଟ୍  ଗତ ଅନେକ ବିଜନେସ୍ ସାଇକେଲ ଭିତରେ ଶକ୍ତ ଥିବ ଓ ଯେଉଁଥିରେ ଲଙ୍ଗ୍ ଟର୍ମ ଭ୍ୟାଲୁଏସନ ରେଂଜ ପାଖାପାଖି କିମ୍ବା ତା’ଠାରୁ ଅଳ୍ପ ନିମ୍ନରେ ଟ୍ରେଡ୍ କରୁଥିବ।

ଯେତେବେଳେ କଂପାନିଙ୍କର ପ୍ରଫିଟ ସ୍ଥାୟୀ ରହିବାକୁ ନେଇ ଚିନ୍ତା ବଡ଼ ହୋଇଥାଏ, ସେତେବେଳେ P/E  ଭ୍ୟାଲୁଏସନ ଉପରେ ଫୋକସ ବଢାଇବା ପର୍ଯ୍ୟାପ୍ତ ହୋଇନଥାଏ। କାରଣ ପ୍ରଫିଟ୍ ଗ୍ରୋଥ୍ କମ ହେଲେ ଷ୍ଟକ୍ ଭ୍ୟାଲୁଏସନ୍ ସେପର୍ଯ୍ୟନ୍ତ ମହଙ୍ଗା ହୋଇଥାଏ, ଯେପର୍ଯ୍ୟନ୍ତ ସେଥିରେ ପତନ ଆସିନଥାଏ ଓ ପୋର୍ଟଫୋଲିଓ ରିଟର୍ଣ୍ଣ ଉପରେ ନକରାତ୍ମକ ପ୍ରଭାବ ନଥାଏ।