ଏହାର ଉତ୍ତର ଉଭୟ ହଁ ଓ ନା, କିଛି କଥାକୁ ଦୃଷ୍ଟିରେ ରଖିଲେ ଆପଣଙ୍କ ନୋମିନି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ପାଇ ପାରିବେ ବୀମାରାଶି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରି ସାରିଛି। ବିଶ୍ୱର ପ୍ରାୟ ୧୭୫ ଦେଶରେ କରୋନା କାୟା ବିସ୍ତାର କରିସାରିଲାଣି। ପ୍ରାୟ ୨ ଲକ୍ଷ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୮ ହଜାର ୫ଶହ ପ୍ରାଣ ହରାଇଲେଣି। ଏମିତିରେ ଏହି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଯଦି ଜଣେ ବ୍ୟକ୍ତି କରୋନା କାରଣରୁ ପ୍ରାଣ ହରାନ୍ତି ତେବେ ତେବେ ତାଙ୍କୁ ବୀମାରାଶୀ ମିଳିବ କି? ଆସନ୍ତୁ ଜାଣିବା ଯେ, ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ନୋମିନିଙ୍କୁ ବୀମାରାଶି ମିଳିବ କି ନାହିଁ।

ବର୍ତ୍ତମାନ ଜୀବନ ବୀମା ପଲିସି ଧାରକଙ୍କ ପାଇଁ
ଯଦି କୌଣସି ବ୍ୟକ୍ତିଙ୍କର କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଯାଏ ଓ ତାଙ୍କର ଆଗରୁ ଜୀବନ ବୀମା ଥିବେ ତେବେ ତାଙ୍କ ନୋମିନିଙ୍କୁ  ଡେଥ୍ ବେନିଫିଟ୍ ମିଳିଥାଏ। ବିଶେଷଜ୍ଞଙ୍କ ଅନୁସାରେ ଯଦି ମୃତକଙ୍କ ପାଖରେ ଜୀବନ ବୀମା ଥିବ ତେବେ ତାଙ୍କ ନୋମିନିଙ୍କ ପକ୍ଷରେ ଏହା ଜାଣିବା ଜରୁରୀ ଯେ, ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିଲେ ତାହା ଜୀବନ ବୀମା କିମ୍ବା ଟର୍ମ ଇନସ୍ୟୁରାନ୍ସରେ କଭର ହୋଇଥାଏ। ଏହାର ଅର୍ଥ ହେଉଛି,ଯଦି ଜଣେ ବୀମା ଧାରକଙ୍କ ମୃତ୍ୟୁ କରୋନା ଭାଇରସ କାରଣରୁ ହୋଇଥାଏ ତେବେ ତାଙ୍କ ନୋମିନ ମୃତ୍ୟୁକାଳିନ ଲାଭ ପାଇଁ କ୍ଲେମ୍ କରିପାରିବେ।

death benefit

ଡେଥ୍ ବେନିଫିଟ୍ କ’ଣ ?
ଡେଥ୍ ବେନିଫିଟ୍ ସେହି ରାଶି ହୋଇଥାଏ,ଯାହା ପଲିସି ଧାରକଙ୍କ ମୃତ୍ୟୁ ପରେ ତାଙ୍କ ନୋମିନି କିମ୍ବା ହିତାଧିକାରୀଙ୍କୁ ମିଳିଥାଏ। ଯଦି ଜୀବନ ବୀମା ଆଗରୁ କରାଯାଇଛି ତେବେ କରୋନା ଭାଇରସ କାରଣରୁ ମୃତ୍ୟୁ ହେଲେ ତାହା ବୀମା କଭର ଭିତରକୁ ଆସିବ। ତେବେ କିଛି ଜୀବନ ବୀମା ପଲିସିର କିଛି ବିଶେଷ ପରିସ୍ଥିତିରେ ହୋଇଥିବା ମୃତ୍ୟୁ କଭର ହୋଇନଥାଏ। ଯଦି ଆପଣଙ୍କ ପାଖରେ ଆଗରୁ ବୀମା ଅଛି ତେବେ କରୋନା ଭାଇରସ କାରଣରୁ ହୋଇଥିବା ମୃତ୍ୟୁ ସେଥିରେ କଭର ହେବ।

corona update

ଯଦି ଏବେ ବୀମା ପଲିସି କିଣିବେ ତେବ କଣ କରୋନା ଭାଇରସ କାରଣରୁ ମୃତ୍ୟୁ ହେଲେ କଭର ହେବ ?
ଯଦି ଆପଣ ଏବେ ଜୀବନ ବୀମା କିଣୁଛନ୍ତି ତେବେ ଏହା ଆପଣଙ୍କର ଜାଣିବା ଜରୁରୀ ଯେ, ଜୀବନ ବୀମା କଂପାନି ପଲିସିର ପ୍ରିମିୟମ ଆପଣଙ୍କ ସ୍ୱାସ୍ଥ୍ୟ ଓ ମେଡିକାଲ ଇତିହାସ ଆଧାରରେ ନିର୍ଧାରିତ କରନ୍ତି। ତେଣୁ କରୋନା ଭାଇରସର ଭଳି ବିଶ୍ୱ ମହାମାରିର ପ୍ରଭାବ ଆପଣଙ୍କ ପଲିସିରେ ପ୍ରିମିୟମ ଉପରେ ପଡିବ।  ଯଦି ଆପଣଙ୍କ ଜୀବନ ବୀମା ପଲିସିର ଆବେଦନ ପ୍ରୋସେସରେ ଅଛି ଓ ତାହାରି ଭିତରେ ଆପଣଙ୍କୁ କୋରନା ସଂକ୍ରମଣ ହୁଏ,ତେବେ କଂପାନି ଆପଣଙ୍କ ବୀମା ଆବେଦନକୁ ହୋଲ୍ଡ କିମ୍ବା ଖାରଜ କରିପାରିବ।

ଣ ହେବ ଯଦି ବୀମା କଂପାନି କରୋନା ଭାଇରସକୁ ଗମ୍ଭୀର ରୋଗ ଶ୍ରେଣୀରେ ରଖେ ?
ସାଧାରଣତଃ ବୀମା କଂପାନି କୌଣସି ରୋଗ କାରଣରୁ ହୋଇଥିବା ମୃତ୍ୟୁ ପାଇଁ ଡେଥ୍ ବେନିଫିଟ୍ ଦେବାକୁ ମନା କରି ପାରିବେ ନାହିଁ। ତେବେ ଆପଣଙ୍କୁ ଜିବନ ବୀମା ପଲିସିର ଆଡ୍ ଅନ୍ ପଲିସିର ସର୍ତ୍ତ ଉପରେ ଧ୍ୟାନ ଦେବାକୁ ପଡିବ। କିଛି ବୀମାରେ କ୍ରିଟିକାଲ ଇଲନେସର ଫାଇଦା ପାଇଁ ଆଡ୍ ଅନ୍ ପଲିସି ନେବାକୁ ପଡିଥାଏ । ଏହାର ଫାଇଦା ଆପଣଙ୍କୁ ସେତେବେଳେ ମିଳିବ ,ଯେତେବେଳେ ଆପଣ ଏଥିପାଇଁ ଅଲଗା ପେମେଣ୍ଟ କରିଥିବେ।