ପିଲାଙ୍କୁ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ମଧ୍ୟରେ ଫରକକୁ ଭଲକରି ବୁଝାଇ ଦିଅନ୍ତୁ

ଏବେ କିଣନ୍ତୁ ପରେ ପେମେଣ୍ଟ କରନ୍ତୁ। ଏଭଳି ଆକର୍ଷକ ଟ୍ୟାଗ୍ ଲାଇନ୍ ସହ କ୍ରେଡିଟ୍ କାର୍ଡ ବିକ୍ରି ହୋଇଥାଏ। ଯୁବବର୍ଗ ମଧ୍ୟରେ କ୍ରେଡିଟ୍ କାର୍ଡ ବେଶି ଆଦୃତ ହେଉଛି। କାରଣ ଏହା ସେମାନଙ୍କୁ ଆର୍ଥିକ ସ୍ୱାଧିନତାର ଅନୁଭବ କରାଇଥାଏ। କ୍ରେଡିଟ୍ କାର୍ଡର ଫାଇଦା ଯେତିକି କ୍ଷତି ମଧ୍ୟ ସେତିକି। ଯଦି ଏହାକୁ ଠିକ୍ ଭାବେ ବ୍ୟବହାର କରାନଯାଏ ତେବେ ଏହା ଆର୍ଥିକ ବୋଝ ବଢାଇ ଦେଇଥାଏ। ତେଣୁ କ୍ରେଡିଟ୍ କାର୍ଡ ବ୍ୟବହାର ଭାବିଚିନ୍ତି କରିବା ଆବଶ୍ୟକ।

ଆମ ଭିତରୁ କିଛି ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେଇଥାଉ। ଏମିତିରେ ପିଲାଙ୍କୁ ଯଦି କ୍ରେଡିଟ୍ କାର୍ଡ ଆପଣ ମଧ୍ୟ ଦେଉଛନ୍ତି,ତେବେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କୁ କ୍ରେଡିଟ୍ କାର୍ଡ କେମିତି ବ୍ୟବହାର କରାଯିବ ସେନେଇ ଶିକ୍ଷା ଦିଅନ୍ତୁ।

କ୍ରେଡିଟ୍ ଲିମିଟ୍

ଆଡ୍ ଅନ୍ କ୍ରେଡିଟ୍ କାର୍ଡ ସହ ପ୍ରାଇମେରି କ୍ରେଡିଟ୍ କାର୍ଡର କ୍ରେଡିଟ୍ ଲିମିଟ୍ ଶେୟାର ହୋଇଥାଏ। ନିଜ ପିଲାଙ୍କୁ କ୍ରେଡିଟ୍ ଲିମିଟ୍ କଣ ତାହା ବୁଝାନ୍ତୁ।  କାର୍ଡର ଖର୍ଚ୍ଚ କଣ ପାଇଁ କ୍ରେଡିଟ୍ ଲିମିଟ୍ ଭିତରେ ରହିବା ଆବଶ୍ୟକ ତାହା ସେମାନଙ୍କୁ ବୁଝାନ୍ତୁ। ସେମାନଙ୍କୁ ବୁଝାନ୍ତୁ ଯେ, କେବେ ମଧ୍ୟ ଯେମିତି ଦୁଇଟି କାର୍ଡର (ପ୍ରାଇମେରି ଓ ଆଡ୍ ଅନ୍) ମୋଟ୍ ଖର୍ଚ୍ଚ କ୍ରେଡିଟ୍ ଲିମିଟର ୩୦ ପ୍ରତିଶତରୁ ଅଧିକ ହେବ ନାହିଁ। କାରଣ ୩୦ ପ୍ରତିଶତରୁ ଅଧିକ ହେଲେ ଆପଣଙ୍କ କ୍ରେଡିଟ୍ ରେଟିଂ ପ୍ରଭାବିତ ହେବ। ସେମାନଙ୍କୁ ମାସିକ ଖର୍ଚ୍ଚର ଲିମିଟ୍ ସେଟ୍ କରିବାକୁ କୁହନ୍ତୁ ଓ ସେହି ଲିମିଟ୍ ମଧ୍ୟରେ ରହିବାକୁ ସବୁବେଳେ ପରାମର୍ଶ ଦିଅନ୍ତୁ।

କ୍ରେଡି୍ଟ୍ କାର୍ଡ୍ ଷ୍ଟେଟମେଣ୍ଟ୍: ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ

ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ ଷ୍ଟେଟମେଣ୍ଟ୍ ପଢିବା ଶିଖାନ୍ତୁ। ସେମାନଙ୍କୁ ବିଲ୍ ଜେନେରେସନ୍ ଡେଟ୍, ଡିୟୁ ଡେଟ୍ ଓ ମିନିମମ୍ ଡିୟୁ କଣ ବୁଝାନ୍ତୁ। ଏହା ସହ ସେମାନଙ୍କୁ ଏହା ମଧ୍ୟ ବୁଝାନ୍ତୁ ଯେ, ଅତିରିକ୍ତ ସୁଧ ଓ ଲେଟ୍ ପେମେଣ୍ଟ ଚାର୍ଜେସରୁ ବଂଚିବା ପାଇଁ ଠିକ୍ ସମୟରେ ଅର୍ଥାତ ଡିୟୁ ଡେଟରେ ପେମେଣ୍ଟ କରିବା କାହିଁକି ଜରୁରୀ। କେବଳ ମିନିମମ୍ ଡିୟୁ ଟୋଟାଲ ଆଉଟଷ୍ଟାଣ୍ଡିଂ ବିଲ୍ ଆମାଉଣ୍ଟର ଅଂଶ ହୋଇଥାଏ। ମିନିମମ୍ ଡିୟୁ ଦେଲେ ଆପଣଙ୍କ ଉପରେ ଲେଟ୍ ପେମେଣ୍ଟ୍ ଫିସ୍ ଚାର୍ଜ୍ ହୋଇନଥାଏ କିନ୍ତୁ ଆଉଟଷ୍ଟାଣ୍ଡିଂ ବାଲାନ୍ସ ଉପରେ ସୁଧ ଲାଗିଥାଏ।କାର୍ଡର ସୁରକ୍ଷା

କ୍ରେଡିଟ୍ କାର୍ଡର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହନ୍ତୁ। କାରଣ ଅନଲାଇନ୍ ଠକେଇ ଦ୍ୱାରା କାର୍ଡରୁ ଟଙ୍କା ଚୋରି ହେବା ନିତି ଦିନିଆ ଘଟଣା ହୋଇ ଗଲାଣି। ନିଜ ପିଲାଙ୍କୁ କାର୍ଡ ସୁରକ୍ଷାର ମୌଳିକ ନିୟମ କଥା ବୁଝାନ୍ତୁ। କାର୍ଡ ପିନ୍, ସିଭିଭି କେବେ ମଧ୍ୟ କାହାରି ସହିତ ସେୟାର ନକରିବାକୁ କୁହନ୍ତୁ। ସେମାନଙ୍କୁ ନିୟମିତ ପିନ୍ ଅପଡେଟ୍ କରିବାକୁ କୁହନ୍ତୁ। ଠକେଇର ବିଭିନ୍ନ ଉପାୟ ଯେମିତି, କାର୍ଡ୍ କ୍ଲୋନିଂ, ସ୍କିମିଂ ବାବଦରେ ବୁଝାନ୍ତୁ।

ଠିକ୍ ସମୟରେ ରିପେମେଣ୍ଟ୍

ଠିକ୍ ସମୟରେ କାର୍ଡର ଥିବା ବକେୟା ରାଶି ପେମେଣ୍ଟ୍ ନକଲେ ଅଧିକ ସୁଧ ଲାଗିଥାଏ। ବ୍ୟାଙ୍କ ଅନୁସାରେ ଏହି ସୁଧ ମାସିକ ୩ରୁ ୪ ପ୍ରତିଶତ ହୋଇଥାଏ। ଅର୍ଥାତ ଆପଣଙ୍କୁ ବାର୍ଷିକ ୪୮ ପ୍ରତିଶତ ସୁଧ ଦେବାକୁ ପଡିବ। ତେଣୁ ପିଲାଙ୍କୁ ମୁଳରୁ ବୁଝାଇ ଦିଅନ୍ତୁ ଯେ, ସମୟ ପୂର୍ବରୁ ପେମେଣ୍ଟ ନକଲେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ।

credit card

କ୍ରେଡିଟ୍ କାର୍ଡରେ କ୍ୟାସ ଉଠାଇବା

ପିଲାଙ୍କୁ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ମଧ୍ୟରେ ଅନ୍ତର ବୁଝାନ୍ତୁ। ଡେବିଟ୍ କାର୍ଡରେ ଆପଣ ଏଟିଏମରୁ ନିଜ ଟଙ୍କା ଉଠାନ୍ତି। କିନ୍ତୁ କ୍ରେଡିଟ୍ କାର୍ଡରେ ଆପଣ ବ୍ୟାଙ୍କଠାରୁ ଉଧାର ନିଅନ୍ତି। ଏଟିଏମରୁ ଉଠା ଯାଇଥିବା ଟଙ୍କା କେତେ ଦିନରେ ଶୁଝା ଯିବା ତାକୁ ନେଇ ବିଭିନ୍ନ କଂପାନିର ଅଲଗା ନିୟମ ଅଛି। କ୍ରେଡିଟ କାର୍ଡରେ ଟଙ୍କା ଉଠାଇବା ଦିନଠାରୁ ହିଁ ସୁଧ ଚାର୍ଜ୍ ଆରମ୍ଭ ହୋଇଥାଏ। ତେଣୁ କ୍ରେଡିଟ୍ କାର୍ଡରେ ଟଙ୍କା ନଉଠାଇବାକୁ ପିଲାଙ୍କୁ ପ୍ରେରିତ କରନ୍ତୁ।