ଆଉ କେଇଦିନ ଭିତରେ ସରିବ ଚଳିତ ଆର୍ଥିକ ବର୍ଷ କିନ୍ତୁ ଏଯାଏଁ ଯଦି ଟ୍ୟାକ୍ସ ସେଭର କିଣି ନାହାନ୍ତି ତେବେ ଅନଲାଇନ୍ ବିକଳ୍ପ ବାଛନ୍ତୁ।

ଆର୍ଥିକ ବର୍ଷ ଶେଷ ହେବାକୁ ଅଳ୍ପ କେଇ ଦିନ ବାକି ଅଛି। ତଥାପି ଯଦି ଆପଣ ଅଧିକ ଟ୍ୟାକ୍ସ ବଞ୍ଚାଇବା ପାଇଁ କୌଣସି ରାସ୍ତା ବାଛି ନାହାନ୍ତି ତେବେ ଏବେ ଗୋଟିଏ ରାସ୍ତା ଅଛି। ଆଉ ତା’ ହେଉଛି ଅନଲାଇନ୍ ବିକଳ୍ପ। ଅନଲାଇଇନ୍ ବିକଳ୍ପ ଦ୍ୱାରା ଆପଣ ଟ୍ୟାକ୍ସ ବଞ୍ଚାଇ ପାରିବେ। ଆସନ୍ତୁ ଏଭଳି ୫ ଟ୍ୟାକ୍ସ ସେଭର ବିକଳ୍ପ ସମ୍ବନ୍ଧରେ ଜାଣିବା, ଯାହା ଆପଣଙ୍କୁ ଟ୍ୟାକ୍ସ ବଞ୍ଚାଇବାରେ ସାହାଯ୍ୟ କରିବ।

୫ ବର୍ଷ ପାଇଁ ବ୍ୟାଙ୍କ ଏଫ୍‌ଡି

ଅନଲାଇନ ଟ୍ୟାକ୍ସ ସେଭିଂ ଉତ୍ପାଦ କଥା ଯଦି କହିବା ତେବେ ସବୁଠାରୁ ପୁରୁଣା ଓ ସହଜ ବାଟ ହେଉଛି ଅନଲାଇନରେ ୫ ବର୍ଷିଆ ଫିକ୍ସଡ୍ ଡିପୋଜିଟ୍ ଖାତା ଖୋଲିବା। ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର କେୱାଇସି ହୋଇଛି ତେବେ ଆପଣଙ୍କ ପାଇଁ ଏଫ୍‌ଡି ଖୋଲିବା ସହଜ ହୋଇଯିବ। ଆପଣ ନେଟ୍ ବ୍ୟାଙ୍କିଂ ଜରିଆରେ ଏଫ୍‌ଡି ଖୋଲି ପାରିବେ। ତେବେ ଏଥିପାଇଁ ପ୍ରଥମେ ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଆପଣଙ୍କ ପ୍ୟାନ୍ ନମ୍ବର ବ୍ୟାଙ୍କ ଖାତାର ଅପଡେଟ୍ ହୋଇଥିବ।

ଏଫଡି ପରିପକ୍ୱ ହେବା ପରେ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ। ଫିକ୍ସଡ୍ ଡିପୋଜିଟ୍ କରିବା ବେଳେ ଆପଣ ସୁଧ କେମିତି (ମାସିକ/ତ୍ରୈୟମାସିକ) ପାଇବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରିବାକୁ ପଡ଼ିବ। ବର୍ତ୍ତମାନ ୫ ବର୍ଷିୟ ଏଫ୍‌ଡି ଉପରେ ୬.୮୫ରୁ ୮ ପ୍ରତିଶତ ଟ୍ୟାକ୍ସ ମିଳୁଛ। ବରିଷ୍ଠ ନାଗରିକଙ୍କୁ ୦.୫ ପ୍ରତିଶତ ଅଧିକ ସୁଧ ମିଳିଥାଏ।

insurance policy

ବୀମା ପଲିସି

ବୀମା କମ୍ପାନିଙ୍କ ୱେବସାଇଟକୁ ଯାଇ ଆପଣ ଅନଲାଇନରେ ବୀମା ପଲିସି କିଣି ପାରିବେ। ଆପଣ ନେଟ୍ ବ୍ୟାଙ୍କି କିମ୍ବା କ୍ରେଡିଟ୍ କାର୍ଡ ଜରିଆରେ ପେମେଣ୍ଟ କରି ପାରିବେ। ସ୍ୱାସ୍ଥ୍ୟ ବୀମା ମଧ୍ୟ ଆପଣ ଅନଲାଇନ୍ କିଣି ପାରିବେ। ସାଧାରଣତଃ ୪୫ ବର୍ଷରୁ କମ ବୟସ୍କ ବ୍ୟକ୍ତି ଅନଲାଇନରେ ସ୍ୱାସ୍ଥ୍ୟ ବୀମା କିଣି ପାରିବେ।

ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍(PPF)

ଆପଣ ନେଟ୍ ବ୍ୟାଙ୍କିଂ ଜରିଆରେ ପିପିଏଫ୍ ଆକାଉଣ୍ଟ ଖୋଲି ପାରିବେ। ଆପଣଙ୍କୁ ଅନଲାଇନରେ ଗୋଟିଏ ଫର୍ମ ପୂରଣ କରିବାକୁ ପଡିଥାଏ। ଯଦି ଆପଣଙ୍କର ଆଗରୁ ପିପିଏଫ୍ ଖାତା ଥାଏ, ତେବେ ଲିଙ୍କଡ୍ ସେଭିଂ ଆକାଉଣ୍ଟରୁ ଫଣ୍ଡ୍ ଟ୍ରାନସ୍ଫର କରି ପାରିବେ।

ହୋମ୍ ଲୋନ୍ ରିପେମେଣ୍ଟ

ଆୟକର ଆଇନ ଧାରା ୮୦-ସି’ ଅନ୍ତର୍ଗତରେ ଆପଣଙ୍କୁ ହୋମ୍ ଲୋନ୍ ରିପେମେଣ୍ଟ ଉପରେ କର ଛାଡ଼ ମିଳିଥାଏ। ଯଦି ଆପଣ ହୋମ୍ ଲୋନ୍ ନେଇଛନ୍ତି ତେବେ ଟ୍ୟାକ୍ସ ବଞ୍ଚାଇବା ପାଇଁ ଆପଣ ଅନଲାଇନରେ ଏହାକୁ ପୈଠ କରିପାରିବେ। ଏଥିପାଇଁ ଆପଣଙ୍କୁ ହୋମଲୋନ୍ ଆକାଉଣ୍ଟକୁ ନିଜ ନେଟ୍ ବ୍ୟାଙ୍କିଂ ସହ ଏକ ଥାର୍ଡ ପାର୍ଟି ଆକାଉଣ୍ଟ୍ ଭଳି ଯୋଡ଼ିବାକୁ ହେବ। ଲିଙ୍କିଙ୍ଗ୍ ପରେ ଆପଣ ସହଜରେ ଫଣ୍ଡ୍ ଟ୍ରାନ୍ସଫର କରି ପାରିବେ।

ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ELSS)

ଆପଣ ELSSରେ ଅନଲାଇନ ମାଧ୍ୟମରେ ନିବେଶ କରି ପାରିବେ। କିନ୍ତୁ ଏହି କାମ ଦି’ପହର ୩ଟା ଭିତରେ କରିବାକୁ ହେବ। କାରଣ ସେୟାର ବଜାର ଦିନ ୩ଟା ପରେ ବନ୍ଦ ହୋଇଯାଇଥାଏ। ଏଥିପାଇଁ ଆପଣ ଫଣ୍ଡ୍ ହାଉସର ୱେବସାଇଟକୁ ଯାଇ ନିବେଶ କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କ ଆକାଉଣ୍ଟର କେୱାଇସି ହୋଇଥିବା ଜରୁରୀ ଓ ଆପଣ ନେଟ୍ ବ୍ୟାଙ୍କିଙ୍ଗ୍ କରୁଥିବା ମଧ୍ୟ ଆବଶ୍ୟକ।

ଯଦି ନିବେଶ ଦି’ପହର ୩ଟା ଭିତରେ ହେଇଥିବ ତେବେ ସେହି ଦିନର ନେଟ୍ ଆସେଟ୍ ଭାଲ୍ୟୁ (NAV) ମିଳିଯାଇଥାଏ। ଯଦି ଦିନ ୩ଟା ପରେ ନିବେଶ ହୋଇଥାଏ ତେବେ ତା’ ପରଦିନର ଏନଏଭି ମିଳିବ।