ଏମିତିରେ ଆପଣଙ୍କୁ ବଞ୍ଚାଇପାରେ ଧାରା ୮୦ ଜି’।

ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଯଦି ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ କମ ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଟଙ୍କାଏ ବି ଅଧିକ ତେବେ ଆପଣଙ୍କୁ ସ୍ଲାବ୍ ହିସାବରେ ପୁରା ଟ୍ୟାକ୍ସ ଦେବାକୁ ପଡ଼ିବ।

ଆୟକର ଧାରା ୮୭ ଏ’ ଅନୁସାରେ ଯଦି ଆପଣଙ୍କ ଆୟ ୫ ଲକ୍ଷ ଟଙ୍କାରୁ କମ ତେବେ ଆପଣଙ୍କୁ ୧୨,୫୦୦ ଟଙ୍କାର ରିବେଟ୍ ମିଳିବ। ଅର୍ଥାତ ଆପଣଙ୍କୁ ଶୁନ୍ୟ କର ଦେବାକୁ ପଡ଼ିଥାଏ। କିନ୍ତୁ ଏହାଠାରୁ ଅଧିକ ଆୟ ହୋଇଥିଲେ ଆପଣଙ୍କର କ୍ଷତି ହେବ।

ଯଦି ଆପଣଙ୍କ କରଯୋଗ୍ୟ ଆୟ(ସମସ୍ତ ଡିଡକ୍ସନ ଓ ଛାଡ଼ କଟା ହେବା ପରେ) ୫ ଲକ୍ଷ ଟଙ୍କାରୁ ୧ ଟଙ୍କା ଅଧିକ ହେଉଛି, ତେବେ ଆପଣଙ୍କୁ ଟ୍ୟାକ୍ସ ରିବେଟର ଲାଭ ମିଳିବ ନାହିଁ। କର ଦର ହିସାବରେ ଯେତିକି ଟ୍ୟାକ୍ସ ହେବ ଆପଣଙ୍କୁ ସେତିକି ଟ୍ୟାକ୍ସ ଦେବାକୁ ପଡିବ। ଅର୍ଥାତ୍‌ ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷ ଟଙ୍କାରୁ ଯେତିକି ଅଧିକ ହେବ ଆପଣଙ୍କୁ ସେତିକି କର ଦେବାକୁ ପଡ଼ିବ।

ଆୟ ଲକ୍ଷ ଟଙ୍କାରୁ ଟିକିଏ ଅଧିକ ମାନେ ଅଧିକ କ୍ଷତି

ଯଦି ଆପଣଙ୍କ ଆୟ ୫ ଲକ୍ଷ ଟଙ୍କାରୁ ଅଳ୍ପ ଅଧିକ ହୋଇଥିବ ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିବ। ଯଦି ଆପଣଙ୍କ ଆୟ ୫ ଲକ୍ଷ ୧୦ ହଜାର ଟଙ୍କା ତେବେ ସ୍ଲାବ୍ ହିସାବରେ ଆୟକର ଦେବା ପରେ ଆପଣଙ୍କ ପାଖରେ ୫ ଲକ୍ଷ ଟଙ୍କାରୁ କମ ରାଶି ରହିବ। ଅନ୍ୟପକ୍ଷରେ ଆୟ ୫ ଲକ୍ଷ ଟଙ୍କା ହୋଇଥିଲେ ତେବେ ସେତିକି ଟଙ୍କା ବଞ୍ଚିବ।

ଉଦାହରଣ ଦ୍ୱାରା ବୁଝନ୍ତୁ

ଆୟ କର ଦେୟ
୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
୨.୫ ଲକ୍ଷରୁ ୫ ଲକ୍ଷ ୨.୫ ଲକ୍ଷର ୫% = ୧୨,୫୦୦ ଟଙ୍କା
୫ ଲକ୍ଷରୁରରରରୁ ଅଧିକ (୧୦ ହଜାର ଟଙ୍କା) ୧୦,୦୦୦ର ୨୦% = ୨୦୦୦ ଟଙ୍କା
୧୪,୫୦୦ ଟଙ୍କା
୪% ସେସ୍ ଛାଡିକରି ୧୫,୦୮୦ ଟଙ୍କା

 

ଉପରେ ଦିଆଯାଇଥିବା ଉଦାହରଣରୁ ସ୍ପଷ୍ଟ ଯେ, ଯେଉଁମାନଙ୍କ ଆୟ ୫ ଲକ୍ଷ ଟଙ୍କାରୁ ଟିକିଏ ବି ଅଧିକ ସେମାନଙ୍କୁ ସେହି ‘ଅଳ୍ପ ଅଧିକ’ ଆୟ ଉପରେ ଅଧିକ ଆୟକର ଦେବାକୁ ପଡ଼ିଥାଏ। ଏହା ଉପରେ ପୁଣି ସେସ୍ ଦେବାକୁ ପଡିଥାଏ। ୫ ଲକ୍ଷ ଟଙ୍କା ଉପରେ ଆୟର ୨୦ ପ୍ରତିଶତ ଟ୍ୟାକ୍ସ ରେଟ୍ ଓ ୨.୫୦ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ଆୟ ଉପରେ ୫ ପ୍ରତିଶତ ଅର୍ଥାତ ୧୨,୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ଏଭଳି ପରିସ୍ଥିତିରେ ଯଦି କରଯୋଗ୍ୟ ଆୟ ୫ ଲକ୍ଷ ୧୦ ହଜାର ଟଙ୍କା ହୋଇଥାଏ ତେବେ ମୋଟ(୧୨,୫୦୦+୨୦୦୦) ଟଙ୍କା ଆୟକର ହିସାବରେ ଦେବାକୁ ପଡ଼ିବ। ଏହା ଉପରେ ୪ ପ୍ରତିଶତ ସେସ୍ ଲାଗୁ ହୋଇଥାଏ। ତେଣୁ ମୋଟ ୧୫,୦୮୦ ଟଙ୍କା ଟ୍ୟାକ୍ସ ଭାବେ ଦେବାକୁ ପଡ଼ିବ। ଏହି ଟଙ୍କା ପୈଠ କରିବା ପରେ ଆପଣଙ୍କ ପାଖରେ ରହିବ ୪,୯୪,୯୨୦ ଟଙ୍କା।

ଏଭଳି ପରିସ୍ଥିତିରେ କଣ କରିବେ?

ଏବେ ପ୍ରଶ୍ନ ହେଲା ୧୫,୦୮୦ ଟଙ୍କାର ଏହି କ୍ଷତିକୁ ଭରଣ କରିବାକୁ ଆପଣ କ’ଣ କରି ପାରିବେ। ଯେଉଁ ଆୟକର ଦାତ୍ତାଙ୍କ ମୋଟ ଆୟ ୫ ଲକ୍ଷ ୧୦ ହଜାର ଟଙ୍କାରୁ କମ କିନ୍ତୁ ୫ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ଏହାକୁ ୫ ଲକ୍ଷ ପର୍ଯ୍ୟନ୍ତ ଆଣିବାକୁ ହେବ। ଏଭଳି କରିବାକୁ ସେମାନେ ଆୟକର ଆଇନ ଅନ୍ତର୍ଗତରେ ମିଳୁଥିବା ଡିଡକ୍ସନର ଲାଭ ଉଠାଇବାକୁ ପଡ଼ିବ।

ଆୟକର ଧାରା ୮୦-ସି, ୮୦-ଡି ଅଧୀନରେ ସେମାନେ କ୍ଲେମ୍ କରି ପାରିବେ। ଯଦି ଆପଣ ସେକ୍ସନ୍ ୮୦-ସି’ର ଲାଭ ଉଠାଇ ସାରିଛନ୍ତି ତେବେ ଧାରା ୮୦-ଜି’ର ସାହାଯ୍ୟ ନେଇ ପାରିବେ। ଏହା ଜରିଆରେ ଆପଣ ଡୋନେସନ୍ ଉପରେ ୫୦ରୁ ୧୦୦ ପ୍ରତିଶତ ଡିଡକ୍ସନ ପାଇ ପାରିବେ। ଅର୍ଥାତ ଆପଣଙ୍କ ଆୟ ଯଦି ୫ ଲକ୍ଷ ଟଙ୍କାରୁ ୧୦ ହଜାର ଟଙ୍କା ଅଧିକ, ତେବେ ୧୦ ହଜାର ଟଙ୍କାକୁ ଦାନ କରି ଦିଅନ୍ତୁ। ଏହା ପରେ ଦାନ କରା ଯାଇଥିବା ୧୦ ହାଜର ଟଙ୍କା ଉପରେ କର ଛାଡ଼ କ୍ଲେମ୍ କରନ୍ତୁ।

ଏଭଳି କରିବା ଫଳରେ ଆପଣଙ୍କୁ ଆୟକର ହିସାବରେ କିଛି ମଧ୍ୟ ଦେବାକୁ ପଡ଼ିବ ନାହିଁ। ୩୧ ମାର୍ଚ୍ଚ ପୂର୍ବରୁ ଦାନ ଦିଅନ୍ତୁ। ଏହା ସହ ଦାନ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଯେ, ଆପଣ ଏମିତି କରି କେତେ ଟଙ୍କା ଟ୍ୟାକ୍ସ ଭାବେ ବଞ୍ଚାଉଛନ୍ତି।