ମ୍ୟୁଚୁଆଲ ଫଣ୍ଡ ନିବେଶରେ ରିସ୍କ ଥାଏ। ତେଣୁ ଏଥିରେ କେବେ ମଧ୍ୟ ଜରୁରୀ କାର୍ଯ୍ୟ ପାଇଁ ରଖିଥିବା ପାଣ୍ଠିକୁ ନିବେଶ କରନ୍ତୁ ନାହିଁ। କେବଳ ସେଇ ଟଙ୍କାକୁ ନିବେଶ କରନ୍ତୁ ଯାହା ଆପଣଙ୍କ ପାଖରେ ବଳକା ଥିବ। ଏଭଳି ଅର୍ଥ ନିବେଶ କରନ୍ତୁ ନାହିଁ ଯାହା ଆପଣ ହଠାତ ଖର୍ଚ୍ଚ ପାଇଁ ରଖିଛନ୍ତି। ସେୟାର ବଜାରରେ ନିବେଶର ସବୁଠାରୁ ସରଳ ବାଟ ହେଉଛି ମ୍ୟୁଚୁଆଲ ଫଣ୍ଡ୍। ତେବେ ଆପଣ କଣ ଜାଣିଛନ୍ତି କି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରା ଯାଇଥିବା ରାଶି ଉପରେ ଆପଣ ଲୋନ୍ ନେଇ ପାରିବେ? ବ୍ୟାଙ୍କ ଓ କିଛି ଏନଏଫବିସି କଂପାନି ମ୍ୟୁଚୁଆଲ ଫଣ୍ଡ ଉପରେ ଲୋନ୍ ଦେଇଥାନ୍ତି। ଆସନ୍ତୁ ଜାଣିବା କେମିତି ମ୍ୟୁଚୁଆଲ ଫଣ୍ଡ୍ ବଦଳରେ ଲୋନ୍ ନେଇ ପାରିବେ।

କେମିତି ମିଳେ ଲୋନ୍

ଆପଣ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟ୍ ବଦଳରେ ବ୍ୟାଙ୍କ କିମ୍ବା ଏନବିଏଫସିଠାରୁ ଲୋନ୍ ନେଇ ପାରିବେ। ଏଥିପାଇଁ ଆପଣଙ୍କ କରଜଦାତ୍ତାଙ୍କ ସହ ଗୋଟିଏ ଚୁକ୍ତି କରିବାକୁ ପଡିଥାଏ।  ଚୁକ୍ତି ଅନୁସାରେ ଆପଣଙ୍କୁ ନିଜ ୟୁନିଟ୍ ବନ୍ଧକ ରଖିବାକୁ ପଡେ। କରଜଦାତ୍ତା ଏହାପରେ ମ୍ୟୁଚୁଆଲ ଫଣ୍ଡ୍ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିବ,ଯେମିତିକି ସେହି ମ୍ୟୁଚୁଆଲ ଫଣ୍ଡ୍ ଯାହା ବଦଳରେ କରଜ ଦିଆଯିବାର ଅଛି ତାକୁ ଲିନ୍ ମାର୍କ କରିବେ। ଏହାର ଅର୍ଥ ହେଉଛି ଯେପର୍ଯ୍ୟନ୍ତ କରଜ ଶୁଝା ଜାଇନାହିଁ,ସେପର୍ଯ୍ୟନ୍ତ ୟୁନିଟ ଗୁଡିକୁ ରିଡିମ୍ କରାଯାଇ ପାରିବ ନାହିଁ। ବ୍ୟାଙ୍କ କିମ୍ବା ଏନବିଏଫସି ଆପଙ୍କୁ ନିଶ୍ଚିନ୍ତ ଅବଧି ପର୍ଯ୍ୟନ୍ତ ଲୋନ୍ ଦେଇଥାଏ,ସେହି ସମଯସୀମା ଭିତରେ ଆପଣଙ୍କୁ ଲୋନ୍ ଶୁଝିବାକୁ ପଡିଥାଏ।

ଲୋନ୍ ରାଶି କେତେ ହେବ?

ଆପଣଙ୍କୁ ଲୋନ୍ ବାବଦରେ ମିଳିବାକୁ ଥିବା ରାଶି ମ୍ୟୁଚୁଆଲ ଫଣ୍ଡ୍  ୟୁନିଟର ମାର୍କେଟ୍ ଭ୍ୟାଲୁଠାରୁ କମ ହୋଇଥାଏ।ଯାହାକୁ ମାର୍ଜିନ୍ କୁହାଯାଏ। ଆପଣଙ୍କୁ ଲୋନ୍ ବାବଦରେ କେତେ ଟଙ୍କା ମିଳଇବ ତାହା ଫାଇନାନ୍ସରଙ୍କ ଉପରେ ନିର୍ଭର କରିଥାଏ। ତେବେ ଏହା ୧୦ରୁ ୧୨ ପ୍ରତିଶତ ଭିତରେ ହୋଇଥାଏ। ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ, ନିବେଶକଙ୍କୁ ୩ରୁ ୪ ମାସର କମ ଅବଧି ପାଇଁ ଟଙ୍କା ଆବଶ୍ୟକ ହୋଇଥାଏ। ଏମିତିରେ ସେମାନେ ନିଜ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟକୁ ବନ୍ଧକ ଭାବେ ରଖି ଲୋନ୍ ନେଇ ପାରିବେ। ଯଦି ଆପଣ ଇକ୍ୱିଟି ମ୍ୟୁଚୁଆଲ ପଣ୍ଡ୍ ଉପରେ ଲୋନ୍ ନିଅନ୍ତି ତେବେ ଆପଣଙ୍କୁ ପର୍ସନାଲ ଲୋନ୍ ତୁଳନାରେ କମ ସୁଧ ଦେବାକୁ ପଡିଥାଏ।

କେଉଁମାନଙ୍କୁ ମିଳେ ଲୋନ୍

ଭାରତୀଯ ନାଗରିକ, ପାର୍ଟନରସିପ୍ ଫାର୍ମ, ପ୍ରାଇଭେଟ୍ ଟ୍ରଷ୍ଟ, ପ୍ରାଇଭେଟ୍ ଲିମିଟେଡ୍ କଂପାନି ଓ ପବ୍ଲିକ୍ ଲିଷ୍ଟେଡ୍ କମ୍ପାନିଙ୍କୁ ଲୋନ୍ ମିଳି ପାରିବ।