ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ହ୍ଵାଟ୍ସଆପ୍‌’ରେ ଆସିଲା ଡାର୍କମୋଡ୍‌। ପ୍ରଥମେ ଡେସ୍କଟପ୍‌, ତା’ପରେ ଆଇଓଏସ୍‌ ଆଉ ଏବେ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହି ଡାର୍କମୋଡ୍‌ର ସୁବିଧା ପାଇପାରିବେ। ବହୁଦିନରୁ ଆଣ୍ଡ୍ରଏଡ୍‌ ୟୁଜର୍ସ ଏହି ଫିଚର ପାଇଁ ଅନେଇ ବସିଥିଲେ। ବର୍ତ୍ତମାନ ଆଣ୍ଡ୍ରଏଡ୍‌ ହ୍ଵାଟ୍ସଆପ୍‌ ଥିମ୍‌ରେ ‘ଡାର୍କମୋଡ୍‌’ ଫିଚର ଆସିଯାଇଛି।

କେମିତି କରିବେ ଆକ୍ଟିଭ୍‌

ଡାର୍କ ମୋଡ୍ ଅନ୍ କରିବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଦେଖିବାକୁ ହେବ ଯେ, ଆପଣଙ୍କ ଫୋନରେ ହ୍ୱାଟ୍ସଆପ୍ ଅପଡେଟ୍ ହୋଇଛି କି ନାହିଁ? ଯଦି ହ୍ୱାଟ୍ସଆପ୍ ଅପଡେଟ୍ ହୋଇନି ପ୍ଲେ-ଷ୍ଟୋର ଯାଇ ଏହାକୁ ଅପ୍‌ଡେଟ୍‌ କରନ୍ତୁ।

  • ଏହାପରେ ହ୍ୱାଟ୍ସଆପ୍ ଖୋଲି ସେଟିଙ୍ଗ୍‌କୁ ଯାଆନ୍ତୁ
  • ଚାଟ୍ ଅପସନରେ କ୍ଲିକ୍ କରନ୍ତୁ। ଏଥିରେ ‘ଥିମ’ ଅପସନ୍ ଥିବ
  • ସେଠାରେ ଆପଣଣଙ୍କୁ ଡିଫଲ୍ଟ, ହ୍ୱାଇଟ୍ ଏବଂ ଡାର୍କ ଭଳି ୩ଟି ଫିଚର ମୋଡ୍ ଆପଣଙ୍କୁ ମିଳିବ
  • ବ୍ୟବହାର ଅନୁଯାୟୀ ଆପଣ ଡାର୍କ ମୋଡ୍ ଅନ୍ କରିପାରିବେ

ଡାର୍କ ମୋଡ୍‌ର ଫାଇଦା

ହ୍ୱାଟ୍ସଆପ୍‌ରେ ଡାର୍କ ମୋଡ୍‌ ବ୍ୟବହାର ଦ୍ୱାରା ଆପଣଙ୍କ ବ୍ୟାଟେରୀ କମ୍‌ ସରିବ। ଏଥିସହିତ ରାତିରେ ହ୍ୱାଟ୍ସଆପ୍‌ବ୍ୟବହାର କଲେ ଏହାର ଅଳ୍ପ ଆଲୋକ ଆପଣଙ୍କ ଆଖିକୁ ସୁରକ୍ଷିତ ରଖିବ।