୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ୱବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ ଅତିକ୍ରମ କରିଥିବା କୁହାଯାଉଛି।

ରତନ ଟାଟା ବ୍ୟବସାୟରେ ଯେତିକି ସଫଳତା ପାଇଛନ୍ତି ସତ, ହେଲେ ପ୍ରେମରେ ବିଫଳ ହୋଇଥିବା ସେ ସ୍ବୀକାର କରିଛନ୍ତି। ସିଏନ୍‌ଏନ୍‌ ଇଣ୍ଟରନ୍ୟାସନାଲର ଟ୍ରାକ୍ ଏସିଆ ପ୍ରୋଗ୍ରାମରେ ଏକ ସାକ୍ଷାତକାରରେ ସେ ୪ ଜଣ ଝିଅଙ୍କୁ ପ୍ରେମ କରିଥିବା କହିଥିଲେ। ହେଲେ ୪ ଜଣଙ୍କ ଭିତରୁ କେହି ବି ଜୀବନସାଥୀ ହୋଇପାରି ନଥିଲେ। ଆମେରିକାରେ ଥିବା ବେଳେ ରତନ ଟାଟା ପ୍ରେମରେ ପଡ଼ିଥିଲେ। ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାହା ଭାଙ୍ଗି ଯାଇଥିଲା। ଫଳରେ ସେ ଆଉ ଜଣେ ଝିଅକୁ ବିବାହ କରିଥିଲେ।

ଏମିତି ଥରେ ନୁହେଁ, ଚାରି ଚାରି ଥର ତାଙ୍କ ଜୀବନରେ ଘଟିଛି। ରତନ ଟାଟା ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ପିଲାଟି ଦିନରୁ ସେ କମ୍ କଥା କୁହନ୍ତି। ଏଣୁ ସେ ତାଙ୍କ ପ୍ରେମ କାହାଣୀ ବିଷୟରେ ଅଧିକ କହିବାକୁ ଚାହିଁ ନଥିଲେ।

ରତନ ଟାଟା ବହି ପଢ଼ିବାକୁ ପସନ୍ଦ କରନ୍ତି। ସେ ବିଭିନ୍ନ ଲୋକଙ୍କ ସଫଳତା କାହାଣୀ ପଢ଼ିବାକୁ ଅଧିକ ପସନ୍ଦ କରିଥାନ୍ତି।

ratan tata_lifestory

ଟାଟା ଗ୍ରୁପ୍ ଅଧୀନରେ ୧୦୦ରୁ ଅଧିକ କମ୍ପାନି ରହିଛି। ଚା’ଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲ, ଷ୍ଟିଲ କମ୍ପାନି, ଲକ୍ଷେ ଟଙ୍କିଆ ନାନୋ କାର୍‌ ଏବଂ ଉଡା ଜାହାଜ ପର୍ଯ୍ୟନ୍ତ ସବୁକିଛି ଟାଟା କମ୍ପାନି ପ୍ରସ୍ତୁତ କରୁଛି।