ଅନେକ ଲୋକ ପ୍ରାୟ ସବୁବେଳେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବା ନେଇ ଅଭିଯୋଗ କରିଥାନ୍ତି। ଧନି ନହୋଇଥିବାରୁ ଆମ ଭିତରୁ ଅନେକ ଦୁଃଖ କରନ୍ତି। ଯେତେବେଳେ ଆମେ ଆଖପାଖରେ ଆର୍ଥିକ ରୁପରେ ଶକ୍ତିଶାଳି ବ୍ୟକ୍ତିଙ୍କୁ ଦେଖୁ, ସେତେବେଳେ ଆମେ ହିନମାନ୍ୟତାର ଶିକାର ହେଉ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଆମେ ଯେଉଁ ଟଙ୍କା ଆୟ କରୁଛୁ ତାହା କଣ ପର୍ଯ୍ୟାପ୍ତ? ଆମ ଉପାର୍ଜନ ଯଥେଷ୍ଟ କି ନୁହେଁ ତାର କ’ଣ ଯାଞ୍ଚ୍‌ ହେଇ ପାରିବ? ଏହାର ଉତ୍ତର ହେଉଛି ହଁ। ଏହି ସବୁ ପ୍ରଶ୍ନକୁ ଯଦି ଧ୍ୟାନର ସହ ପଢ଼ିବେ, ତେବେ ଆପଣ ନିଜ ଉତ୍ତର ପାଇ ଯିବେ।

୧. ଆପଣ ଯଦି ନିୟମିତ ଭାବେ କମ ସମୟ ପାଇଁ କରଜ ନେଉଛନ୍ତି କି?  ନିଜ କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବାକୁ ନେଇ ଚିନ୍ତିତ ରହୁଛନ୍ତି? ଅଥବା ନିଜ ବନ୍ଧୁବାନ୍ଧବଙ୍କଠାରୁ ଲୋନ୍ ନେଉଛନ୍ତି? ତେବେ ଜାଣି ନିଅନ୍ତୁ ଯେ, ଆପଣଙ୍କ ଆୟଠାରୁ ଖର୍ଚ୍ଚ ଅଧିକ। ଆମଦାନୀ ଅଧିକ ହେବାର ସଂକେତ ହେଉଛି ମାସ ଶେଷରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ବଳକା ଟଙ୍କା ରହିବା। ଯଦି ଆପଣଙ୍କୁ ନିୟମିତ ବିଲ୍ ପୈଠ କରିବାରେ ଅସୁବିଧ ହେଉଛି ତେବେ ଜାଣି ନିଅନ୍ତୁ ଆପଣ ଅଧିକ ଖର୍ଚ୍ଚ କରୁଛନ୍ତି କିମ୍ବା ଆୟ କମ।

୨. ବିଲ୍ ଓ ଇଏମଆଇ ଶୁଝିବାକୁ ନେଇ ଆପଣ ଚାପରେ ରହୁଛନ୍ତି କି? ବିଲ୍ ପେମେଣ୍ଟ୍ ପାଇଁ ଆପଣ ଅଟୋପେମେଣ୍ଟ ସେଟ୍ ଏଥିପାଇଁ କରୁନାହାନ୍ତି ଯେ, ଆପଣ ଆକାଉଣ୍ଟ ବାଲାନ୍ସକୁ ନେଇ ନିଶ୍ଚିତ ନାହାନ୍ତି।  ବୀମା ବିଲ୍ ଓ ଏସ୍‌ଆଇପି ପେମେଣ୍ଟକୁ ନେଇ ମଧ୍ୟ ଆପଣ ଚାପରେ ରୁହନ୍ତି କି? ଯଦି ହଁ, ତେବେ ଆପଣଙ୍କ ଆର୍ଥିକ ସ୍ଥିତି ଠିକ୍ ନାହିଁ।

mutual fund

୩. ଆପଣ କ’ଣ ଅଧିକ ଖର୍ଚ୍ଚ ଆଶଙ୍କାରେ ବାହାରେ ଡିନର କରିବାକୁ ଯାନ୍ତି ନାହିଁ? ଖର୍ଚ୍ଚ କରିବାର ବିକଳ୍ପ ବାଛିବା ଉପରେ ଆପଣଙ୍କ ନିୟନ୍ତ୍ରଣ ନାହିଁ କି? ଆପଣ ଯେତେ ମଧ୍ୟ ଆୟ କରନ୍ତୁ କିନ୍ତୁ ଯଦି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ ତେବେ ଅଚାନକ ଆସୁଥିବା ଖର୍ଚ୍ଚକୁ ନେଇ ଆପଣଙ୍କ ନିରାଶା ବଢି ଯାଇଥାଏ।

୪. ଆପଣ କୌଣସି ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାନ୍ତି କିନ୍ତୁ କରି ପାରନ୍ତି ନାହିଁ କି? କିମ୍ବା ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ କରନ୍ତି ନାହିଁ କି? ଆପଣ ମୁଲଚାଲ କରିବାକୁ ଭେଣ୍ଡର ଓ ସର୍ଭିସ ପ୍ରୋଭାଇଡରଙ୍କ ସହ ଝଗଡ଼ା କରନ୍ତି କି? ଯଦି ନିଜ ପାଖରେ ଥିବା ଅର୍ଥରାଶିକୁ ନେଇ ଆପଣଙ୍କ ମନରେ ଅସୁରକ୍ଷା ଭାବ ରହିବ ତେବେ ଆପଣ ଉଦାରତାର ସହ ଟଙ୍କା ଖର୍ଚ୍ଚ କରି ପାରିବେ ନାହିଁ।

୫. କ’ଣ ଆପଣ ନିଜ ସମ୍ପତ୍ତିକୁ ବ୍ୟବହାର କରି ସନ୍ତୁଳନ ରକ୍ଷା କରନ୍ତି? କ’ଣ ଆପଣ ଫଣ୍ଡ୍ ଯୋଗାଡ କରିବା ପାଇଁ ସୁନା ଓ ନିବେଶକୁ ବନ୍ଧା ରଖନ୍ତି? କ’ଣ ଆପଣ ନିଜ ପ୍ରୋଭିଡେଣ୍ଟ ଫଣ୍ଡ୍ ଓ ଅନ୍ୟ ଲଙ୍ଗ୍ ଟର୍ମ ଆସେଟ୍‌ ବଦଳରେ ପ୍ରାୟତଃ ଲୋନ୍ ନେବା କଥା ଚିନ୍ତା କରନ୍ତି କି? ଆପଣ ନିଜ ସମ୍ପତ୍ତିକୁ ନିଜ ଆର୍ଥିକ ସ୍ଥିତିକୁ ଉତ୍ତମ କରିବାକୁ ବ୍ୟବହାର କରି ପାରିବେ। ତେବେ ସମ୍ପତ୍ତି ସେତେବେଳ ବଢିଥାଏ, ଯେତେବେଳେ ଆପଣ କ୍ରମାଗତ ଭାବେ ସଞ୍ଚୟ ଓ ନିବେଶ କରିଥାନ୍ତି।

୬. ଖୁବଶୀଘ୍ର ଧନୀ ହେବା ସ୍କିମ୍ ଆପଣଙ୍କୁ ଆକର୍ଷିତ କରେକି? ଅଧିକ ଗରିବ ଲୋକ ଲଟେରୀ କିଣିଥାନ୍ତି। ଲଟେରୀ କିଣିବା ନିରାଶରେ କରାଯାଇଥିବା କାର୍ଯ୍ୟ ହୋଇଥାଏ। ଆପଣ ସେୟାର ମାର୍କେଟ୍ ବାବଦରେ ନଜାଣି ଏଥିରେ ନିବେଶ କରିବାର ଅର୍ଥ ହେଉଛି ଆପଣ ଏହା ମାନନ୍ତି ଯେ, ଆପଣଙ୍କ ପାଖରେ କମ ଧନ ଅଛି ଓ ଆପଣ ସେୟାର ଟ୍ରେଡିଂ କରି ଖୁବଶୀଘ୍ର ଅଧିକ ଆୟ କରିବା ଲକ୍ଷ୍ୟରେ ଅଛନ୍ତି।

କେତେ ଆମଦାନୀ ହେବା ଉଚିତ ଏହାର କୌଣସି ଲିଖିତ ନିୟମ ନାହିଁ। ତେବେ ଆମକୁ ନିଜ ଆୟ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ, ଯେପରି ଆମେ ଲୋନ୍ ଜାଲରେ ପଡ଼ିବା ନାହିଁ କିମ୍ବା କମ ସମୟରେ ନିଜ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପୋଞ୍ଜି ସ୍କିମ୍‌ରେ ଟଙ୍କା ଲଗାଇ ସବୁ ଅର୍ଥ ବୁଡ଼ାଇ ଦେବା ନାହିଁ।