ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ଓପ୍ପୋ ସୋମବାର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ୍‌ କରିଛି। ଏହାର ନାଁ ହେଉଛି  Reno 3 Pro। ଏହି ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ଭର୍ସନ ୧୦(Q)ରେ ଚାଲିବ। ଏଥିରେ 64MPର ରିଅର କ୍ୟାମେରା ଦିଆଯାଇଥିବା ବେଳେ 44MP ବିଶିଷ୍ଟ ସେଲ୍‌ଫି କ୍ୟାମେରା ରହିଛି। ଗତ ଡିସେମ୍ବରରେ ଏହାକୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା।

ଏହି ସ୍ମାର୍ଟଫୋନ୍‌ର ଦାମ୍‌ ହେଉଛି ୨୯,୯୯୦ ଟଙ୍କା। ଆପଣ ଯଦି ଏହି ସ୍ମାର୍ଟଫୋନ୍‌କୁ କିଣିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ଏହି ୫ଟି ଫିଚର ଆପଣଙ୍କୁ ଜାଣିବା ଦରାକାର। ଆସନ୍ତୁ ଜାଣିବା ଓପ୍ପୋ Reno 3 Pro ସ୍ମାର୍ଟଫୋନ୍‌ରେ କ’ଣ ରହିଛି ଫିଚର।

ଡୁଅଲ ପ୍ରଣ୍ଟ୍‌ କ୍ୟାମେରା

ଓପ୍ପୋ Reno 3 Pro ସ୍ମାର୍ଟଫୋନ୍‌ର ସାମ୍ନାରେ ଦୁଇଟି ସେଲ୍‌ଫି କ୍ୟାମେରା ରହିଛି। ପ୍ରଥମରେ ଏଥିରେ  44MP ଲେନ୍ସ ଦିଆଯାଇଛି। ଏହାକୁ ଅଲ୍ଟ୍ରା କ୍ଲିୟର କ୍ୟାମେରା ବୋଲି କୁହାଯାଏ କାହିଁକି ନାଁ ଏଥିରେ ସେଲ୍‌ଫି ନେବା ବେଳେ ମୁହଁର ଡିଟେଲ୍‌ସ ଏହି ଲେନ୍ସ କାବୁ କରିପାରିବ। ସେହିପରି ବୋକେ ଇଫେକ୍ଟ ପାଇଁ ଏଥିରେ 2MPର ଆଉ ଏକ ସେନ୍ସର ଦିଆଯାଇଛି। ଏଥିରେ ଭିଡିଓ ପାଇଁ ମଧ୍ୟ ବୋକେ ଇଫେକ୍ଟ ମିଳିବ।

କ୍ୱାଡ୍ ରିଅର କ୍ୟାମେରା

ଓପ୍ପୋ Reno 3 Pro ସ୍ମାର୍ଟଫୋନ୍‌ର ଆଗରେ ଦୁଇଟି କ୍ୟାମେରା ଥିବାବେଳେ ପଛରେ ରହିଛି ଚାରିଟି କ୍ୟାମେରା। ମୁଖ୍ୟ କ୍ୟାମେରା 64MP ହୋଇଥିବା ବେଳେ ଏହି ଲେନ୍ସ 108 ମେଗାପିକ୍ସେଲ ଇମେଜକୁ ଅଧିକ ବିବରଣୀ ସହିତ କ୍ୟାପଚର କରିପାରିବ।

ଏହି ସ୍ମାର୍ଟଫୋନ୍‌ରେ ଥିବା ଅନ୍ୟ ସେନ୍ସରଗୁଡ଼ିକ ହେଲା 13MP ଟେଲିଫୋଟୋ ଲେନ୍ସ, 5x ହାଇବ୍ରିଡ୍ ଜୁମ୍ ଏବଂ 10x ଡିଜିଟାଲ୍ ଜୁମ୍ ଅନ୍ତର୍ଭୁକ୍ତ ସହିତ। 8 ମେଗାପିକ୍ସେଲ ବିଶିଷ୍ଟ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ସେନ୍ସର ଏବଂ ଶେଷରେ ବୋକେ ପାଇଁ 2 ମେଗାପିକ୍ସେଲ ମୋନୋ ଲେନ୍ସ।

ହାଇପର ବୁଷ୍ଟ୍

ଓପ୍ପୋ Reno 3 Pro ସ୍ମାର୍ଟଫୋନ୍‌ରେ ହାଇପର ବୁଷ୍ଟ୍ ନାମକ ଏକ ଫିଚର ଦେଇଛଇ। ଗେମିଂ ଏବଂ ଗ୍ରାଫିକ୍ସ ଆପ୍ ପାଇଁ ଏହା ସବୁଠାରୁ ଭଲ। ହାଇପର ବୁଷ୍ଟ୍‌ ଫ୍ରେମ୍ ରେଟ୍‌ ଷ୍ଟାବିଲିଟିକୁ ୩୮ ପ୍ରତିଶତ ବଢ଼ାଯାଇଥିବା ବେଳେ ସ୍ପିଡ୍‌କୁ ୧୬ ପ୍ରତିଶତକୁ ବଢ଼ାଯାଇଛି। ଆପଣ ଅଧିକ ଗେମ୍‌ ଖେଳୁଥିବା ବେଳେ ଏହା ସ୍ମାର୍ଟଫୋନ୍‌କୁ କୁଲ୍‌ ରଖିବାରେ ସାହାଯ୍ୟ କରିବ।

ମିଡିଆଟେକ୍‌ ହେଲିଓ ବି୯୫ ପ୍ରୋସେସର

କମ୍ପାନି ଏଥିରେ ମିଡିଆଟେକ୍‌ ହେଲିଓ ବି୯୫ ଚିପ୍‌ସେଟ୍‌ ଦେଇଛି। ଏହି ପ୍ରୋସେସର ସ୍ମାର୍ଟଫୋନ୍‌କୁ ଉନ୍ନତ କାମ କରିବାରେ ସାହାଯ୍ୟ କରିବ। ଏଥିସହିତ ଏହି ସ୍ମାର୍ଟଫୋନ୍‌ରେ ୮ଜିବି ରାମ୍‌ ଏବଂ ୧୨୮ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ଦିଆଯାଇଛି। ମେମୋରୀ କ୍ଷେତ୍ରରେ ଏହି ସ୍ମାର୍ଟଫୋନ୍‌ ସାଧାରଣ ରହିବ।

VOOC ଫ୍ଲାସ୍‌ ଚାର୍ଜ ୪.୦

Reno 3 Pro ସ୍ମାର୍ଟଫୋନ୍‌ରେ ଓପ୍ପୋର ନିଜର VOOC ଫ୍ଲାସ୍‌ ଚାର୍ଜ ୪.୦ ଟେକ୍ନୋଲୋଜି ଦେଇଛି। ଏଥିରେ ଗ୍ରାହକ ୩୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ପାଇପାରିବେ, ଯାହା ବ୍ୟାଟେରୀକୁ ୬୦ ମିନିଟ୍‌ରେ ଫୁଲ୍‌ କରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୪୦୨୫mAh କ୍ଷମତା ଥିବା ବ୍ୟାଟେରୀ ଦିଆଯାଇଛି।

ଓପ୍ପୋ Reno 3 Pro ସ୍ମାର୍ଟଫୋନ୍‌ରେ ୬.୪ ଇଞ୍ଚ୍‌ ବିଶିଷ୍ଟ ପଞ୍ଚ୍‌ ହୋଲ୍‌ ସୁପର AMOLED ଡିସପ୍ଲେ ରହିଛି। ଏହାର ସ୍କ୍ରିନ-ଟୁ-ବଡି ଅନୁପାତ ହେଉଛି ୯୧.୫ ପ୍ରତିଶତ। ଏହାର ରେଜୋଲୁସନ ୧୮୦୦x୨୪୦୦ ପିକ୍ସେଲ ରହିଛି। ଏଥିରେ 60Hz ରିଫ୍ରେସ୍ ରେଟ୍ ଡିସପ୍ଲେ ଦିଆଯାଇଛି।