କିଛି ସାଧାରଣ ଦ୍ରବ୍ୟ ପାଇଁ ଜିଏସଟି ଦର ବାବଦରେ ଜାଣନ୍ତୁ

GST ସମ୍ଭବତଃ ଭାରତୀୟ ଇତିହାସର ସବୁଠାରୁ ବଡ ଅର୍ଥନୈତିକ ସଂସ୍କାର। ଜିଏସଟି କେତେ ପ୍ରକାରର ଆମେ ଜାଣିଛେ। ତେବେ ଏହାକୁ ବୁଝିବା ପାଇଁ ପୁଣିଥରେ ଜିଏସଟିର ପ୍ରକାର ସଂପର୍କରେ ଜାଣିବ।

  • CGST –Central GST(କେନ୍ଦ୍ର ଖାତାକୁ ଯାଉଥିବା କର)
  • SGST –State GST (ରାଜ୍ୟ ଖାତାକୁ ଯାଉଥିବା କର)
  • IGST –Integrated GST(ଉଭୟ କେନ୍ଦ୍ର ଓ ରାଜ୍ୟ ନେଉଥିବା କର)

କିଛି ସମୟ ଅନ୍ତରାଳରେ ଜିଏସଟି କାଉନସିଲ ମିଟିଂ ହୋଇଥାଏ। ଯେଉଁଥିରେ କରକୁ ନେଇ ସମୀକ୍ଷା କରାଯଏ। ଆସନ୍ତୁ ନଜର ପକାଇବା କିଛି ସାଧାରଣ ସାମଗ୍ରୀ ଉପରେ ଡିଏସଟି ଦର କ’ଣ?

କର ଦର  ଉତ୍ପାଦ
୦.୨୫% କଟା ଯାଇଥିବା ଓ ଅର୍ଦ୍ଧ ପଲିସ ପଥର
୫% ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯେମିତି ଖାଇବା ତେଲ, ଚିନି, ମସଲା, ଚା’ ଓ କଫି, ଭାରତୀୟ ମିଠା, ଜୀବନ ରକ୍ଷାକାରୀ ଔଷଧ ଏହି ଟ୍ୟାକ୍ସ ସ୍ଲାବ୍ ଭିତରେ ଆସିଥାନ୍ତି।
୧୨% କମ୍ପ୍ୟୁଟର ଓ ପ୍ରକ୍ରିୟାକୃତ ଖାଦ୍ୟ
୧୮% କେଶ ତୈଳ, ପେଷ୍ଟ, ସାବୁନ, ତଥା ପୁଞ୍ଜି ସାମଗ୍ରୀ ଓ ଶିଳ୍ପ ମଧ୍ୟସ୍ଥିମାନେ ଏହି କର ସ୍ଲାବ ଭିତରେ ଆସନ୍ତି।
୨୮% ବିଳାଶପୂର୍ଣ୍ଣ ସାମଗ୍ରୀ,ଯେମିତି କ୍ଷୁଦ୍ର କାର,ଉପଭୋକ୍ତା ସାମଗ୍ରୀ (ଏସି, ଫ୍ରିଜ୍, ପ୍ରିମିୟମ କାର, ସିଗାରେଟ୍ ଓ ପାନୀୟ,ଦାମୀ ମୋଟର ସାଇକେଲ,ଏହି ସ୍ଲାବ୍ ଭିତରେ ଆସନ୍ତି।

ଯଦିଓ ଖାଦ୍ୟ ସାମଗ୍ରୀ ଯେପରି ଚିନି,ଚା, ଓ କଫି ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥାଏ, ତଥାପି ଖିର ଉପରେ କୌଣସି କର ଲାଗୁ ହୋଇନାହିଁ। ମୌଳିକ ଖାଦ୍ୟ ଯେପରି ସମସ୍ତଙ୍କ ପାଇଁ ଉପଲବ୍ଘ ହୋଇ ପାରିବ ସେଥିପାଇଁ ଖିର ଭଳି ସାମଗ୍ରୀକୁ ଜିଏସଟିରୁ ବାଦ ଦିଆଯାଇଛି।

GST

  • କେଶ ତୈଳ ଓ ଦାନ୍ତଘଷା ପେଷ୍ଟ ଭଳି ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ। ଆଗରୁ ଏହା ୨୮ ପ୍ରତିଶତ ଥିଲା।
  • ମିଠା ଉପରେ ମଧ୍ୟ ୫ ପ୍ରତିଶତ ଜିଏସଟି ରହିବ।
  • କୋଇଲା ଉପରେ ଜିଏସଟି ଦରକୁ ୧୧.୬୯% ରୁ କମାଇ  ୫%  କରି ଦିଆଯାଇଛି।
  • GST ମଧ୍ୟ ଘରୋଇ ଶିଳ୍ପକୁ ପ୍ରତ୍ସୋହନା ଦେବ କାରଣ ଏହା ଘରୋଇ ଶିଳ୍ପଙ୍କୁ ପୁଞ୍ଜି ସାମଗ୍ରୀ ପାଇଁ ନିରବଛିନ୍ନ ଋଣ ଯୋଗାଇ ଦେବ।

ଦ୍ରବ୍ୟ ପାଇଁ GST ଦର

ସମସ୍ତ ସାମଗ୍ରୀ ଓ ସେବା ପାଇଁ ସରକାର  ୫%, ୧୨%, ୧୮% ଓ ୨୮% ଏହିଭଳି ଚାରି ସ୍ତରୀୟ କର ଢାଞ୍ଚା ତିଆରି କରିବା ଲକ୍ଷ୍ୟ ରଖିଛନ୍ତି। ନିକଟରେ ହୋଇଥିବା ଜିଏସଟି ସଂଶୋଧନ ପରେ ଏହି ସବୁ ସାମଗ୍ରୀ ୪ ଟ୍ୟାକ୍ସ ସ୍ଲାବ୍ ଭିତରେ ଆସୁଛନ୍ତି। ଏହା ସହ କିଛି ସାମଗ୍ରୀ ମଧ୍ୟ ଶୁନ୍ୟ ଟ୍ୟାକ୍ସ ସ୍ଲାବ୍ ଭିତରେ ଆସନ୍ତି। ଏଥିରେ ସେହି ସବୁ ସାମଗ୍ରୀଙ୍କୁ ସାମିଲ କରା ଯାଇଛି ଯେଉଁମାନଙ୍କ ଦରକୁ କାଉନସିଲ୍ ମିଟିଂରେ ସମୀକ୍ଷା କରାଯାଇଥିଲା।

ଶୂନ୍ୟ କର

ଏହି ସବୁ ସାମଗ୍ରୀ ଉପରେ ଶୁନ୍ୟ ଜିଏସଟି ଲାଗୁ ହୋଇଥାଏ।

ବାର୍ଲି,ଗହମ,ଓଟ୍,ଭଳି ଶଶ୍ୟ ଓ ଘାଷ ଇତ୍ୟାଦି. ଅସ୍ଥି ଓ କାମ ହୋଇନଥିବା ଶିଂଘ ତଥା ଏହି ସବୁ ସାମଗ୍ରୀର ଅବର୍ଜନା ତାଳ ଗୁଡ ସବୁ ପ୍ରକାରର ଲୁଣ
କଜଳ [କଜଳ ପେନସିନଲ୍ ଷ୍ଟିକ୍ ଛଡ଼ା] ଚିତ୍ର ପୁସ୍ତକ,ରଙ୍ଗ ପୁସ୍ତକ କିମ୍ବା ପିଲାଙ୍କ ପାଇଂ ଡ୍ରଇଁ ବହି ମାନବ କେଶ ସାନିଟାରି ନ୍ୟାପକିନ୍
ବିଭିନ୍ନ ବୈଶୟିକ କୌଶଳ  ବ୍ୟବହାର କରି ଫଳ ସଂରକ୍ଷଣ, ଯାହାମଧ୍ୟରେ ବ୍ରାଇନ୍ ଓ ଏଭଳି ସଂରକ୍ଷଣକାରୀ ପଦାର୍ଥ ସାମିଲ ଥିବ ଯାହା ତୁରନ୍ତ ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇଥାଏ। ସଂଗୀତ ପୁସ୍ତକ ଓ ପାଣ୍ଡୁଲିପିs ପଶୁ ଖାଦ୍ୟର ଡାଏକାଲସିୟମ ଫସଫେଟ୍ ୟୁନିଟ୍ କଣ୍ଟେନର-ଡବାବନ୍ଦ ଫ୍ରୋଜେନ୍ ପରିବା(ରୋଷେଇ ହୋଇନଥିବ)

୫% ଟ୍ୟାକ୍ସ ସ୍ଲାବ୍

ତଳେ ଏଭଳି କିଛି ସାମଗ୍ରୀର ନାମ ଦିଆ ଗଲା ଯାହା ୫ ପ୍ରତିଶତ ଜିଏସଟି ସ୍ଲାବ୍ ଭିତରେ ଆସନ୍ତି

କାଜୁ ବାଦାମ ଆଇସକ୍ରିମ୍ ବାଇଓ ଗ୍ୟାସ୍ ଇନସୁଲିନ୍ ମାର୍ବଲ ଖଣ୍ଡ
ଧୂପକାଠି ଓ ଗୁଡ଼ି ଦିବ୍ୟାଙ୍କଙ୍କ ପାଇଁ ଡିଜାଇନ୍ ହୋଇଥିବା ଗାଡିର ଯନ୍ତ୍ରାଂଶ ଓ ଆନୁସଂଗିକ ସାମଗ୍ରୀ ଚଟାଣରେ ବିଛା ଯାଉଥିବା ଗାଲିଚା ଅଟାକଳ ଚଲାଉଥିବା ପବନ ଚକ୍ର ପ୍ରାକୃତିକ ସୋଲ
ପୋଷ୍ଟାଜ୍ କିମ୍ବା ରେଭେନ୍ୟୁ ଷ୍ଟାମ୍ପ୍, ଷ୍ଟାମ୍ପ ପୋଷ୍ଟ ମାର୍କ ଇତ୍ୟାଦି. ପୁରାତନ ମୁଦ୍ରା ବ୍ରେଲି କାଗଜ, ବ୍ରେଲି ଟାଇପ୍ ରାଇଟର, ବ୍ରେଲି ଘଣ୍ଟା, ଶ୍ରବଣ ଯନ୍ତ୍ର ତଥା ଅକ୍ଷମତା ଦୁର ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ପାଉଁଷରୁ ତିଆରି ଇଟା ହାତବାଡି

 

୧୨% ଜିଏସଟି ସ୍ଲାବ୍ ଭିତରେ ଆସୁଥିବା କିଛି ସାମଗ୍ରୀ

ଆଚାର, ଚଟଣି, ମୁରବ୍ବା, ଜାମ୍, ଜେଲି କେଚ୍ ଅପ୍, ଶସ୍,ଶୋରିଷ ଶସ୍ କିନ୍ତୁ ଏହା ଭିତରେ  କରି ପେଷ୍ଟ, ସାଲାଡ୍ ଡ୍ରେସିଂ ସାମିଲ ନାହିଁ। ବଡି,ମୁଗଡାଲିରେ ତିଆରି ବଡି ମଧ୍ୟ ମେନ୍ଥଲ ଓ ମେନ୍ଥଲ କ୍ରିଷ୍ଟାଲ, ପିପରମେଣ୍ଟ୍, ପୁଦିନା, ଡିଟେରପେନେଟେଡ୍ ମେନ୍ଥା ଅଏଲ ଓ ସ୍ପିୟରମିଣ୍ଟ୍ ଅଏଲ ନିଦାନ ନିରୁପଣକାରୀ ସମସ୍ତ କିଟ୍
ପ୍ଲାଷ୍ଟିକ୍ ମାଳି ପଢା ବହି ଓ ନୋଟ୍ ବୁକ୍ ଚଷମା କାଚ ଓ ଫ୍ଲିଣ୍ଟ ବଟନ୍ ଚାମଟ, ଫର୍କ, ଲାଡେଲ,ସ୍କିମର୍ସ, କେକ୍ ସର୍ଭର, ମାଛ ଛୁରୀ ଇତ୍ୟାଦି ଫିକ୍ସଡ୍ ସ୍ପିଡ୍ ଡିଜେଲ୍ ଇଂଜିନ୍
ପୋଲିସ, ସେନା ଦ୍ୱାରା ବ୍ୟବହୃତ ଟୁ-ୱେ ରେଡିଓ(ୱାକିଟକି) ଇଣ୍ଟ୍ରୋକ୍ୟୁଲର ଲେନ୍ସ ସୁଧରାତ୍ମକ ଚଷମା ତାସ୍, ଚେସ୍ ବୋର୍ଡ, କାରୋମ ବୋର୍ଡ ଓ ଲୁଡୁ ଭଳି ଅନ୍ୟ ବୋର୍ଡ ଗେମ୍ କଟା ଯାଇଥିବା ସୋଲ
ପ୍ରାକୃତିକ ସୋଲରୁ ପ୍ରସ୍ତୁତ ଦ୍ରବ୍ୟ ସ୍ତୁପକାର ସୋଲ

 

୧୮% ଜିଏସଟ୍ ସ୍ଲାବରେ ଆସୁଥିବା ସାମଗ୍ରୀ

କାଜଲ ପେନସିଲ୍ ଷ୍ଟିକ୍ ଦାନ୍ତ ମହମ ପ୍ଲାଷ୍ଟିକ ତାରପୁଲିନ୍ ବିନା ଚମଡା ସ୍କୁଲ ମୁଣି ଓ ବ୍ୟାଗ୍, କୃତ୍ରିମ ପ୍ଲାଷ୍ଟିକ କିମ୍ବା ଝୋଟରେ ତିଆରି ଟଏଲେଟ୍ କେସ୍, ହ୍ୟାଣ୍ଡ୍ ବ୍ୟାଗ୍ ଓ ସପିଂ ବ୍ୟାଗ୍ ହେଲମେଟ୍ ଏହାର ଅଂଶ
ପ୍ରିକାଷ୍ଟ୍ କଂକ୍ରିଟ୍ ପାଇପ୍ ଲୁଣ ମିଶା ଯାଇଥିବା ଷ୍ଟୋନ୍ ୱେର ପାଇପ୍ ଆଲମୁନିୟମ ଫଏଲ ହୁକ୍ ଓ ଆଖି ସହିତ ସମସ୍ତ ସାମଗ୍ରୀ ଟ୍ରାକ୍ଟର ପଛ ଚକା ଓ ଟ୍ରାକ୍ଟର ପଛ ଚକ ଟ୍ୟୁବ୍
ଟ୍ରାକ୍ଟର ପଛ ଚକ ରିମ୍,ଟ୍ରାକ୍ଟର ମଝି କେବିନ,ଟ୍ରାକ୍ଟର ହାଉସିଂ ଟ୍ରାନସମିସନ୍,ଟ୍ରାକ୍ଟର ସାମନା ଏକ୍ସିଲ ଓଜନ ମେସିନ୍ (ବିଦ୍ୟୁତ ଓ ଇଲେକ୍ଟ୍ରୋନିକ୍ ହୋଇନଥିବ) ମଲ୍ଟିଫଙ୍କସନ୍ ପ୍ରିଣ୍ଟର କୁ ଛାଡି ପ୍ରିଣ୍ଟର ବଲ୍ ବିୟରିଂ, ରୋଲାର ବିୟରିଂ ପାର୍ଟ ଓ ସମ୍ବନ୍ଧିତ ଯନ୍ତ୍ରାଂଶ  

ଟ୍ରାନସଫର୍ମର ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରୋନିକ୍ସ

ଇଲେକ୍ଟ୍ରିକାଲ ଟ୍ରାନସଫର୍ମର ଷ୍ଟାଟିକ୍ କନଭର୍ଟର(ୟୁପିଏସ) CCTV , ଭିଡିଓ ରେକର୍ଡର ସହ CCTV ଟିଭି ପାଇଁ ସେଟ୍ ଟପ୍ ବକ୍ସ ୧୭ ଇଞ୍ଚରୁ କମ କମ୍ପ୍ୟୁଟର ମନିଟର
ଇଲେକ୍ଟ୍ରିକାଲ ଫିଲାମେଣ୍ଟ୍ କିମ୍ବା ଡିସଚାର୍ଜ ଲାମ୍ପ୍ ୱାଇଣ୍ଡି ୱାୟାର୍ସ, କକ୍ସିଆଲ କେବୁଲ ଓ ଅପଟିକାଲ ଫାଇବର ଷ୍ଟାପଲର, ପେନସିଲ ମୁନ କରୁଥିବା ସାର୍ପନର ବେବି କ୍ୟାରିଜେସ୍ ଲମ୍ବ ମାପିବା ପାଇଁ ହାତରେ ଧରି ବ୍ୟବହାର କରାଯାଉଥିବା  ଯନ୍ତ୍ର
ବାଉଁଶ ଫର୍ଣ୍ଣିଚର ସୁଇମିଂ ପୁଲ ଓ ପେଡଲିଂ ପୁଲ୍ ଟିଭି ମନିଟର (୩୨ ଇଞ୍ଚ ପର୍ଯ୍ୟନ୍ତ) ପାୱାର ବ୍ୟାଙ୍କ (ଲିଥିୟମ ଆୟନ ବ୍ୟାଟେରି) ଖେଳ ସାମଗ୍ରୀ,ଗେମ୍ କନସୋଲ୍ ଓ ସମ୍ବନ୍ଧିତ ସାମଗ୍ରୀ (ଏଚଏସ କୋଡ୍  ୯୫୦୪ ସହିତ)
HS କୋଡ୍ ୮୪୮୩ ସହିତ ଗିୟର ବକ୍ସ, ଟ୍ରାନସମିସନ କ୍ରାଙ୍କ ଓ ପୁଲି ବ୍ୟବହୃତ ରିଟ୍ରେଡେଡ୍ ନ୍ୟୁମେଟିକ୍ ଟାୟର

୨୮% Tax Slab

ଗୁଡ଼ ୨୮%
ପାନ ମସଲା ୨୮%
ମୃଦୁପାନୀୟ ୨୮%
କୈଫିନଯୁକ୍ତ ପେୟ ୨୮%
ଅଣ ଉତ୍ପାଦିତ ତମାଖୁ ୨୮%
ସିଗାର, ଚିରୋଟ୍, ସିଗାରେଟ୍, ତମାଖୁ କିମ୍ବା ତମାଖୁ  ବଦଳରେ, ଘରୋଇ ପ୍ରସ୍ତୁତ ତମାଖୁ, ତମାଖୁ ନିର୍ବାହ ୨୮%
ବ୍ଲକ ବ୍ୟତିତ ମାର୍ବଲ କିମ୍ବା ଟ୍ରାଭେର୍ଟାଇନ୍ ୨୮%
ବ୍ଲକ୍ ବ୍ୟତିତ ଗ୍ରାନାଇଟ୍ ୨୮%
ପୋର୍ଟଲାଣ୍ଡ୍ ସିମେଣ୍ଟ, ଆଲମୁନିୟସ ସିମେଣ୍ଟ, ସ୍ଲାଗ୍ ସିମେଣ୍ଟ୍, ସୁପର ସଲଫେଟ୍ ସିମେଣ୍ଟ ଓ ସମାନ ପଦାର୍ଥ ୨୮%