ଜିଏସଟି ବା ବସ୍ତୁ ଓ ସେବା କର ହେଉଛି ଭାରତୀୟ କର ବ୍ୟବସ୍ଥାରେ ସଂସ୍କାର ଉଦ୍ୟମର ଫଳ। ଏହି କର ବ୍ୟବସ୍ଥା ଦ୍ୱାରା ଟ୍ୟାକ୍ସ ଚୋରିକୁ ରୋକା ଯାଇ ପାରିବ ଓ ନୂଆ କରଦାତା ତିଆରି ହେବେ ବୋଲି ସରକାରଙ୍କ ଭରସା। ଯେମିତିକି ନାମରୁ ଜଣା ପଡୁଛି, ଜିଏସଟି କେବଳ ବସ୍ତୁ ଉପରେ ଲାଗିନଥାଏ,ଏହା ମଧ୍ୟ ସେବା ଉପରେ ଲାଗିଥାଏ। ଆସନ୍ତୁ ଜାଣିବା ବିଭିନ୍ନ ସେବା ଉପରେ ଜିଏସଟି ଦର କେତେ? ୩୭ତମ ଜିଏସଟି କାଉନସିଲ ବୈଠକର ସମୀକ୍ଷା ଉପରେ ଏହି ରିପୋର୍ଟ ଆଧାରିତ।

ସେବା ପାଇଁ ଜିଏସଟି ଦର

ସରକାର ସମାନ ୪ ସ୍ତରୀୟ କର ଢାଞ୍ଚାରେ ସେବା ଉପରେ ମଧ୍ୟ ଜିଏସଟି ଲାଗୁ କରିଛନ୍ତି। ସେବା ଉପରେ  ୫%,  ୧୨%, ୧୮% ଓ ୨୮% ଜିଏସଟି ଲାଗୁ ହୋଇଥାଏ। ଯାହାର ଉପଭୋକ୍ତାଙ୍କ ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ତେବେ ସରକାର ଶିକ୍ଷା ସେବା ଓ ସ୍ୱାସ୍ଥ୍ୟ ସେବାକୁ ଜିଏସଟିରୁ ବାଦ ଦେଇଛନ୍ତି।

ଶୂନ୍ୟ GST

  • ମୌଳିକ ବ୍ୟାଙ୍କ ସଞ୍ଚୟ ଯୋଜନା ଖାତା ବା Basic Savings Bank Deposit (BSBD) ଯାହାକି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ଅନ୍ତର୍ଗତରେ ଖୋଲା ଯାଇଥାଏ. ତାହା ଉପରେ କୌଣସି ଜିଏସଟି ଲାଗୁ ହୁଏନା।
  • ୧୦୦୦ ଟଙ୍କାରୁ କମ ହୋଟେଲ ରୁମ ପାଇଁ ମଧ୍ୟ ଜିଏସଟି ପଡି ନଥାଏ।

GST

% ଟ୍ୟାକ୍ସ ସ୍ଲାବ୍

ଖବର କାଗଜ ଛପାଇବା ପାଇଁ କାମ ଭାରତ ବାହାରୁ ଜାହଜରେ ଦ୍ରବ୍ୟ ପରିବହନ ତେଲ ଖର୍ଚ୍ଚ ବିନା କ୍ୟାବ୍ ଭଡାରେ ନେବା ଏସି କଣ୍ଟ୍ରାକ୍ଟ କିମ୍ବା ରେଡିଓ ଟ୍ୟାକ୍ସିରେ ପରିବହନ ତିର୍ଥଯାତ୍ରା ପାଇଁ ଚାର୍ଟାଡ୍ ପ୍ଲେନରେ ବିମାନଯାତ୍ରା
ଟୁର ଅପରେଟର ସର୍ଭିସ ବିମାନ ଲିଜ୍ ଦେବା ଛାପା ଗଣମାଧ୍ୟମରେ ବିଜ୍ଞାପନ ସ୍ଥାନ

 

୧୨% ଟ୍ୟାକ୍ସ ସ୍ଲାବ୍

ଭାରତୀୟ ରେଳ ବ୍ୟତିତ ଅନ୍ୟ କୌଣସି ତୃତୀୟ ପକ୍ଷ ଦ୍ୱାରା କଣ୍ଟେନରରେ ମାଲ ପରିବହନ ଇକୋନମି କ୍ଲାସକୁ ବାଦ ଦେଇ ବିମାନଯାତ୍ରା ବିନା ଏସି,ହିଟିଂ କିମ୍ବା ମଦ ଲାଇସେନ୍ସ ନଥିବା ରେସ୍ତୋଂରାରେ ଖାଦ୍ୟ ଓ ପାନୀୟ ରହଣି ପାଇଁ ଦୈନିକ ୧୦୦୦ ଟଙ୍କାରୁ ଅଧିକ ଓ ୨୫୦୦ ଟଙ୍କାରୁ କମ ରୁମ ଉପରେ ରେଲୱେ ୱାଗନ, କୋଚ୍, ରୋଲିଂ ଷ୍ଟକ୍ (ଜମା ହୋଇଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍, ଆଇଟିସି ଫେରସ୍ତ ବିନା)
ବିକ୍ରି ଉଦ୍ଦେଷ୍ୟରେ ନିର୍ମିତ ଘର ଅସ୍ଥାୟୀ ଆଧାରରେ ଆଇପି ଆଡ୍ରେସ ୧୦୦ ଟଙ୍କାରୁ କମ କିମ୍ବା ସମାନ ମୂଲ୍ୟର ସିନେମା ଟିକେଟ୍ ଫୋରମ୍ୟାନଙ୍କ ଦ୍ୱାରା ଚିଟ୍ ଫଣ୍ଡ୍ ସେବା ହୋଟେଲ ରହଣି ପାଇଁ ଦୈନିକ ୧୦୦୧ ଟଙ୍କାରୁ ୭୫୦୦ ଟଙ୍କା ଦେୟ ଭାବେ ଦିଆଯାଇଥିଲେ।

୧୮% ଟ୍ୟାକ୍ସ ସ୍ଲାବ୍

ମଦ ପରିବେଷଣ କରୁଥିବା ରେସ୍ତୋରାଁରେ ଖାଦ୍ୟ ଓ ପାନୀୟ ଏସି ଓ ହିଟିଂ ବ୍ୟବସ୍ଥା ଥିବା ରେସ୍ତୋଂରାରେ ଖାଦ୍ୟ ତଥା ପାନୀୟ ବାହ୍ୟ କ୍ୟାଟେରିଂ ରହଣି ପାଇଁ ଦୈନିକ ୨୫ ଶହ ଟଙ୍କାରୁ ଅଧିକ ଓ ୫ ହଜାର ଟଙ୍କାରୁ କମ ଭଡା ହୋଟେଲ ରହଣି ପାଇଁ  ଦୈନିକ ୭୫୦୧ ଟଙ୍କା କିମ୍ବା  ଅଧିକ ଦେୟ ଭାବେ ଦିଆ ଯାଇଥିଲେ
ସର୍କସ,ଭାରତୀୟ ଶାସ୍ତ୍ରୀୟ ସଂଗୀତ, ଲୋକନୃତ୍ୟ ଓ ଡ୍ରାମା କାର୍ଯ୍ୟ ଚୁକ୍ତି ଯୋଗାଣ(Supply of works contract) ୧୦୦ ଟଙ୍କାରୁ ଅଧିକର ସିନେମା ଟିକେଟ୍ ପାର୍ଟି ପ୍ରବନ୍ଧନ ଓ ଖାଦ୍ୟ,ଶାମିଆନା ଯୋଗାଣ

 

୨୮% ଟ୍ୟାକ୍ସ ସ୍ଲାବ୍

ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ତ ବିନୋଦନ ସୁବିଧା, ୱାଟର ପାର୍କ, ଥିମ୍ ପାର୍କ, ଜୟ ରାଇଡ୍, ମେରି ଗୋ-ରାଉଣ୍ଡ୍, ରେସକୋର୍ସ, ଗୋ କାର୍ଟିଂ, କାସିନୋ, ବ୍ୟାଲେଟ୍, ଆଇପିଏଲ ଭଳି କ୍ରୀଡ଼ା କାର୍ଯ୍ୟକ୍ରମ ରେସକ୍ଲବ୍ ସର୍ଭିସ ଜୁଆ
୫ ତାରକା ହୋଟେଲରେ ଖାଦ୍ୟ, ପାନୀୟ ଆଦି