ଜିଏସ୍ଟିରେ ପଞ୍ଜିକୃତ ନହୋଇଥିଲେ ମିଳିବ ଦଣ୍ଡ!

ଜିଏସ୍‌ଟି ବା ବସ୍ତୁ ଓ ସେବା କର,ସବୁ ବ୍ୟବସାୟ ପାଇଁ ଲାଗୁ ହୋଇଥାଏ। ଆପଣ ଯଦି ଜଣେ ବ୍ୟବସାୟୀ ତେବେ ଆପଣଙ୍କୁ ଜିଏସଟିରେ ପଂଜିକୃତ ହେବାକୁ ପଡିବ।

କେଉଁ କେଉଁ ବ୍ୟବସାୟ ପାଇଁ ଜିଏସଟି ଜରୁରୀ?

ସବୁ ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଜିଏସଟିରେ ପଞ୍ଜିକୃତ ହେବା ଅନିବାର୍ଯ୍ୟ ଅଟେ। ଏଥିରେ ସେବା ମଧ୍ୟ ସାମିଲ ଅଛି। ସେବାର ଅର୍ଥ ବସ୍ତୁ ବ୍ୟତୀତ ଅନ୍ୟ କିଛି ହୋଇପାରେ।

ଜିଏସଟି ସବୁ ବ୍ୟକ୍ତିଙ୍କ ଉପରେ ଲାଗୁ ହୋଇଥାଏ। ଏମଧ୍ୟରେ ମଧ୍ୟରେ ସାମିଲ ଅଛନ୍ତି ବ୍ୟକ୍ତି ସମୁହ, ହିନ୍ଦୁ ଅବିଭାଜିତ ପରିବାର, କମ୍ପାନି, ଫାର୍ମ, ଏଲଏଲପି, ଏଓପି, ସହକାରୀ, ସୋସାଇଟି ଓ ଟ୍ରଷ୍ଟ ଆଦି। ତେବେ ଜିଏସଟି କୃଷକଙ୍କ ଉପରେ ଲାଗୁ ହୋଇନଥାଏ।

କୃଷିରେ ଫୁଲ ଚାଷ, ନର୍ସରୀ, ରେଶମ ଉତ୍ପାଦନ, ଘାଷ କିମ୍ବା ବଗିଚା ଉତ୍ପାଦନ ଜିଏସ୍‌ଟି ସାମିଲ ଅଛି। ତେବେ ଦୁଗ୍ଧ ଚାଷ, କୁକୁଡା ପାଳନ, ପଶୁ ପ୍ରଜନନ, ଫଳ ଚାଷ ଏଥିରେ ସାମିଲ ନାହିଁ।

ଜିଏସଟି ପଞ୍ଜିକରଣର ଆବଶ୍ୟକତା କେବେ ପଡ଼ିବ?

ପାନ୍ ଜିଏସ୍‌ଟି ପଞ୍ଜିକରଣ ପାଇଁ ଅନିବାର୍ଯ୍ୟ। ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ପଞ୍ଜିକରଣ ଆବଶ୍ୟକ ହେବ। କରଦାତା ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟବସାୟ ପାଇଁ ଅଲଗା ପଞ୍ଜିକରଣ କରିପାରିବେ।

ନିମ୍ନଲିଖିତ ମାମଲାରେ ଜିଏସଟି ଅନିବାର୍ଯ୍ୟ

ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ଆର୍ଥିକ କାରବାର ଯଦି ୨୦ ଲକ୍ଷ ଟଙ୍କାରୁ ଅଧିକ ତେବେ ଆପଣଙ୍କୁ ଜିଏସଟି ଦେବାକୁ ପଡ଼ିବ।

  • ଅନ୍ତରାଜ୍ୟ ବ୍ୟବସାୟ(ମାଲ କିମ୍ବା ସେବା ପ୍ରଦାନ କରୁଥିଲେ) କରୁଥିବା ସଂସ୍ଥା ଓ ବ୍ୟକ୍ତି।
  • କୌଣସି ବ୍ୟକ୍ତି ଯିଏ ଗୋଟିଏ କରଯୋଗ୍ୟ କ୍ଷେତ୍ରରେ ବସ୍ତୁ କିମ୍ବା ସେବା ଯୋଗାଇ ଦେଇଥାନ୍ତି ଓ ଯେଉଁଥିରେ ବ୍ୟବସାୟର କୌଣସି ନିଶ୍ଚିତ ସ୍ଥାନ ନଥାଏ-ଯାହାକୁ ଆକସ୍ମିକ କର ଯୋଗ୍ୟ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇଥାଏ। ଏଭଳି ବ୍ୟକ୍ତିଙ୍କୁ ଜାରି କରାଯାଇଥିବା ପଞ୍ଜିକରଣ ୯୦ ଦିନ ପାଇଁ ବୈଧ ହୋଇଥାଏ।

  • ଏଜେଣ୍ଟ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିଏ ଅନ୍ୟ ପଞ୍ଜିକୃତ କରଯୋଗ୍ୟ ବ୍ୟକ୍ତିଙ୍କ ତରଫରୁ ସପ୍ଲାଏ କରିଥାନ୍ତି।
  • ବିତରକ, ଯିଏ ସପ୍ଲାଏରଙ୍କ ପାଇଁ କାମ କରିଥାନ୍ତି।
  • ଇ-କମର୍ସ ଅପରେଟର
  • ଇ-କମର୍ସ ଅପରେଟରଙ୍କ ମାଧ୍ୟମରେ ସପ୍ଲାଏ କରୁଥିବା ବ୍ୟକ୍ତି
  • ଏଗ୍ରିଗେଟର – ଯିଏ ନିଜ ବ୍ରାଣ୍ଡ୍ ନାମରେ ସେବା ପ୍ରଦାନ କରିଥାନ୍ତି।

ଜିଏସଟି ପଞ୍ଜିକରଣ ନକଲେ କ’ଣ ହେବ?

ଯଦି କେହି ଜିଏସଟି ଦିଅନ୍ତି ନାହିଁ କିମ୍ବା ଦେୟ ରାଶିଠାରୁ କମ ଦିଅନ୍ତି ତେବେ ତାଙ୍କୁ ଦେୟ ରାଶିର ୧୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ଯଦି ଏଭଳି ବାରମ୍ବାର ହେଉଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥାକୁ ୧୦୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ତେବେ ଭୁଲ ଅନିଛାକୃତ ହୋଇଥିଲେ ଦେୟ ରାଶିର ୧୦ ପ୍ରତିଶତ ଜରିମାନା ଭାବେ ଦେବାକୁ ପଡ଼ିବ।