ନିକଟରେ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିମାନେ ଭାରତରେ ବିଭିନ୍ନ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛନ୍ତି। ଏହି ସ୍ମାର୍ଟଫୋନ୍‌ଗୁଡ଼ିକର ଯେତେ ଅଧିକା ଦାମ୍‌ ରହିଛି, ସେଥିରେ ସେତେ ଭଲ ଫିଚର ଦିଆଯାଉଛି। ତେବେ ଆସନ୍ତୁ ୧୦ ହଜାର ଟଙ୍କା ମଧ୍ୟରେ ଥିବା ୫ଟି ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ବିଷୟରେ ଜାଣିବା।

Redmi Note 8

୧୦ ହଜାର ଟଙ୍କା ଦାମ୍‌ରେ ମିଳୁଥିବା ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନ୍‌ ଏହି କ୍ରମରେ ପ୍ରଥମ ସ୍ଥାନରେ ରହିଛି। ଏହି ଦାମ୍‌ରେ ଗ୍ରାହକ 6GB+64GB ଭାରିଏଣ୍ଟ ପାଇବେ। ଏହି ସ୍ମାର୍ଟଫୋନ୍‌ରେ ୬.୩ ଇଞ୍ଚ୍‌ ଡିସ୍‌ପ୍ଲେ ରହିଛି। ଏଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ରିଅର କ୍ୟାମେରା ଥିବା ବେଳେ ୧୩ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ କ୍ୱାଲକମ୍ ସ୍ନାପ୍‌ଡ୍ରାଗନ ୬୬୫ ଅକ୍ଟାକୋର୍‌ ପ୍ରୋସେସରରେ ଚାଲୁଛି।

୧୦ ହଜାର ସ୍ମାର୍ଟଫୋନ୍‌ ବିଭାଗରେ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ପ୍ରଥମ ସ୍ଥାନରେ ରହିଛି। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ରୁ କିଣିପାରିବେ।

Vivo U10

ଏହି ସେଗ୍‌ମେଣ୍ଟ୍‌ର ଦ୍ୱିତୀୟ ସ୍ଥାନରେ ରହିଛି ‘ଭିଭୋ ୟୁ୧୦’ ସ୍ମାର୍ଟଫୋନ୍‌। ଗ୍ରାହକ ଏହାକୁ ୯,୯୯୦ ଟଙ୍କାରେ ଇ-କମର୍ସ ସାଇଟ୍‌ରୁ କିଣିପାରିବେ। ଏହି ଦାମ୍‌ରେ ଗ୍ରାହକ 3GB ରାମ୍‌ ଏବଂ 4GB ରୋମ୍‌ ଭାରିଏଣ୍ଟ ପାଇବେ। ଏହାର 32GB ଏବଂ 64GB ଦୁଇଟି ଷ୍ଟୋରେଜ୍ ଅପ୍ସନ୍ ମଧ୍ୟ ରହିଛି।

୬.୩୫ ଇଞ୍ଚ ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ଥିବା ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ 665 SoC ପ୍ରୋସେସର ଦିଆଯାଇଛି। ସେହିପରି ଏଥିରେ ୧୩ ମେଗାପିକ୍ସେଲର ଟ୍ରିପଲ୍ ରିଅର କ୍ୟାମେରା ଦିଆଯାଇଥିବା ବେଳେ ୮ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ଗ୍ରାହକ ଏଥିରେ ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ପାଇପାରିବେ।

Galaxy M30

3GB ରାମ୍‌ ଏବଂ 32GB ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍ ଦେଉଥିବା ସାମସଙ୍ଗ ଗାଲାକ୍ସି M30ର ମୂଳ ଭାରିଆଣ୍ଟ ୯,୬୪୯ ଟଙ୍କାରେ ମିଳୁଛି। ଏହି ସ୍ମାର୍ଟଫୋନ୍‌ରେ ୬.୪ ଇଞ୍ଚ୍‌ ବିଶିଷ୍ଟ ଫୁଲ୍‌ ଏଚ୍‌ଡି+ ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହି ହ୍ୟାଣ୍ଡସେଟ୍‌ରେ (13MP + 5MP + 5MP) ଟ୍ରିପଲ୍ ରିଅର କ୍ୟାମେରା ଥିବା ବେଳେ ଆଗରେ ରହିଛି 16MP ସେଲ୍‌ଫି କ୍ୟାମେରା।

ଏଥିରେ Exynos ୭୯୦୪ ପ୍ରୋସେସର ଦିଆଯାଇଥିବା ବେଳେ ୫,୦୦୦mAhର ବ୍ୟାଟେରୀ ମଧ୍ୟ ଦିଆଯାଇଛି।

Realme 5S

ଚୀନ୍‌ ସ୍ମାର୍ଟଫୋନ୍ ‘ରିଅଲମି 5s’ର 4GB + 64GB ଭାରିଏଣ୍ଟର ଦାମ୍‌ ୯,୯୯୯ ଟଙ୍କା ରହିଛି। ଏହାର ଉପର ଭର୍ସନ 4GB + 128GB ଭାରିଆଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ଏଥିରେ ୬.୫ ଇଞ୍ଚ୍ ଏଚ୍‌ଡି+ ଡିସ୍‌ପ୍ଲେ ରହିଥିବା ବେଳେ ଏହା କ୍ୱାଲକମ୍ ସ୍ନାପଡ୍ରାଗନ୍ 665 ଅକ୍ଟାକୋର୍ ପ୍ରୋସେସରରେ ଚାଲିଛି।

ଏଥିରେ ଗ୍ରାହକ ଆଣ୍ଡ୍ରଏଡ୍ ୯ ଭର୍ସନ ‘ପାଇ’ ଦିଆଯାଇଛି। ଏହି ହ୍ୟାଣ୍ଡସେଟ୍‌ରେ କ୍ୱାଡ୍ ରିଅର କ୍ୟାମେରା ସେଟଅପ୍ (48MP + 8MP + 2MP + 2MP) ଦିଆଯାଇଥିବା ବେଳେ 13MPର ସେଲ୍‌ଫି କ୍ୟାମେରା ଦିଆଯାଇଛି। ଗ୍ରାହକ ଏହି ସ୍ମାର୍ଟଫୋନ୍‌ରେ 5000mAh ବ୍ୟାଟେରୀ ପାଇପାରିବେ।

Realme 5

୧୦ ହଜାର ଟଙ୍କା ସ୍ମାର୍ଟଫୋନ୍‌ର ସେଗ୍‌ମେଣ୍ଟର ଶେଷରେ ରହିଛି ‘ରିଅଲମି 5’ ସ୍ମାର୍ଟଫୋନ୍‌। କ୍ୱାଡ୍ ରିଅର କ୍ୟାମେରା ସେଟଅପ୍ ଥିବା ଏହା ହେଉଛି ସବୁଠୁ ଶସ୍ତା ସ୍ମାର୍ଟଫୋନ୍। ଏହାର 3GB+32GB ଭାରିଆଣ୍ଟର ଦାମ୍‌ ଗ୍ରାହକ ୯,୯୯୯ଟଙ୍କାରେ ପାଇପାରିବେ।

ଏହି ସ୍ମାର୍ଟଫୋନ୍‌ରେ ୬.୫ ଇଞ୍ଚ୍‌ ବିଶିଷ୍ଟ ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ, ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି। କ୍ୱାଲକମ୍ ସ୍ନାପଡ୍ରାଗନ୍ 665 ଅକ୍ଟାକୋର୍ ପ୍ରୋସେସରରେ ଏହି ସ୍ମାର୍ଟଫୋନ୍‌ ଚାଲୁଛି।