ଟ୍ୟାକ୍ସ ସଞ୍ଚୟ ପାଇଁ ଏଫ୍‌ଡି ଭଲ ମାଧ୍ୟମ, ଯେଉଁଥିରେ କେବଳ ଟ୍ୟାକ୍ସ ବଞ୍ଚେନା, ଭଲ ରିଟର୍ଣ୍ଣ ମଧ୍ୟ ମିଳେ..

ଯଦି ଆପଣ ଟ୍ୟାକ୍ସ ବଞ୍ଚାଇବା ସହ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଫିକ୍ସଡ୍ ଡିପୋଜିଟ୍ ଏକ ଭଲ ବିକଳ୍ପ। ଆୟକର ଧାରା ୮୦ ସି’ ଅନ୍ତର୍ଗତରେ ‘ଟ୍ୟାକ୍ସ ସେଭିଂ ଏଫ୍‌ଡି’ ଟ୍ୟାକ୍ସ ସଞ୍ଚୟର ଏକ ଭଲ ମାଧ୍ୟମ। ଟ୍ୟାକ୍ସ ସଞ୍ଚୟ ଉଦେଶ୍ୟରେ ଅନେକ ବ୍ୟକ୍ତି ଏଥିରେ ନିବେଶ କରିଥାନ୍ତି। କାରଣ ଏଥିରେ ସେୟାର ବଜାର ଭଳି ରିସ୍କ ନଥାଏ।

ଟ୍ୟାକ୍ସ ସେଭିଂ ଏଫ୍‌ଡି କେବଳ ଆପଣଙ୍କ ଟ୍ୟାକ୍ସ ବଞ୍ଚାଏ ନାହିଁ, ଏଥିରୁ ମିଳୁଥିବା ସୁଧ ବରିଷ୍ଠ ନାଗରିକଙ୍କୁ ଏକ ସୁରକ୍ଷିତ ଆୟ ଦେଇଥାଏ। ଆସନ୍ତୁ ଜାଣିବା ଟ୍ୟାକ୍ସ ସେଭିଂ ଏଫ୍‌ଡି ବାବଦରେ ସବୁକିଛି।

କିଏ କରିପାରିବେ ନିବେଶ?

ଜଣେ ବ୍ୟକ୍ତି ଓ ହିନ୍ଦୁ ଅବିଭାଜିତ ପରିବାର, ଟ୍ୟାକ୍ସ ସେଭିଂ ଏଫ୍‌ଡି ସ୍କିମରେ ନିବେଶ କରି ପାରିବେ। ପ୍ରତି ବ୍ୟାଙ୍କରେ ଏଫ୍‌ଡି ପାଇଁ ସର୍ବନିମ୍ନ ରାଶି ଅଲଗା ଅଲଗା ହୋଇଥାଏ
କେମିତି କରିବେ ନିବେଶ : ଲକ୍ ଇନ୍ ଓ ମାଚ୍ୟୁରିଟି

ଜଣେ ବ୍ୟକ୍ତି କୌଣସି ରାଷ୍ଟ୍ରାୟତ କିମ୍ବା ଘରୋଇ ବ୍ୟାଙ୍କ ଜରିଆରେ ଏଭଳି ଏଫ୍‌ଡିରେ ନିବେଶ କରି ପାରିବେ। କିନ୍ତୁ ସମବାୟ କିମ୍ବା ଗ୍ରାମୀଣ ବ୍ୟାଙ୍କରେ ଏଫ୍‌ଡି ହୋଇ ନଥାଏ। ଏଫ୍‌ଡିର ଲକ୍ ଇନ୍ ପିରିୟଡ ୫ ବର୍ଷର ହୋଇଥାଏ। ଏଫ୍‌ଡିରେ ସମୟ ପୂର୍ବରୁ ଉଠାଣ ଓ ଲୋନ ଅନୁମତି ନଥାଏ।

ଏଫଡି ଉପରେ ହୋଲ୍ଡ ଓ ଟ୍ୟାକ୍ସ ଲାଭ କାହାକୁ ମିଳେ ?
ଜଣେ ବ୍ୟକ୍ତି ‘ଏକାକୀ’ କିମ୍ବା ‘ଜଏଣ୍ଟ୍’ ମୋଡ୍‌ରେ ଏଫ୍‌ଡି ହୋଲ୍ଡ କରି ପାରିବେ। ଯଦି ଆପଣଙ୍କ ଏଫ୍‌ଡିର ହୋଲ୍ଡି ମୋଡ୍ ଜଏଣ୍ଟ, ତେବେ ପ୍ରଥମ ହୋଲ୍ଡରଙ୍କୁ ହିଁ ଟ୍ୟାକ୍ସ ଫାଇଦା ମିଳିବ। ଏଭଳି ଡିପୋଜିଟରେ ମଧ୍ୟ ନୋମିନିଙ୍କ ନାମ ରହି ପାରିବ।
ଟପ୍ ଟ୍ୟାକ୍ସ ସେଭିଂ ଏଫ୍‌ଡି

ବ୍ୟାଙ୍କ୍ ସୁଧ ୧୦,୦୦୦ ଟଙ୍କା କେତେ ହେବ
ଡିସିବି ୭.୫୦% ୧୪୪୯୯
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭.୫୦% ୧୪୪୯୯
ଆରବିଏଲ ବ୍ୟାଙ୍କ ୭.୩୫% ୧୪୩୯୩
ଲକ୍ଷ୍ମୀ ବିଳାଶ ବ୍ୟାଙ୍କ ୭.୨୫% ୧୪୩୨୩
ୟେସ୍ ବ୍ୟାଙ୍କ ୭.୨୫% ୧୪୩୨୩

ବରିଷ୍ଠ ନାଗରିକଙ୍କ ପାଇଁ ଟପ୍ ଟ୍ୟାକ୍ସ ସେଭିଂ ବ୍ୟାଙ୍କ ଏଫ୍‌ଡି

ବ୍ୟାଙ୍କ ସୁଧ ୧୦,୦୦୦ ନିବେଶ କେତେ ହେବ
ଡିସିବି ବ୍ୟାଙ୍କ ୮.୦% ୧୪,୮୫୯
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮.୦% ୧୪,୮୫୯
ଆରବିଏଲ ବ୍ୟାଙ୍କ ୭.୮୫% ୧୪,୭୫୧
ଲକ୍ଷ୍ମୀ ବିଳାଶ ବ୍ୟାଙ୍କ ୭.୮୫% ୧୪,୭୫୧
ୟେସ୍ ବ୍ୟାଙ୍କ୍ ୭.୭୫% ୧୪,୬୭୮