ଅନେକ ଜାଣିନାହାନ୍ତି ଯେ, ପର୍ସନାଲ ଲୋନ୍ ଉପରେ ଆପଣ ଟ୍ୟାକ୍ସ ବେନିଫିଟ୍ ପାଇ ପାରିବେ..

ପର୍ସନାଲ ଲୋନର ବ୍ୟବହାର ଆଧାର ଉପରେ ମଧ୍ୟ ଆପଣ ଟ୍ୟାକ୍ସ ବେନିଫିଟ୍ ଦାବି କରି ପାରିବେ। ସାଧାରଣତଃ ପର୍ସନାଲ ଲୋନ୍ ନେବା ବେଳେ ଲୋନ୍ ନେଉଥିବା ବ୍ୟକ୍ତିଙ୍କୁ ତା’ର ବ୍ୟବହାର ଲକ୍ଷ୍ୟ କଥା ଜଣାଇବା ବାଧ୍ୟତାମୁଳକ ହୋଇ ନଥାଏ। କିନ୍ତୁ କୌଣସି ବିଶେଷ ଲକ୍ଷ୍ୟ ପାଇଁ ଯଦି ଆପଣ ପର୍ସନାଲ ଲୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍ ମିଳିପାରିବ। ଏଥିପାଇଁ ଆପଣଙ୍କୁ ପୁରୁଣା ଟ୍ୟାକ୍ସ ବିକଳ୍ପକୁ ବାଛିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କେମିତି?

personal loan

ବିଜନେସ ପାଇଁ ପର୍ସନାଲ ଲୋନ ଉପରେ ଟ୍ୟାକ୍ସ ଛାଡ଼

ଯଦି ପର୍ସନାଲ ଲୋନର ବ୍ୟବହାର ବ୍ୟବସାୟ ପାଇଁ କରାଯାଇ ଥାଏ, ତେବେ ତା’ଉପରେ ଦିଆ ଯାଇଥିବା ସୁଧକୁ ନିଜ ଟ୍ୟାକ୍ସ ବୋଝ କମ କରିବା ପାଇଁ ଖର୍ଚ୍ଚ ରୂପେ କ୍ଲେମ୍ କରା ଯାଇ ପାରିବ।

ଏହି କାମ କରାଯାଇଥିଲେ ମିଳିବ ରିହାତି

ଯଦି ଆପଣ ଏହାର ବ୍ୟବହାର ଘର କିଣିବା ପାଇଁ କିମ୍ବା ତିଆରି କରିବା ନିମନ୍ତେ କିମ୍ବା ମରାମତି ପାଇଁ କରିଛନ୍ତି ତେବେ ଆପଣ ପର୍ସନାଲ ଲୋନ୍ ବାବଦରେ ଦିଆ ଯାଇଥିବା ସୁଧ ଉପରେ ଡିଡକ୍ସନ୍ କ୍ଲେମ୍ କରି ପାରିବେ। ଆୟକର ଧାରା 24b  ହୋମ୍ ଲୋନ୍ କିମ୍ବା ପର୍ସନାଲ ଲୋନ୍ ଭିତରେ କୌଣସି ଫରକ କରିନଥାଏ ଓ ସୁଧା ଉପରେ ୨ ଲକ୍ଷ ଟଙ୍କା ମଧ୍ୟରେ ଡିଡକ୍ସନ ମିଳିଥାଏ।

personal loan

ସମ୍ପତ୍ତି କ୍ରୟ ପାଇଁ ପର୍ସନଲା ଲୋନ୍ ଉପରେ କର ରିହାତି

ଯଦି ଆପଣ କୌଣସି ସମ୍ପତ୍ତି କିଣିବା ପାଇଁ ପର୍ସନାଲ ଲୋନ୍ ନେଇଛନ୍ତି ତେବେ ତା’ର ସୁଧ ଉପରେ ଟ୍ୟାକ୍ସ ଛାଡ କ୍ଲେମ୍ କରି ପାରିବେ..

ଟ୍ୟାକ୍ସ ଛାଡ଼ ପାଇଁ କେଉଁ ସବୁ କାଗଜପତ୍ର ଜରୁରୀ?

ପର୍ସନାଲ ଲୋନ୍ ଉପରେ ଟ୍ୟାକ୍ସ ଛାଡ଼ ସୁବିଧା ପାଇଁ ଆପଣଙ୍କୁ ଅନେକ କାଗଜପତ୍ର ଦେବାକୁ ପଡ଼ିବ। ଯେମିତି ଖର୍ଚ୍ଚ ଭାଉଚର, ବ୍ୟାଙ୍କ ସାର୍ଟିଫିକେଟ୍, ସାଂସନ୍ ଲେଟର ଓ ଅଡିଟରଙ୍କ ଚିଠି।