ଜିଏସଟି ଅର୍ଥାତ ଗୁଡସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ। ଜଣେ ଯେତେବେଳେ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି, ଉକ୍ତ ଉତ୍ପାଦ ଉପରେ ଜିଏସ୍ଟି ଲାଗୁ ହୋଇଥାଏ। ବିଭିନ୍ନ ଉତ୍ପାଦ ଉପରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଲାଗିଥାଏ। ତେବେ ଆପଣ ଜାଣିଛନ୍ତି କି, ଜିଏସ୍ଟି କେତେ ପ୍ରକାରର?
ଜିଏସ୍ଟି ହେଉଛି ୪ ପ୍ରକାରର। ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (CGST), ଷ୍ଟେଟ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ(SGST), ଇଣ୍ଟିଗ୍ରେଟେଡ୍ ଗୁଡସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (IGST) ଏବଂ ୟୁନିୟନ ଟେରିଟରି ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ(UTGST)।
୧. ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ
ମାଲ ବିକା କିଣା ଯଦି ଗୋଟିଏ ରାଜ୍ୟରେ ଦୁଇ ପକ୍ଷଙ୍କ ମଧ୍ୟରେ ହେଉଛି ତେବେ ଏହି ଟ୍ୟାକ୍ସ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ।
୨. ଷ୍ଟେଟ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ
ମାଲ ବିକା କିଣା ଯଦି ଦୁଇ ପକ୍ଷଙ୍କ ମଧ୍ୟରେ ଗୋଟିଏ ରାଜ୍ୟରେ ହେଉଛି ତେବେ ଏହି ଟ୍ୟାକ୍ସ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବେ।
୩. ଇଣ୍ଟିଗ୍ରେଟେଡ୍ ଗୁଡସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ
ମାଲ ବିକା କିଣା ଯଦି ଦୁଇଟି ଅଲଗା ଅଲଗା ରାଜ୍ୟର ଦୁଇ ପକ୍ଷଙ୍କ ମଧ୍ୟରେ ହେଉଛି ତେବେ ଏହି ଟ୍ୟାକ୍ସ କେନ୍ଦ୍ର ସରକାରଙ୍କ ଖାତାକୁ ଯିବ।
୪. UTGST:
କେନ୍ଦ୍ର ଶାସିତ ଅଂଚଳରେ ଏହା ପ୍ରଚଳିତ। ୟୁନିୟନ ଟେରିଟରି ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଏହା କେନ୍ଦ୍ର ଶାସିତ ରାଜ୍ୟ ନେଇଥାଏ।
ନୋଟ୍:
ରାଜ୍ୟ ଭିତରେ ବିକା କିଣା ସ୍ଥିତିରେ ଆପଣଙ୍କୁ ପ୍ରତି ଡିଲ୍ରେ ଦୁଇଟି ଟ୍ୟାକ୍ସ ଦେବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କୁ ସିଜିଏସ୍ଟି ଓ ରାଜ୍ୟ ସରକାରଙ୍କୁ ଏସଜିଏସ୍ଟି ଦେବାକୁ ପଡ଼ିବ। ଦୁଇଟି ଅଲଗା ରାଜ୍ୟଙ୍କ ମଧ୍ୟରେ ହେଉଥିବା ବିକା କିଣା ପାଇଁ କେବଳ ଗୋଟିଏ ଟ୍ୟାକ୍ସ IGST ଦେବାକୁ ପଡ଼ିବ। କେବଳ କେନ୍ଦ୍ର ସରକାର ଏହି ଟ୍ୟାକ୍ସ ପାଇବେ। ଅବଶ୍ୟ ପରେ ଆଇଜିଏସଟିରେ ରାଜ୍ୟ ମଧ୍ୟ ଭାଗ ପାଇଥାଏ (ଯେଉଁ ରାଜ୍ୟରେ ସାମଗ୍ରୀ ବ୍ୟବହୃତ ହୁଏ)
ଉଦାହରଣ ଦ୍ୱାରା ବୁଝନ୍ତୁ
ଧରନ୍ତୁ ଗୋଟିଏ କମ୍ପାନି ଜଣେ ବ୍ୟବସାୟୀଙ୍କଠାରୁ କଞ୍ଚାମାଲ କିଣିଲା। ଏହି ଡିଲ୍ ଗୋଟିଏ ରାଜ୍ୟ ଭିତରେ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଛି। ମୋଟ ୧୦ ଲକ୍ଷ ଟଙ୍କାର ମାଲ୍ କିଣାଯାଇଛି। ଏହା ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ। କମ୍ପାନିଠାରୁ କଞ୍ଚାମାଲ ବିକ୍ରେତା ୧୦ ଲକ୍ଷ ଟଙ୍କା ଉପରେ ୧୮ ପ୍ରତିଶତ ଜିଏସଟି ଅସୁଲ କରିବେ। କେନ୍ଦ୍ର ଓ ରାଜ୍ୟ ଉଭୟଙ୍କୁ ବ୍ୟବସାୟୀ ୯୦-୯୦ ହଜାରର ଟ୍ୟାକ୍ସ ଦେବେ । ସିଜିଏସ୍ଟି ଓ ଏସ୍ଜିଏସ୍ଟି ବାବଦରେ ସେ ଏହା ଦେବେ। କିନ୍ତୁ ଯଦି ଡିଲ୍ ଦୁଇଟି ରାଜ୍ୟର ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥାନ୍ତା ତେବେ କେବଳ ଆଇଜିଏସ୍ଟି ଭାବେ କେନ୍ଦ୍ର ସରକାର ୧ ଲକ୍ଷ ୮୦ ହଜାର ଟଙ୍କା ପାଇଥାନ୍ତେ। ଆଇଜିଏସ୍ଟିରେ ରାଜ୍ୟର ଭାଗ ନଥାଏ।
GST ଦର
GST କାଉନସିଲ୍ ଅଲଗା ଅଲଗା ବସ୍ତୁ ଓ ସେବା ପାଇଁ ଅଲଗା କର ଦର ନିର୍ଧାରଣ କରିଛି। ଶୂନ୍ୟ ଜିଏସ୍ଟିରୁ, ୫%, ୧୨%, ୧୮% ଓ ୨୮% ହେଉଛି ଏହି ଦର। ଅତି ଆବଶ୍ୟକ ସାମଗ୍ରୀ ଉପରେ କମ ଜିଏସ୍ଟି ଓ ବିଳାସ ସାମଗ୍ରୀ ଉପରେ ଅଧିକ ଜିଏସଟି ସାଧରାଣତଃ ଲାଗୁ ହୋଇଥାଏ।