କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ। 

କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ ଆପଣ ଜାଣିଛନ୍ତି କି? କ୍ରେଡିଟ କାର୍ଡ ଆପଣଙ୍କ ପାଇଁ ଅର୍ଥ ମଧ୍ୟ ସଂଚୟ କରିପାରେ? କେମିତି? ଏହି ସାତଟି ଦିଗ ପ୍ରତି ଧ୍ୟାନ ଦେଇ ଆପଣ ମଧ୍ୟ କିଛି ସଂଚୟ କରିପାରିବେ

କ୍ରେଡିଟ୍ କାର୍ଡ ଦ୍ୱାରା ଆପଣ ନିଜ ମାସିକ ଖର୍ଚ୍ଚର ୧୦ରୁ ୨୦ପ୍ରତିଶତ ସଂଚୟ କରିପାରିବେ। ଅର୍ଥାତ ଆପଣଙ୍କ ମାସିକ ଖର୍ଚ୍ଚ ଯଦି ୨୦ ହଜାର ତେବେ ଆପଣ ୨୦୦୦ ଟଙ୍କା ବଂଚାଇ ପାରିବେ।

paybill using credit card

କ୍ରେଡିଟ୍ କାର୍ଡ ଦ୍ୱାର ବିଲ୍ ପୈଠ କରନ୍ତୁ

ଅନେକ କ୍ରେଡିଟ୍ କାର୍ଡ ମାସିକ ବିଲ ପୈଠ ଉପରେ ୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଇଥାନ୍ତି। ପ୍ରତି ମାସରେ ଆପଣ କ୍ରେଡିଟ୍ କାର୍ଡ ଦ୍ୱାରା ବିଲ୍ ପେମେଣ୍ଟ କରି କିଛି ଶହ ଟଙ୍କା ଅତିକମରେ ସଂଚୟ କରିପାରିବେ। ପ୍ରତି ଖର୍ଚ୍ଚ ସହ ଆପଣ ମଧ୍ୟ ରିୱାର୍ଡ ପଏଣ୍ଟସ ପାଇପାରିବେ। ଏହାସହ ବିଲିଂ ଆମାଉଣ୍ଟ ମଧ୍ୟ କମିଥାଏ। ସିଟି ବ୍ୟାଙ୍କ କ୍ୟାସ କାର୍ଡ୍ ଏବଂ ଷ୍ଟାଣ୍ଡାର୍ଡ୍ ଚାର୍ଟାଡ୍ ସୁପର ଭ୍ୟାଲୁ ଟାଇଟନିୟମ କାର୍ଡ ୟୁଟିଲିଟି ବିଲ୍ ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ ବ୍ୟାକ୍ ଦେଇଥାନ୍ତି। କ୍ରେଡିଟ୍ କାର୍ଡରେ ବିଲ୍ ପେମେଣ୍ଚ କରି ମୋର ଜଣେ ବନ୍ଧୁ ପ୍ରତି ମାସରେ  ପାଉଥିବା କ୍ୟାସବ୍ୟାକରେ ନିଜ ୫୫୦ ଟଙ୍କାର ଡିଟିଏଚ୍ ବିଲ୍ ରିଚାର୍ଜ ଏକରକମ ମାଗଣାରେ କରୁଛନ୍ତି।

ରିୱାର୍ଡ ପଏଣ୍ଟ ଦ୍ୱାର ବିଲ୍ ପୈଠ କରନ୍ତୁ

କିଛି କ୍ରେଡିଟ୍ କାର୍ଡ ପ୍ରତି ଶହେ ଟଙ୍କା ଖର୍ଚ୍ଚ ପାଇଁ ୪ରୁ ୧୦ରିୱାର୍ଡ ପଏଣ୍ଟ ଦେଇଥାନ୍ତି। କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ ଶହ ଶହ ରିୱାର୍ଡ ପଏଣ୍ଟ ପାଇ ପାରିବେ। କିଛି କାର୍ଡ ମଧ୍ୟ ରିୱାର୍ଡ ପଏଣ୍ଟ୍ ବଦଳରେ କ୍ୟାସ୍ ପେମେଣ୍ଟ କରିଥାନ୍ତି। ଏହାସହ ଆପଣ ମଧ୍ୟ ଆପଣଙ୍କ ମାସିକ କାର୍ଡ ବିଲ୍ ସହ ତାକୁ ଆଡଜଷ୍ଟ କରିପାରିବେ। ସାଧାରଣତଃ ବ୍ୟାଙ୍କ ୦.୨୫ରୁ .୫୦ ପଇସା ପ୍ରତି ରିୱାର୍ଡ ପଏଣ୍ଟ୍ ପିଛା ଦେଇଥାନ୍ତି। ତେଣୁ ୧୦୦ରିୱାର୍ଡ ପଏଣ୍ଟ୍ ବଦଳରେ ଆପଣ ୨୫ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ।

online shopping

ଆପ୍ଲାଏ ପୂର୍ବରୁ ତୁଳନା କରନ୍ତୁ

କ୍ରେଡିଟ୍ କାର୍ଡ ପାଇଁ ଆପ୍ଲାଏ ପୂର୍ବରୁ ବିଭିନ୍ନ କାର୍ଡଙ୍କ ମଧ୍ୟରେ ତୁଳନା କରି ଆପଣ ଅଧିକ ସଂଚୟ କରିପାରିବେ। ଅନେକ କାର୍ଡ୍ ୱେଲକମ୍ ରିୱାର୍ଡ୍ସ କିମ୍ବା ଜଏନିଂ ବୋନସ ମାଧ୍ୟମରେ ଗ୍ରାହକଙ୍କୁ ପଏଣ୍ଟ ଦେଇଥାନ୍ତି। ଯାହା ୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେଣୁ ଠିକ୍ କାର୍ଡ ବାଛିଲେ ଲାଭରେ ରହିବେ।

ଅନଲାଇନ୍ ସପିଂରେ ଲାଭ

ସପିଂ ସାଇଟ୍ ଓ ଇକମର୍ସ ୱେବସାଇଟ୍ କ୍ରେଡିଟ୍ କାର୍ଡ ଦ୍ୱାରା ପେମେଣ୍ଟ କଲେ ୧୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଇଥାନ୍ତି। ସବୁବେଳେ ଆପଣ ଏଭଳି ଅଫରର ଲାଭ ଉଠାଇ ସଂଚୟ କରିପାରିବେ। ଆକ୍ସିସ,ସିଟି ବ୍ୟାଙ୍କ,ଏଚଡିଏଫସି,ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ଦ୍ୱାରା ଫ୍ଲିପକାର୍ଟ,ଆମାଜନ ଭଳି ସାଇଟରେ ରିହାତି ପରେ ମଧ୍ୟ ଅଧିକ ୧୦ ପ୍ରତିଶତ ରିହାତି ନେଇ ପାରିବେ। ସେହିଭଳି ମେକ୍ ମାଇ ଟ୍ରିପ୍, ବୁକ୍ ମାଇ ସୋରେ ମଧ୍ୟ କ୍ରେଡିଟ୍ କାର୍ଡ୍ ଦ୍ୱାରା ଆପଣ ଭଲ ଡିଲ୍ ପାଇ ପାରିବେ। ବୁକ୍ ମାଇ ସୋରେ ୱେବସାଇଟରେ ଆପଣ ମାସକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ।

ଇଏମଆଇରେ କିଣନ୍ତୁ

କ୍ରେଡିଟ୍ କାର୍ଡ ଦ୍ୱାରା ଆପଣ ନୋ କଷ୍ଟ ଇଏମଆଇରେ ପ୍ରଡକ୍ଚ କିଣିପାରିବେ।

ପେଟ୍ରୋଲ,ଟ୍ରାଭେଲ ଖର୍ଚ୍ଚ କମ କରିପାରିବେ

ଟ୍ରାଭେଲ କ୍ରେଡିଟ୍ କାର୍ଡ ଦ୍ୱାରା ଆପଣ ମାଗଣା ଫ୍ଲାଇଟ୍ ଟିକେଟ୍ ଓ ହୋଟେଲ ବୁକିଂ ମଧ୍ୟ କରିପାରିବେ। ଅନେକ ଟ୍ରାଭେଲ କ୍ରେଡିଟ୍ କାର୍ଡ ମାଇଲଷ୍ଟୋନ୍ ଓ ଟ୍ରାଭେଲ ଭାଉଚର ଜଏନିଂ ଗିଫ୍ଟ ଭାବେ ଦେଇଥାନ୍ତି। ସେହି ଭାଉଚରକୁ ଏୟାରଲାଇନ୍ସ ଟିକେଟ୍ କିମ୍ବା ହୋଟେଲ ରୁମ୍ ବାବଦରେ ରିଡିମ୍ କରାଯାଇପାରେ। ଏହା ସହ କ୍ରେଡିଟ୍ କାର୍ଡରେ ପେଟ୍ରୋଲ ଭରିଲେ ଆପଣଙ୍କୁ ଲାଭ ମିଳିଥାଏ।

credit card bills

ଟାଇମରେ ବିଲ୍ ପେମେଣ୍ଟ କରନ୍ତୁ

କ୍ରେଡିଟ୍ କାର୍ଡ ବିଲ୍ ଯଦି ଠିକ୍ ସମୟରେ ପୈଠ କରୁନାହାନ୍ତି ତେବେ ଆପଣ ସୁଧ ଚକ୍ରବ୍ୟୁହରେ ପଡିବେ। ତେଣୁ ସବୁବେଳେ ଠିକ୍ ଟାଇମରେ ବିଲ୍ ଦିଅନ୍ତୁ। ଯଦି ପୁରା ଅର୍ଥ ଦେଇ ପାରୁନାହାନ୍ତି ତେବେ ଅତିକମରେ ମିନିମମ୍ ଆମାଉଣ୍ଟରୁ ଅଧିକ ପୈଠ କରନ୍ତୁ। ଠିକ୍ ସମୟରେ ବିଲ୍ ପୈଠ କଲେ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିବ। କ୍ରେଡିଟ୍ ସ୍କୋର ଭଲ ଥିଲେ ଆପଣଙ୍କୁ ସହଜରେ ଋଣ ମିଳିପାରିବ।

ଦୁଇଟିରୁ ଅଧିକ କାର୍ଡ ବ୍ୟବହାର କରନ୍ତୁ ନାହିଁ

ଦୁଇଟିରୁ ଅଧିକ କାର୍ଡ ପାଖରେ ରଖନ୍ତୁ ନାହିଁ। ଦୁଇଟି କାର୍ଡ ବ୍ୟବହାର ଦ୍ୱାରା ଆପଣ ଅଧିକ ରିୱାର୍ଡ ଓ ବୋନସ ପଏଣ୍ଟ ପାଇବା ସମ୍ଭାବନା ରହିଛି। ଅଧିକ କାର୍ଡ ରଖିଲେ ଅଯଥା କନଫ୍ୟୁଜନ ହୋଇଥାଏ।