ଉପଭୋକ୍ତାଙ୍କଠାରୁ ବ୍ୟବସାୟୀ ଓ ସରକାର ସମସ୍ତଙ୍କ ପାଇଁ ଜିଏସ୍‌ଟି କେମିତି ଲାଭ ଦାୟକ ଆସନ୍ତୁ ଜାଣିବା।  

ଜିଏସଟି ମାଧ୍ୟମରେ କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢିଛି। ଏହା ସରକାରଙ୍କୁ ଲାଭ ତ’ ଦେଉଛି ଏହା ସହିତ ଉପଭୋକ୍ତା ଓ ବ୍ୟବସାୟୀ ମଧ୍ୟ ଏଥିରୁ ଲାଭ ପାଉଛନ୍ତି।

ଉପଭୋକ୍ତାଙ୍କ ପାଇଁ କେମିତି ଲାଭଦାୟକ?

  • ଅନେକ ପ୍ରକାରର ଟ୍ୟାକ୍ସ ସମାପ୍ତ ହେବା କାରଣରୁ ଓ ଟ୍ୟାକ୍ସ ଉପରେ ଟ୍ୟାକ୍ସ ନରହିବା କାରଣରୁ ବସ୍ତୁ ମୁଲ୍ୟରେ ଅଯଥା ବୃଦ୍ଧି ହେଉନାହିଁ। ଯାହା ସାଧାରଣ ଉପଭୋକ୍ତା ପାଇଁ  ଶୁଭଙ୍କର।
  • ନିତ୍ୟ ବ୍ୟବହାରରେ ଆସୁଥିବା ସାମଗ୍ରୀ ଉପରେ କମ ଟ୍ୟାକ୍ସ। ଯାହା ସାଧାରଣ ଲୋକଙ୍କୁ ଅଧିକ ଫାଇଦା ଦିଏ।
  • ମାର୍କେଟର ଅଧିକ ଅଂଶ ଜିଏସଟି ପରିସୀମା ଭିତରକୁ ଆସିବା କାରଣରୁ ସରକାର ଅଧିକ ଟ୍ୟାକ୍ସ ପାଉଛନ୍ତି। ଯାହା ବିକାଶମୁଳକ କାର୍ଯ୍ୟରେ ବ୍ୟବହୃତ ହେଉଛି।

ବ୍ୟବସାୟୀଙ୍କ ପାଇଁ ଫାଇଦା?

  • ସବୁ ରାଜ୍ୟରେ ଟ୍ୟାକ୍ସର ଅଲଗା ଅଲଗା ଷ୍ଟ୍ରକଚର କରାଣରୁ ବ୍ୟବସାୟୀଙ୍କ ପାଇଁ ଏହାକୁ ବୁଝିବା ସହଜ ନଥିଲା। ଅନେକ ପ୍ରକାରର ଟ୍ୟାକ୍ସ ମୁଣ୍ଡବିନ୍ଧାର କାରଣ ଥିଲା। ଟ୍ୟାକ୍ସ ଅଧିକାରୀ ଓ କର୍ମଚାରୀ ଅଧିକ ନିୟମର ଫାଇଦା ଉଠାଇ ହଇରାଣ ହରକତ କରୁଥିଲେ। ଏବେ ବ୍ୟବସାୟୀଙ୍କୁ ଆଉ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁନାହିଁ।
  • ସମସ୍ତ ଦସ୍ତାବିଜ୍ ଅନଲାଇନ୍ ରହୁଥିବାରୁ ଏଥିରେ ଜାଲିଆତି କରିବା ଅସମ୍ଭବ। କୌଣସି ପ୍ରକାରର ଭୁଲ ହେଲେ କିମ୍ବା ଦସ୍ତାବିଜ୍ ହଜିଗଲେ ଅନଲାଇନରେ ଏହାକୁ ସୁଧୁରା ଯାଇ ପାରୁଛି। ଅଫିସକୁ ଦୌଡିବାକୁ ପଡୁନାହିଁ।

GST

ସରକାରଙ୍କ ଫାଇଦା କଣ ?

  • ସରକାରଙ୍କ ଟ୍ୟାକ୍ସ ପରିସୀମା ବଢିଛି।

ପ୍ରତି ଷ୍ଟେଜରେ କିଣା ଓ ବିକ୍ରିର ରସିଦ ମିଳାଇବା ଜରୁରୀ। ଏଥିରେ ଟ୍ୟାକ୍ସ କ୍ରେଡିଟ୍ ଲାଭ ପାଇଁ ସମସ୍ତଙ୍କୁ ପ୍ରତି ଷ୍ଟେଜରେ ରସିଦ ଦେଖାଇବାକୁ ପଡିବ। ଏପରି କଲେ ହିଁ ଟ୍ୟାକ୍ସ କ୍ରେଡିଟର ଫାଇଦ ମିଳିବ। ତେଣୁ ଟ୍ୟାକ୍ସ ଚେନ୍ ଭାଙ୍ଗିବା ଭୟ ନାହିଁ। ଫଳରେ ମାର୍କେଟ ଟ୍ୟାକ୍ସ ଦୃଷ୍ଟିରୁ ପାରଦର୍ଶୀ ରହୁଛି।

ଜିଏସଟି ପୂର୍ବରୁ ଗୋଟିଏ ସାମଗ୍ରୀ ଅଲଗା ରାଜ୍ୟରେ ଅଲଗା ମୁଲ୍ୟରେ ବିକ୍ରି ହେଉଥିଲା। ଯାହାର ପରିଣାମ ଥିଲା ରାଜ୍ୟ ରାଜ୍ୟ ଭିତରେ ସ୍ମଗଲିଂ ହେଉଥିଲା। ଯେଉଁ ରାଜ୍ୟରେ ଗୋଟିଏ ସାମଗ୍ରୀ ମୁଲ୍ୟ କମ ତାକୁ ପାଖ ରାଜ୍ୟରେ କଳା ବଜାରି ଶସ୍ତାରେ କିଣି ନିଜ ରାଜ୍ୟରେ ବିକ୍ରି କରୁଥିଲେ। ଫଳରେ ସରକାରଙ୍କୁ ଟ୍ୟାକ୍ସ ହରାଇବାକୁ ପଡୁଥିଲା। କିନ୍ତୁ ଜିଏସଟି କାରଣରୁ ଏହା ବନ୍ଦ ହୋଇଯାଇଛି।

କର ସଂଖ୍ୟା କମ ହେବା କାରଣରୁ କର୍ମଚାରୀଙ୍କ ଉପରେ ଚାପ କମିଛି। ସମସ୍ତ ବିବରଣୀ ଅନଲାଇନ୍ ଉପଲବ୍ଧ ଥିବାରୁ ବ୍ୟବସ୍ଥାର ନିରିକ୍ଷଣ ସହଜ ହୋଇଯାଇଛି।