ଜାଣନ୍ତୁ ଜିଏସ୍‌ଟି କ’ଣ?

ଜିଏସଟି ଅର୍ଥାତ ଗୁଡସ ଆଣ୍ଟ୍ ସର୍ଭିସ ଟ୍ୟାକ୍ସ। ଏହି ଟ୍ୟାକ୍ସ ସେତେବେଳେ ଲାଗେ ଯେତେବେଳ ଆପଣ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି। ଏହିପରି ଜିଏସଟି ହେଉଛି ଆମ ଉପରେ ଲାଗୁଥିବା ଅପ୍ରତ୍ୟକ୍ଷ କର। କେନ୍ଦ୍ର ସରକାର ୨୦୧୭ ମସିହାରେ ଏହି ଟ୍ୟାକ୍ସକୁ ଲାଗୁ କରିଥିଲେ। ଏହା ପୂର୍ବରୁ ସେଲ୍ ଟ୍ୟାକ୍ସ, ସର୍ଭିସ ଟ୍ୟାକ୍ସ, ଏକ୍ସାଇଜ୍ ଟ୍ୟାକ୍ସ ଭଳି ଅନେକ ଟ୍ୟାକ୍ସ ଥିଲା। ଜିଏସଟି ହେଉଛି ଏହି ସବୁ ଟ୍ୟାକ୍ସର ସମାହାର।

GST ?

ଜିଏସଟିର ଫୁଲ ଫର୍ମ ହେଉଛି Goods And Services Tax, ଓଡ଼ିଆରେ ଯାହାକୁ ବସ୍ତୁ ଓ ସେବା କର କୁହାଯାଏ। ଏହାର ନାମରୁ ହିଁ ଜଣା ପଡୁଛି ଏହାକୁ ଉଭୟ ବସ୍ତୁ ଓ ସେବା ଉପରେ ଲାଗୁ କରାଯାଇଥାଏ। ପୁରା ଦେଶରେ କୌଣସି ବସ୍ତୁ ଉପରେ ଏହା କାରଣରୁ ଗୋଟିଏ ଟ୍ୟାକ୍ସ ଲାଗିଥାଏ। ଆପଣ ଓଡ଼ିଶାରେ ଗୋଟିଏ ବସ୍ତୁ ଉପରେ ଯେତିକି ଟ୍ୟାକ୍ସ ଦେବେ ସମାନ ବସ୍ତୁ ଉପରେ ସମାନ ଟ୍ୟାକ୍ସ ଅନ୍ୟ ରାଜ୍ୟରେ ମଧ୍ୟ ଦେବେ।

GST ପ୍ରମ୍ମୁଖ ବିଶେଷତା

ପୁରଣା ଟ୍ୟାକ୍ସ ବ୍ୟବସ୍ଥାରେ ଥିବା ତୃଟି ସୁଧାରିବା ପାଇଁ ଏହାକୁ ଅଣା ଯାଇଥିଲା। ଏହି ଟ୍ୟାକ୍ସ ସିଷ୍ଟମର କିଛି ବିଶେଷତା ହେଉଛି..

. ଉତ୍ପାଦନ ବଦଳରେ ଉପଭୋଗ ଉପରେ କର

GST ଟ୍ୟାକ୍ସ ବସ୍ତୁ ଓ ସେବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼େ। ତେବେ ଆଦାୟ କରିବା ଦାୟିତ୍ୱ ବସ୍ତୁ କିମ୍ବା ସେବା ପ୍ରଦାନକାରୀଙ୍କର ହୋଇଥାଏ। ଅର୍ଥାତ ଦୋକାନୀ ଯେତେବେଳେ ବି କୌଣସି ସାମଗ୍ରୀ ବିକ୍ରି କରିବେ ସେତେବେଳେ ତାଙ୍କୁ ଜିଏସ୍‌ଟିକୁ ଅଲଗା ଲେଖି ଦେବାକୁ ପଡ଼ିବ। କ୍ରେତାଙ୍କୁ ଜିଏସ୍‌ଟିକୁ ମିଶାଇ ପୁରା ମୂଲ୍ୟ ଦେବାକୁ ପଡ଼ିବ।

ସର୍ଭିସ ଟ୍ୟାକ୍ସ ମାମଲାରେ ଆପଣ ଏଭଳି ଦେଖିଥିବେ। ମୋବାଇଲ ବିଲରେ ସ୍ପଷ୍ଟ ଭାବେ ସର୍ଭିସ ଟ୍ୟାକ୍ସ ବାବଦରେ ଅଲଗା ଲେଖା ଯାଇଥାଏ।  କିନ୍ତୁ ଆଗରୁ ସର୍ଭିସ ଟ୍ୟାକ୍ସକୁ ଛାଡ଼ି ଦେଇ କୌଣସି ଉତ୍ପାଦ ଉପରେ କେତେ ଟ୍ୟାକ୍ସ ଲାଗୁଥିଲା ତାହା କ୍ରେତା ଜାଣି ପାରୁନଥିଲେ। ତେବେ ଏବେ ଜିଏସ୍‌ଟି ଆସିବା ପରେ କ୍ରେତା ଏହା ଜାଣି ପାରୁଛନ୍ତି ଯେ, ତାଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡୁଛି। କାରଣ ସରକାର ପ୍ରଥମରୁ ହିଁ ସବୁ ଦର ନିର୍ଦ୍ଧାରିତ କରିସାରିଛନ୍ତି।

. ଟ୍ୟାକ୍ସ କ୍ରେଡିଟ୍ ସିଷ୍ଟମ୍

କୌଣସି ସାମଗ୍ରୀ ନିର୍ମାଣଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ଭିତରେ ଅନେକ ଶୃଙ୍ଖଳା ଥାଏ। ବସ୍ତୁ ଅନେକ ଥର କିଣା ବିକା ହୋଇଥାଏ। ଏବେ ଜିଏସ୍‌ଟି ନିୟମ ଅନୁସାରେ ସପ୍ଲାଏ ଚେନରେ ପ୍ରତି କିଣା ଓ ବିକ୍ରି ଉପରେ ଟ୍ୟାକ୍ସ ଦେବାକୁ ହେବ। ତେବେ କ’ଣ ପ୍ରତି ସ୍ତରରେ ଟ୍ୟାକ୍ସ ଦେବା କାରଣରୁ ସାମଗ୍ରୀ ମୁଲ୍ୟ ବୃଦ୍ଧି ପାଇବ? ହଁ ନିଶ୍ଚିତ ଭାବେ ମୂଲ୍ୟ ବୃଦ୍ଧି ପାଇବା କଥା କିନ୍ତୁ ଟ୍ୟାକ୍ସ କ୍ରେଡିଟ୍ ସିଷ୍ଟମ କାରଣରୁ ମୂଲ୍ୟ ବଢ଼େ ନାହଁ। ଏହି ସିଷ୍ଟମରେ ପ୍ରତି ପରବର୍ତ୍ତୀ କ୍ରେତା ତାଙ୍କ ପୂର୍ବ ବିକ୍ରେତାଙ୍କ ଦ୍ୱାରା ଦିଆଯାଇଥିବା ଟ୍ୟାକ୍ସକୁ ଫେରି ପାଆନ୍ତି।

ଜିଏସ୍‌ଟି ସିଷ୍ଟମରେ, ଶେଷ ଷ୍ଟେଜରେ ଟ୍ୟାକ୍ସ ଲାଗୁ ହେବା କାରଣରୁ ପ୍ରଥମେ ଯେଉଁଠି ଟ୍ୟାକ୍ସ ଜମା କରାଯାଇଥିଲା, ତାଙ୍କର ଫେରି ପାଇବା ବ୍ୟବସ୍ଥା ରହିଛି। ଯଦି ଆପଣ ଅନ୍ତିମ ଉପଭୋକ୍ତା ନୁହନ୍ତି ଓ ପ୍ରଥମେ କୌଣସି ଷ୍ଟେଜରେ ଆପଣ ଜିଏସଟି ଜମା କରିଛନ୍ତି, ତେବେ ଏହା ଆପଣଙ୍କ ଖାତାକୁ ଫେରି ଆସିବ। ପ୍ରତି ମାସରେ ଜିଏସଟି ରିଟର୍ଣ୍ଣ ଭରିବା କାଳରେ ଆପଣ ଟ୍ୟାକ୍ସ କ୍ରେଡିଟ୍ ସିଷ୍ଟମ ମାଧ୍ୟମରେ ନିଜ ଜିଏସଟି ଆଡଜଷ୍ଟ କରି ପାରିବେ।

. ଟ୍ୟାକ୍ସ ଉପରେ ଟ୍ୟାକ୍ସ ଚଢ଼ିବ ନାହିଁ

ପୂର୍ବ ଟ୍ୟାକ୍ସ ସିଷ୍ଟମରେ କେବଳ ଅଲଗା ଅଲଗା ଟ୍ୟାକ୍ସ ଲାଗୁନଥିଲା। ଅଧିକାଂଶ ସମୟରେ ଟ୍ୟାକ୍ସ ଉପରେ ମଧ୍ୟ ଟ୍ୟାକ୍ସ ଲାଗୁଥିଲା। କାରଣ ଅନେକ ବସ୍ତୁ ଓ ସେବା ଦୁଇରୁ ଅଧିକ ଶ୍ରେଣୀରେ ଆସୁଥିଲେ। ଜିଏସ୍‌ଟିରେ ସେଭଳି ନାହିଁ। କାରଣ ଶେଷରେ ଜିଏସ୍‌ଟିକୁ ଉପଭୋକ୍ତା ହିଁ ଦେଇଥାଏ। ମଝିରେ ଯଦି କେହି ଦେଇଥାଏ, ତେବେ ତାକୁ ତା’ର ଟଙ୍କା ଟ୍ୟାକ୍ସ କ୍ରେଡିଟ୍ ସିଷ୍ଟମ ଅନ୍ତର୍ଗତରେ ମିଳିଯାଇଥାଏ।

. ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ସିଷ୍ଟମ

ଜିଏସ୍‌ଟିରେ ନିଜସ୍ୱ ନିରିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ସବୁ ତଥ୍ୟକୁ ଅନଲାଇନ୍ ଅପଡେଟ୍ କରିବାକୁ ପଡ଼ିବ। ସବୁ ବ୍ୟବସାୟରେ ରସିଦ ଉଭୟ ବିକ୍ରେତା ଓ କ୍ରେତାଙ୍କ ପାଖରେ ରହିବ। ଉଭୟ ନିଜ ନିଜ ରସିଦ ଆଧାରରେ ଟ୍ୟାକ୍ସ କ୍ରେଡିଟ୍ ପାଇବେ। ଯଦି କେଉଁଠି ତଥ୍ୟ ମିଶିବ ନାହିଁ ତେବେ ଅନଲାଇନରେ ଗଡ଼ବଡ଼ି ଧରା ପଡ଼ିବ। ଡିଲ୍‌ର ପ୍ରତି ଷ୍ଟେଜରେ ଜିଏସ୍‌ଟି ଜମା କରିବା ଦାୟିତ୍ୱ ଉପରେ ଥିବା ବ୍ୟବସାୟୀଙ୍କ ଉପରେ ଥିବାରୁ ଟ୍ୟାକ୍ସ ଚେନ୍ ଭାଙ୍ଗିନଥାଏ। କାରଣ କୌଣସି ବ୍ୟବସାୟୀ କେବେ ମଧ୍ୟ ନିଜ ଟ୍ୟାକ୍ସ କ୍ରେଡିଟ୍ କ୍ଷତି କରିବାକୁ ଚାହିଁବେ ନାହିଁ।

. ମନଇଛା ଟ୍ୟାକ୍ସ ରେଟ୍ ନୁହେଁ

ଆଗରୁ ରାଜ୍ୟ ସରକାର ନିଜ ରାଜ୍ୟରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ମନମୂତାବକ କର ଲଗାଉଥିଲେ। ଜିଏସ୍‌ଟି ଆସିବା ପରେ ତାହା ଆଉ ସମ୍ଭବ ନୁହେଁ। ଜିଏସଟି ପ୍ରାବଧାନରେ କିମ୍ବା ରେଟ୍‌ରେ କୌଣସି ପ୍ରକାରର ପରିବର୍ତ୍ତନ ପାଇଁ ଜିଏସଟି କାଉନସିଲ ରହିଛି, ଯାହାର ଅଧ୍ୟକ୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଅଟନ୍ତି। ସବୁ ରାଜ୍ୟଙ୍କର ଭୋଟ ଶକ୍ତି ସମାନ। କାଉନସିଲର ତିନି ଚତୁର୍ଥାଂଶ ଭୋଟରେ ହିଁ କୌଣସି ନିର୍ଣ୍ଣୟ ନିଆଯାଇ ପାରିବ।