ଦମ୍‌ଦାର କ୍ୟାମେରା ଏବଂ ପାୱାରଫୁଲ୍‌ ପ୍ରୋସେସର ସହ ଭାରତରେ ଲଞ୍ଚ୍‌ ହୋଇଯାଇଛି iQOO 3 ସ୍ମାର୍ଟଫୋନ୍‌। ଭାରତରେ ଲଞ୍ଚ୍‌ ହୋଇଥିବା ଏହା ହେଉଛି ଦ୍ୱିତୀୟ 5G ସ୍ମାର୍ଟଫୋନ୍‌। ମଙ୍ଗଳବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଭାରତରେ ଲଞ୍ଚ୍‌ କରାଯାଇଛି। 5G ସହିତ କମ୍ପାନି ଏହାର 4G ଭାରିଏଣ୍ଟ ମଧ୍ୟ ବଜାରକୁ ଛାଡ଼ିଛି। 

ମୂଲ୍ୟ

କମ୍ପାନି iQOO 3 ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ସହ ଲଞ୍ଚ୍‌ କରିଛି। ଦୁଇଟି 4G ଏବଂ ଗୋଟିଏ 5G ସ୍ମାର୍ଟଫୋନ୍‌। 8GB+128GB ଭାରିଏଣ୍ଟ୍‌ର ମୂଲ୍ୟ ୩୬,୯୦୦ ଟଙ୍କା ଥିବା ବେଳେ 8GB+256GB ଭାରିଏଣ୍ଟ୍‌ର ମୂଲ୍ୟ ରହିଛି ୩୯,୯୯୦ ଟଙ୍କା। ଏହି ଦୁଇଟି 4Gରେ ଆସିବ।

ସେହିପରି 12GB+256GB ଭାରିଏଣ୍ଟ୍‌ର ମୂଲ୍ୟ ୪୪,୯୯୦ ଟଙ୍କା ରହିଛି। ଗ୍ରାହକ ଏଥିରେ 5G ସପୋର୍ଟ ପାଇବେ।

କ୍ୟାମେରା

iQOO 3 ସ୍ମାର୍ଟଫୋନ୍‌ରେ ରିଅର କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ କ୍ୟାମେରା ଥିବା ବେଳେ ଅନ୍ୟରେ ୮, ୧୩ ଏବଂ ୨ ମେଗାପିକ୍ସେଲ ଲେନ୍ସ ରହିଛି। ଏହି ରିଅର କ୍ୟାମେରାରେ 20x ଜୁମ୍‌ ଫିଚର ରହିଛି, ଯାହା ଫଳରେ ସ୍ମାର୍ଟଫୋନ୍‌ର ବହୁଦୂରରୁ ଅତି ସହଜରେ ଫଟୋ ଉଠାଯାଇ ପାରିବ।

ଫିଚର

ଏହି ସ୍ମାର୍ଟଫୋନ୍‌ରେ ପାୱାରଫୁଲ୍‌ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ ୮୬୫ ପ୍ରୋସେସର ରହିଛି। ଗେମିଂ ପାଇଁ ଏହି ସ୍ମାର୍ଟଫୋନ୍‌ ଦମ୍‌ଦାର ରହିବ। 4D ଗେମିଂ ଭାଇବ୍ରେସନ ସହ ମଲ୍ଟି ଟର୍ବୋ ଫିଚର ଦିଆଯାଇଛି, ଯାହା ମୋବାଇଲକୁ କୁଲ୍‌ ରଖିବା ସହ ଫୋନ୍‌ ଉନ୍ନତଭାବେ କାମ କରିବ।

ଏଥିସହିତ ସ୍ମାର୍ଟଫୋନ୍‌ରେ 120 Hzର ରିଫ୍ରେସ୍‌ ରେଟ୍‌ ଡିସ୍‌ପ୍ଲେ ରହିଛି। ଏଥିରେ HDR 10+ ସପୋର୍ଟ ମଧ୍ୟ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ୬.୪୩ ଇଞ୍ଚ୍‌ ଆମୋଲେଡ୍‌ ଡିସ୍‌ପ୍ଲେ (୧୦୮୦x୨୪୦୦ ପିକ୍ସେଲ) ଦିଆଯାଇଛି। ଏଥିରେ ୪,୪୦୦ ଏମ୍‌ଏଏଚ୍‌ ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୫୫ ୱାଟ୍‌ର ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଏହି ସ୍ମାର୍ଟଫୋନ୍‌ ମାତ୍ର ୧୫ ମିନିଟ୍‌ରେ ୫୦ ପ୍ରତିଶତ ଚାର୍ଜ ହେବ। ଏଥିରେ ଅଣ୍ଡର ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସ୍କାନ୍‌ର ମଧ୍ୟ ରହିଛି।