ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ହେଉଛି ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନ୍‌ରେ ମିଳୁଥିବା ରାଶିକୁ ଆପଣ ନିଜ ଇଛା ମୂତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି।

ପର୍ସନାଲ ଲୋନ୍ ପାଇଁ ଯୋଗ୍ୟତା: ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଞ୍ଚ୍ କରିଥାଏ। ଆପଣଙ୍କ ପେସା, ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ। ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଞ୍ଚ୍ ହୋଇଥାଏ। ଆପଣ ଲୋନ୍ ଶୁଝିବାକୁ ସମର୍ଥ ନା ନାହିଁ, ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ।

ଏଥର ଆସନ୍ତୁ ଜାଣିବା ପର୍ସନାଲ ଲୋନ୍ କେତେ ପ୍ରକାରର ହୋଇଥାଏ।

୧. ଫେଷ୍ଟିଭାଲ ଲୋନ୍

ପର୍ବପର୍ବାଣୀ ଅବସରରେ ଖର୍ଚ୍ଚ ପାଇଁ ଆପଣ ଏଭଳି ଲୋନ୍ ନେଇ ପାରିବେ। ଏହା ଅଳ୍ପ ଅବଧିର ଲୋନ୍ ହୋଇଥାଏ। ଏଭିଲ ଲୋନ୍ର ଉଧାର ସୀମା ବହୁତ କମ ହୋଇଥାଏ ଓ ସୁଧ ହାର ମଧ୍ୟ କମ ଥାଏ।

  • ଅବଧି-୧ ବର୍ଷ
  • ସୁଧହାର- ବ୍ୟାଙ୍କରୁ ବ୍ୟାଙ୍କ ଭିନ୍ନ
  • ସର୍ବନିମ୍ନ ରାଶି- ୫ ହଜାର
  • ସର୍ବାଧିକ ରାଶି- ୫୦ ହଜାର
  • ପ୍ରୋସେସିଂ ଫି’- ୨ ପ୍ରତିଶତ
  • ପ୍ରିପେମେଣ୍ଟ୍ ଫି’- ୩ ପ୍ରତିଶତ

୨. ଗୃହ ନବୀକରଣ ଲୋନ୍

ଏହି ଲୋନ୍ ନେଇ ଆପଣ ନିଜ ଘର ମରାମତି କରିପାରିବେ। ଏପରି ଲୋନ୍ ନେବା ଦ୍ୱାରା ଆପଣଙ୍କ ସଞ୍ଚୟ ପ୍ରଭାବିତ ହୋଇନଥାଏ।

  • ଅବଧି- ୨୦ରୁ ୩୦ ବର୍ଷ
  • ସୁଧହାର-୧୦ରୁ ୧୨%
  • ସର୍ବାଧିକ ରାଶି- ଏଲଟିଭି ଏଷ୍ଟିମେଟ୍ର ୮୦ ପ୍ରତିଶତ
  • ପ୍ରୋସେସିଂ ଫି’- ଲୋନ ରାଶିର ୦.୫%ରୁ ୧ ପ୍ରତିଶତ
  • ପ୍ରିପେମେଣ୍ଟ୍ ଫି’- ଶୁନ୍ୟ

୩. ଫିକ୍ସଡ ସୁଧ ଲୋନ୍:

ଏଭଳି ଲୋନରେ ସମୟ ସହିତ ଆପଣ ଦେଉଥିବା ସୁଧରେ କୌଣସି ପରିବର୍ତ୍ତନ ଆସେନାହିଁ। ଏହାର ଲାଭ ହେଉଛି ଜଣେ ଋଣକାରୀ ହିସାବରେ ଭବିଷ୍ୟତରେ ଆପଣଙ୍କୁ କେତେ ଟଙ୍କା ଶୁଝିବାକୁ ପଡ଼ିବ ତାହା ଆପଣ ଜାଣି ପାରନ୍ତି। ଭବିଷ୍ୟତରେ ସୁଧହାର ବଢିଲେ ମଧ୍ୟ ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼େନାହିଁ।

  • ଅବଧି- ୫ରୁ ୧୦ବର୍ଷ
  • ସୁଧହାର- ୯.୯୫ରୁ ୧୧.୭୫%
  • ପ୍ରୋସେସିଂ ଫି’- ଲୋନ ରାଶିର ୧ ପ୍ରତିଶତ
  • ପ୍ରିପେମେଣ୍ଟ୍ ଫି’- ବାକି ମୂଳଧନର ୨ ପ୍ରତିଶତ

୪. ଉପଭୋକ୍ତା ବସ୍ତୁ ପାଇଁ ଲୋନ୍:

ମୋବାଇଲ, କମ୍ପ୍ୟୁଟର, ଟିଭି କିମ୍ବା ଅନ୍ୟ କଞ୍ଜ୍ୟୁମର ପ୍ରଡକ୍ଟସ ନେବା ପାଇଁ ପାଇଁ ଏହି ଲୋନ୍ ମିଳିଥାଏ।

  • ଅବଧି- ୨ ବର୍ଷ
  • ସର୍ବନିମ୍ନ ରାଶି- ୮ ହଜାର ଟଙ୍କା
  • ସର୍ବାଧିକ ରାଶି- ୫ ଲକ୍ଷ
  • ପ୍ରୋସେସିଂ ଫି- ଲୋନ୍ ରାଶିର ୨.୫ ପ୍ରତିଶତ (ବ୍ୟାଙ୍କ ଉପରେ ନିର୍ଭରଶୀଳ)

୫. ବୈବାହିକ ଖର୍ଚ୍ଚ ପାଇଁ ଲୋନ୍:

ବିବାହରେ ଖର୍ଚ୍ଚ ପାଇଁ ଆପଣ ଏଭଳି ଲୋନ୍ ନେଇ ପାରିବେ। ଶାଢ଼ିଠାରୁ ଅଳଙ୍କାର ଓ ସାଜସଜ୍ଜା ପାଇଁ ଏଭଳି ଲୋନ୍ ନିଆଯାଇଥାଏ।

  • ଅବଧି- ୧ରୁ ୫ବର୍ଷ
  • ସୁଧହାର- ୧୦.୫ରୁ ୩୪ ପ୍ରତିଶତ
  • ସର୍ବନିମ୍ନ ରାଶି- ୫ ଲକ୍ଷ ଟଙ୍କା
  • ସର୍ବାଧିକ ରାଶି- ୩୦ଲକ୍ଷ
  • ପ୍ରୋସେସିଂ ଫି’- ୦.୫ ପ୍ରତିଶତରୁ ୨.୫ ପ୍ରତିଶତ
  • ପ୍ରିପେମେଣ୍ଟ୍ ଫି’- ବାକି ଟଙ୍କା ଉପରେ ୨ରୁ ୫ ପ୍ରତିଶତ

୬. ଛୁଟି କଟାଇବା ପାଇଁ ଲୋନ୍

ଆପଣ ଛୁଟି କଟାଇବା ପାଇଁ ଯଦି ବାହାରକୁ ଯିବାକୁ ଚାହାନ୍ତି ତେବେ ଏହି ଲୋନ୍ ନେଇ ପାରିବେ। ଏଥିରେ ସୁଧ ହାର ଅଧିକ ରହିଥାଏ।

  • ଅବଧି- ୨ରୁ ୩ବର୍ଷ
  • ସୁଧହାର- ୧୨.୯୫ରୁ ୧୪.୨୦ ପ୍ରତିଶତ
  • ସର୍ବନିମ୍ନ ରାଶି- ୧୦ ହଜାର ଟଙ୍କା
  • ସର୍ବାଧିକ ରାଶି- ୨ରୁ ୧୦ ଲକ୍ଷ
  • ପ୍ରୋସେସିଂ ଫି- ଲୋନ ରାଶିର ୨ ପ୍ରତିଶତ

ବ୍ୟବସାୟୀକ ଲୋନ୍:

ଯେହେତୁ ପର୍ସନାଲ ଲୋନରେ କୌଣସି ବନ୍ଧକ ରଖିବାକୁ ପଡ଼େ ନାହିଁ, ତେଣୁ ବ୍ୟବସାୟ ପାଇଁ ପର୍ସନାଲ ଲୋନ୍ ଏକ ଭଲ ବିକଳ୍ପ ହୋଇପାରେ। ଆପଣ ଯଦି ନିଜ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛନ୍ତି ତେବେ ପର୍ସନାଲ ଲୋନ୍ ନେଇ ପାରିବେ। ଆପଣ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରିବାକୁ ପର୍ସନାଲ ଲୋନ୍ ନେଇ ପାରିବେ।

  • ଅବଧି- ୧ରୁ ୬ ବର୍ଷ
  • ସୁଧହାର- ୧୭ରୁ ୨୨ ପ୍ରତିଶତ
  • ସର୍ବନିମ୍ନ ରାଶି- ୫୦ ହଜାର ଟଙ୍କା
  • ସର୍ବାଧିକ ରାଶି- ୭୫ ଲକ୍ଷ
  • ପ୍ରୋସେସିଂ ଫି- ଲୋନ ରାଶିର ୨.୫ ପ୍ରତିଶତ