କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି..

income tax

ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ।

ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ୧୯୬୧ ଅନୁଯାୟୀ, ଯଦି ଆପଣଙ୍କ ଗ୍ରସ ଟୋଟାଲ ଇନକମ୍ ବା ବାର୍ଷିକ ମୋଟ ଆୟ ୨.୫ଲକ୍ଷ ଟଙ୍କାରୁ ଅଧିକ ତେବେ ଆପଣ ଆୟକର ଦେବା ଆବଶ୍ୟକ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ଏହାଠାରୁ କମ୍ ତେବେ ଆପଣ ଆୟକର ଦେବାକୁ ବାଧ୍ୟ ନୁହନ୍ତି। ତେବେ ଆସନ୍ତୁ ଜାଣିବା ଏ କ୍ଷେତ୍ରରେ ଆପଣ ଆୟକର ଦେବା ଆବଶ୍ୟକ କି ନୁହେଁ।

money

ଗ୍ରସ ଟୋଟାଲ ଇନକମ୍ ବା ମୋଟ୍ ଆୟ:

ଆୟକର ଆଇନ୍ ଅନୁଯାୟୀ ଆପଣଙ୍କ ଆୟର ଉତ୍ସ ୫ ପ୍ରକାର ହୋଇପାରେ। ପ୍ରଥମତଃ ଦରମା ବାବଦ ଆୟ, ହାଉସ୍ ପ୍ରପର୍ଟି (ଘରଭଡ଼ା)ରୁ ଆୟ, ବ୍ୟବସାୟ ଓ ବୃତ୍ତିରୁ ଆୟ, କ୍ୟାପିଟାଲ ଗେନ୍ସରୁ ଆୟ ଏବଂ ଅନ୍ୟାନ୍ୟ ଉତ୍ସରୁ ଆୟ। ଏହି ୫ ପ୍ରକାର ଉତ୍ସରୁ ଆସୁଥିବା ମୋଟ ଆୟକୁ ଆମେ ଗ୍ରସ୍ ଟୋଟାଲ ଇନକମ୍ କହିଥାଉ।

ଏହି ଗ୍ରସ ଟୋଟାଲ ଇନକମରୁ ବିଭିନ୍ନ ପ୍ରକାର ଡିଡକ୍ସନରେ ସେକ୍ସନ ୮୦ସି, ୮୦ସିସିସି, ୮୦ସିସିଡି, ୮୦ସିସିଏଫ, ୮୦ସିସିଜି, ୮୦ଡି, ୮୦ଡିଡି, ୮୦ଡିଡିବି, ୮୦ଇ, ୮୦ଇଇ, ୮୦ଜି, ୮୦ଜିଜି, ୮୦ଟିଟିଏ, ୮୦ଟିଟିବି, ୮୦ୟୁ ଅନୁଯାୟୀ ଆପଣ କିଛିଟା ଆୟକର ଛାଡ଼ ପାଇଥାନ୍ତି। ଏହି ଟ୍ୟାକ୍ସ ମୁକ୍ତ ଆୟ ବ୍ୟତୀତ ଅବଶିଷ୍ଟ ଯେଉଁ ପରିମାଣର ଅର୍ଥ ରହିଲା ତାହାକୁ ଟ୍ୟାକ୍ସ ଦେବା ଯୋଗ୍ୟ ଆୟ ବୋଲି ବିବେଚନା କରାଯାଏ।

ତେବେ ଏଠାରେ ଧ୍ୟାନ ଦେବାକୁ ହେବ ଯେ, ଆପଣଙ୍କ ଗ୍ରସ ଟୋଟାଲ ଇନକମ୍ ଏବଂ ଟ୍ୟାକ୍ସ ଫ୍ରି ଡିଡକ୍ସନ ଦୁଇଟି ଭିନ୍ନ କଥା। କାରଣ ଆପଣ ଆୟକର ଦେବେ କି ନାହିଁ ତାହା ଆପଣଙ୍କ ଗ୍ରସ୍ ଟୋଟାଲ ଇନକମରୁ ସ୍ଥିର ହୋଇଥାଏ ଏବଂ ଆପଣଙ୍କ ଆୟକର ଉପରେ ରିହାତି ମିଳିବ କି ନାହି ତାହା ଟ୍ୟାକ୍ସ ଫ୍ରି ଡିଡକ୍ସନରୁ ସ୍ଥିର ହୋଇଥାଏ।

ଉଦାହରଣ ସ୍ୱରୂପ ଆପଣଙ୍କ ଗ୍ରସ ଟୋଟାଲ ଇନକମ୍ ହେଉଛି ୩ ଲକ୍ଷ ୨୫ ହଜାର। ଆପଣ ବିଭିନ୍ନ ପ୍ରକାର ଟ୍ୟାକ୍ସ ଫ୍ରି ଡିଡକ୍ସନ ବାବଦରେ ୧ ଲକ୍ଷ ଟଙ୍କାର ଆୟ ଉପରେ ଟ୍ୟାକ୍ସ ରିହାତି ପାଇଲେ। ଅବଶିଷ୍ଟ ୨ ଲକ୍ଷ ୨୫ ହଜାର ଟଙ୍କା ଆୟକର ଦେବାର ନିର୍ଦ୍ଧରିତ ପରିମାଣ (୨.୫ ଲକ୍ଷ)ରୁ କମ୍ ହୋଇଥିବାରୁ ଆପଣଙ୍କୁ ଟ୍ୟାକ୍ସ ଲାଗି ନ ଥାଏ। କିନ୍ତୁ କ୍ଷେତ୍ରରେ ଆପଣଙ୍କ ଗ୍ରସ ଟୋଟାଲ ଇନକମ ଯେହେତୁ ଆୟକର ଦେବାର ନିର୍ଦ୍ଧରିତ ପରିମାଣ (୨.୫ ଲକ୍ଷ)ରୁ ଅଧିକ ତେଣୁ ଆପଣ ଆୟକର ଦେବା ଆବଶ୍ୟକ।

tax return

ବାର୍ଷିକ . ଲକ୍ଷରୁ କମ୍ ଆୟ ଉପରେ କିପରି କଟେ ଟ୍ୟାକ୍ସ:

ଇନକମ୍ ଟ୍ୟାକ୍ସ ରିଫଣ୍ଡ ପାଇଁ କଟିଥାଏ ଟ୍ୟାକ୍ସ

ଟିଡିଏସ, ଆଡଭାନ୍ସ ଟ୍ୟାକ୍ସ ଓ ସେଲ୍ଫ ଆସେସମେଣ୍ଟ ଟ୍ୟାକ୍ସ ଆଦି ବାବଦରେ ଯଦି ଆପଣ କୌଣସି କାରଣରୁ ଅଧିକ ଟଙ୍କା ଦେଇଛନ୍ତି, ତେବେ ଏ କ୍ଷେତ୍ରରେ ତାହା ରିଫଣ୍ଡ ପାଇବା ପାଇଁ ଇନକମ ଟ୍ୟାକ୍ସ କଟିଥାଏ। ଉଦାହରଣ ସ୍ୱରୂପ ଆପଣ ଚାକିରି କରିଥିବା କମ୍ପାନୀ ଆପଣଙ୍କ ଟିଡିଏସ ବାବଦରେ ଅଧିକ ଟଙ୍କା କାଟି ଦେଇଛି ଏବଂ ଏ କ୍ଷେତ୍ରରେ ଆପଣଙ୍କ ଗ୍ରସ୍ ଟୋଟାଲ ଇନକମ୍ ମଧ୍ୟ ଆୟକର ଦେବାର ନିର୍ଦ୍ଧରିତ ପରିମାଣ (୨.୫ ଲକ୍ଷ)ରୁ କମ ରହିଛି। ତେବେ ମଧ୍ୟ ଆପଣ ଟିଡିଏସ ରିଟର୍ନ ଫାଇଲ କରିବା ବେଳେ ଟ୍ୟାକ୍ସ କଟିଥାଏ।

ସେହିପରି ଯଦି ଆପଣ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରିବେ, ତେବେ ବ୍ୟାଙ୍କ ଆପଣଙ୍କ ସୁଧ ଉପରେ ଟିଡିଏସ୍ କାଟିଥାଏ। ଏ କ୍ଷେତ୍ରରେ ଆପଣଙ୍କ ଗ୍ରସ ଟୋଟାଲ ଇନକମ ଆୟକର ଦେବା ଯୋଗ୍ୟ ହୋଇ ନ ଥିଲେ ମଧ୍ୟ ଆପଣ ରିଟର୍ନ ଫାଇଲ କଲେ ଟ୍ୟାକ୍ସ କଟିଥାଏ। ସେହିପରି ଯଦି ଆପଣ ଆଡଭାନ୍ସ ଟ୍ୟାକ୍ସ ଦେଇଛନ୍ତି ବା ସେଲ୍‌ଫ ଆସେସମେଣ୍ଟ ଟ୍ୟାକ୍ସରେ ଭୁଲ୍ ବସତଃ ଅଧିକ ଟଙ୍କା ଦେଇଦେଇଛନ୍ତି, ଏ  କ୍ଷେତ୍ରରେ ଆପଣଙ୍କ ଗ୍ରସ ଟୋଟାଲ ଇନକମ୍ କମ୍ ଥିଲେ ମଧ୍ୟ ଆପଣ ତାହା ରିଟର୍ନ ପାଇବା ପାଇଁ ଟ୍ୟାକ୍ସ ଦେବାକୁ ପଡିଥାଏ।

tax

ବିଦେଶରେ ସମ୍ପତ୍ତି ଥିଲେ କଟିଥାଏ ଟ୍ୟାକ୍ସ

ଯଦି ଆପଣ ଭାରତୀୟ ନାଗରିକ ଓ ଭାରତ ବାହାରେ କୌଣସି ଦେଶରେ ଆପଣଙ୍କର ସମ୍ପତ୍ତି ରହିଛି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଆୟକର ଆଇନ ଅନୁଯାୟୀ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ସାଧାରଣତଃ ଆପଣଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ଥିଲେ ଆପଣଙ୍କୁ ଆୟକର ଦେବାକୁ ପଡ଼ିନଥାଏ। ତେବେ ମଧ୍ୟ ଆପଣ ଆୟକର ଦେବା ଆବଶ୍ୟକ। କାରଣ ଏ କ୍ଷେତ୍ରରେ ଆୟକର ଦେବା ବାଧ୍ୟବାଧକତା ନ ହେଲେ ମଧ୍ୟ ଏହା ଆପଣଙ୍କ ଅଧିକାର। ଏଥିରେ ଆପଣଙ୍କୁ ଅନେକ ଫାଇଦା ମିଳିଥାଏ। ବିଶେଷକରି କୌଣସି ପ୍ରକାର ବ୍ୟାଙ୍କ ଋଣ ପାଇବାରେ, ବିଦେଶ ଗସ୍ତ ନିମନ୍ତେ ଭିସା ଓ ପାସପୋର୍ଟ ପାଇବାରେ ଓ ଟିଡିଏସ୍ ରିଫଣ୍ଡ ପାଇଁ ଆୟକର ଦାଖଲ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ।