ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ – ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ?

  • ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା
  • ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ
  • ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍ ଏକ ଭଲ ନିବେଶ
  • ୬୦ ବର୍ଷ ବୟସରେ ଏନପିଏସ ନିବେଶ ମ୍ୟାଚୁର ହୋଇଥାଏ, ୭୦ ବର୍ଷ ପର୍ଯ୍ୟନ୍ତ ଜଣେ ନିବେଶ କରିପାରିବେ

ପର୍ଯ୍ୟାପ୍ତ ରିଟାୟରମେଣ୍ଟ୍ ଫଣ୍ଡ ସୃଷ୍ଟି କରିବାକୁ ଲମ୍ବା ଅବଧୀ ଆପ୍ରୋଚ ସହ ବୁଦ୍ଧିମତା ଓ ଅନୁଶାସନର ସହ ନିବେଶ କରିବାକୁ ପଡିଥାଏ। ଯେତେବେଳେ ରିଟାୟରମେଣ୍ଟ୍ ପ୍ଲାନିଂ କଥା ଉଠେ ସେତେବେଳେ ଦୁଇଟି ସର୍ବାଧିକ ପରିଚିଚ ନିବେଶ ପ୍ଲାନ୍ ପିପିଏଫ୍ ଓ ଏନପିଏସ ଚର୍ଚ୍ଚା ଭିତରକୁ ଆସନ୍ତି। ଏହି ଦୁଇଟି ଫଣ୍ଡ୍ ମଧ୍ୟରୁ କେଉଁଟି ଭଲ? ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଏହି ନିବନ୍ଧ।

  • ପିପିଏଫର ବିଶେଷତା ଓ ଫାଇଦା

ପ୍ରତିବର୍ଷ ସର୍ବନିମ୍ନ ୫୦୦ ଟଙ୍କାରୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଡିପୋଜିଟ୍ କରିପାରିବେ। ଯେଉଁଥିରୁ ପ୍ରାୟ ୮ ପ୍ରତିଶତ ସୁଧ ମିଳିଥାଏ। ପ୍ରତିବର୍ଷ ସୁଧ ମୁଳଧନରେ ଯୋଡିହୋଇଥାଏ। ଏହି ସ୍କିମ ଅନ୍ତର୍ଗତରେ ଇଇଇ ଟ୍ୟାକ୍ସ ରିହାତି ମିଳିଥାଏ। ପିପିଏଫରେ କରାଯାଇଥିବା ନିବେଶ ଉପରେ ଆୟକର ଧାରା  ୮୦ସି ଅନ୍ତର୍ଗତରେ ଟ୍ୟାକ୍ସ ରିବେଟ୍ ମିଳିଥାଏ। ଏହା ଏକ ଡେବ୍ଟ ପ୍ରଡକ୍ଟ।

Public Provident Fund

  • କେବେ ମ୍ୟାଚୁର ହୋଇଥାଏ PPF?

୧୫ ବର୍ଷ ପୁରା ହେବା ପରେ ଆପଣ ଚାହିଁଲେ ଖାତା ବନ୍ଦ କରିପାରିବେ। କିନ୍ତୁ ଯଦି ଆପଣ ଚାହିଁବେ ତେବେ ଆକାଉଣ୍ଟକୁ ଆଉ ୫ ବର୍ଷ ଅଧିକ ଚଳାଇ ପାରିବେ। ଏଥିଲାଗି ଆପଣଙ୍କୁ ଫର୍ମ ଏଚ୍ ପୁରଣ କରିବାକୁ ପଡିବ।

income tax return

  • ପିପିଏଫରେ ରିଟର୍ଣ୍ଣର ଗ୍ୟାରେଣ୍ଟି କ’ଣ?

ଆର୍ଥିକ ଆବଶ୍ୟକତା ପଡିଲେ ପିପିଏଫ୍ ନିବେଶ ବଦଳରେ ରୁଣ ନେଇ ପାରିବେ। ପ୍ରତି ତିନି ମାସରେ ସରକାର ପିପିଏଫ୍ ସୁଧହାର ସମୀକ୍ଷା କରିଥାନ୍ତି। ବର୍ତମାନ ଏଥିରେ ପାଖାପାଖି ୮ ପ୍ରତିଶତ (୭.୯) ସୁଧ ମିଳୁଛି। ପିପିଏଫରେ ନିବେଶ କେବଳ ଟ୍ୟାକ୍ସ ବଂଚାଇ ନଥାଏ,ଅଧିକନ୍ତୁ ଏଥିରୁ ସ୍ଥାୟୀ ଆୟ ମଧ୍ୟ ଆସିଥାଏ। ୧୫ ବର୍ଷର ଲକ୍ ଇନ୍ ପିରିୟଡ୍ ସହ ଏହା ରିସ୍କ ଫ୍ରି ନିବେଶ।  ପ୍ରତିବର୍ଷ ସୁଧ ମୁଳଧନରେ ଯୋଡିହୋଇଥାଏ। ପିପିଏଫରେ କରାଯାଇଥିବା ନିବେଶ ଉପରେ ଆୟକର ଧାରା ୮୦ସି ଅନ୍ତର୍ଗତରେ ଟ୍ୟାକ୍ସ ରିବେଟ୍ ମିଳିଥାଏ। ମ୍ୟାଚୁରିଟି କାଳରେ ସୁଧ ମୁଳ ଟଙ୍କା ଉଠାଇଲେ ମଧ୍ୟ ଏହା ଉପରେ କୌଣସି ଟ୍ୟାକ୍ସ ଲାଗିନଥାଏ।

  • NPS ବିଶେଷତା କ’ଣ?

ଅନ୍ୟପକ୍ଷରେ ନ୍ୟାସନାଲ ପେନସନ୍ ସ୍କିମରେ ପ୍ରତିବର୍ଷ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରାଯାଇପାରିବ। ଏଥିରେ ନିବେଶର କୌଣସି ସର୍ବାଧିକ ସୀମା ନାହିଁ। ଏହା ଏକ ହାଇବ୍ରିଡ୍ ନିବେଶ ପ୍ଲାନ୍। ଏଥିରେ ନିବେଶକ ନିଜ ମର୍ଜିର ଡେବ୍ଟ୍ କିମ୍ବା ଇକ୍ୱିଟି ଫଣ୍ଡରେ ନିବେଶ କରିଥାନ୍ତି।

NPS

  • NPS ମ୍ୟାଚୁରିଟି ଅବଧି କ’ଣ?

ନିବେଶକଙ୍କୁ ୬୦ ବର୍ଷ ହେଲେ ଏନପିଏସ୍ ମ୍ୟାଚୁର ହୋଇଥାଏ। ତେବେ ନିବେଶକ ଚାହିଁଲେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିପାରିବେ। ମ୍ୟାଚୁରିଟି ସମୟରେ ଆପଣ ଏକାଥରେ ସମ୍ପୂର୍ଣ୍ଣ ଫଣ୍ଡର ୬୦ ପ୍ରତିଶତ ଉଠାଇ ପାରିବେ। ବାକି ୪୦ ପ୍ରତିଶତ ଫଣ୍ଡକୁ ଏକ ଏନ୍ୟୁଟି ପ୍ଲାନରେ ନିବେଶ କରିବାକୁ ପଡେ, ଯେମିତିକି ଏଥିରୁ ପେନସନ ମିଳିବ। ମ୍ୟାଚୁରିଟି ସମୟରେ ମିଳିଥିବା ୬୦ ପ୍ରତିଶତ ଫଣ୍ଡ୍ ଅର୍ଥ ଟାକ୍ସ ଫ୍ରି ହୋଇଥାଏ। ଅନ୍ୟପକ୍ଷରେ ୪୦ ପ୍ରତିଶତ ଏନ୍ୟୁଟି ନିବେଶ ଉପରେ ମିଳିବାକୁ ଥିବା ରିଟର୍ଣ୍ଣ ଉପରେ ଯେଉଁ ବର୍ଷ ରିଟର୍ଣ୍ଣ ମିଳିବ ସେହି ବର୍ଷର ଟାକ୍ସ ସ୍ଲାବ୍ ଆଧାରରେ ଟାକ୍ସ ଦେବାକୁ ପଡିବ।

  • ମ୍ୟାଚୁରିଟି ପୂର୍ବରୁ ଏନପିଏସରୁ ଅର୍ଥ ଉଠାଯାଇପାରିବ କି ?

କିଛି ପ୍ରତିବନ୍ଧ ସହ ସମୟ ପୂର୍ବରୁ ଏନପିଏସ ଫଣ୍ଡରୁ ଟଙ୍କା ଉଠାଇ ହେବ। ଉଦାହରଣ ସ୍ୱରୁପ ଜମା ହୋଇସାରିଥିବା ପେନସନ୍ ଫଣ୍ଡର ଅତିକମରେ ୮୦ ପ୍ରତିଶତ ଅଂଶ ଏକ ଏନ୍ୟୁଟି କିଣିବା ପାଇଁ ବ୍ୟବହାର କରିବାକୁ ପଡେ ଏବଂ ଏକାଥରକେ ୨୦ ପ୍ରତିଶତରୁ ଅଧିକ ରାଶି ଉଠା ଯାଇପାରିବ ନାହିଁ। କେବଳ ବେସରକାରୀ କର୍ମଚାରୀ ଯଦି ଏନପିଏସରେ ୧୦ ବର୍ଷ ପୁରଣ ହୋଇସାରିଛି ତେବେ ସମୟ ପୂର୍ବରୁ  ଅର୍ଥ ଉଠାଇପାରିବେ। ଆୟକର ଆଇନ ୮୦ ସି କ୍ରମରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ମିଳିପାରିବ। ଏହାଛଡା ସେକ୍ସନ ୮୦ସିସିଡି(୧ବି) ଅନୁସାରେ ୫୦ ହଜାର ଟଙ୍କାର ଅଲଗା ଟ୍ୟାକ୍ସ ରିହାତି ମିଳିଥାଏ।

  • PPF ଓ NPS ମଧ୍ୟରୁ ଗୋଟିଏ ବାଛିବା ବେଳେ କଣ ସବୁ ଧ୍ୟାନରେ ରଖିବେ?

ନିଜ ରିଟାୟରମେଣ୍ଟ ପାଇଁ ନିବେଶ କରିବା ସମୟରେ ଲିକ୍ୱିଡିଟି ରିଟର୍ଣ୍ଣ, ଟ୍ୟାକ୍ସ ରିହାତି,ଲୋନ୍ ସୁବିଧା ଏବଂ ଉପଯୁକ୍ତ ନିବେଶ ପ୍ରଡକ୍ଟ ଚୟନ କରିବାର ନମନୀୟତା ଭଳି କାରକକୁ ଦୃଷ୍ଟିରେ ରଖନ୍ତୁ। ଯେହେତୁ ଏନପିଏସ୍ ମାର୍କେଟ୍ ଲିଙ୍କଡ୍ ପ୍ରଡକ୍ଟ ତେଣୁ ଏଥିରୁ ପିପିଏଫ୍ ତୁଳନାରେ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଯଦି ଆପଣ ଗୋଟିଏ ଏନ୍ୟୁଟି ପ୍ଲାନରେ ନିବେଶ କରିବାକୁ ଚାହାନ୍ତି ନାହିଁ ତେବେ ଆପଣଙ୍କୁ ଏନପିଏସ ପସନ୍ଦ ଆସିନପାରେ। ଅନ୍ୟପକ୍ଷରେ ପିପିଏଫ୍ ଏଭଳି ନିବେଶକଙ୍କ ପାଇଁ ଭଲ ଯେଉଁମାନେ ଅଧିକ ରିସ୍କ ନେବାକୁ ଚାହାନ୍ତି ନାହିଁ। ପିପିଏଫ୍ ସେଇଭଳି ନିବେଶକଙ୍କ ପାଇଁ ଯେଉଁମାନେ କମ ରିଟର୍ଣ୍ଣରେ ସନ୍ତୁଷ୍ଟ ରୁହନ୍ତି। ଏନପିଏସ ନିବେଶକ ଟିକେ ଅଧିକ ରିସ୍କ ନେଇ ଅଧିକ ରିଟର୍ଣ୍ଣ ଚାହାନ୍ତି। ପିପିଏଫ୍ ବଦଳରେ ଆପଣ ଲୋନ୍ ପାଇ ପାରିବେ କିନ୍ତୁ ଏନପିଏସ ବଦଳରେ ଲୋନ୍ ମିଳିବ ନାହିଁ। ତେଣୁ ପିପିଏଫ୍ ଆପଣଙ୍କୁ ଅଧିକ ଲିକ୍ୱଡିଟି ଦେଇଥାଏ।

  • କେବଳ ଏନପିଏସ କିମ୍ବା ପିପିଏଫ୍ ଭରସାରେ ରୁହନ୍ତୁ ନାହିଁ

ରିଟାୟରମେଣ୍ଟ୍ ଫଣ୍ଡ ପାଇଁ ଆପଣଙ୍କୁ ଏହି ଦୁଇଟି ବିକଳ୍ପ ବାଦ ଇକ୍ୱିଟି ଏବଂ ଡେବ୍ଟ ମ୍ୟୁଚୁଆଲ ଫଣ୍ଡ୍,ଫିକ୍ସଡ୍ ଡିପୋଜିଟ୍ ତଥା ରିୟଲ ଇଷ୍ଟେଟରେ ମଧ୍ୟ ନିବେଶ କରିବାକୁ ପଡିବ।