ଲମ୍ବା ଅବଧିରେ ହିଁ ଏସ୍‌ଆଇପି ଜରିଆରେ ନିବେଶ ଦେଇଥାଏ ଲାଭ, ତେଣୁ ଅଳ୍ପଦିନରେ ବନ୍ଦ କରନ୍ତୁ ନାହିଁ ନିବେଶ।

ଆପଣ ଏସ୍‌ଆଇପି ଜରିଆରେ ନିବେଶ କରୁଛନ୍ତି। ନିୟମିତ ନିବେଶର ଏହା ଗୋଟିଏ ଭଲ ଅଭ୍ୟାସ। ତେବେ ଯଦି ଏକରୁ ଦୁଇ ବର୍ଷ ଭିତରେ ସିପ ଖରାପ ପ୍ରଦର୍ଶନ କରେ ତେବେ କଣ କରିବେ? ସବୁ ନିବେଶକାରୀ କେବେ ନା କେବେ ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି। ଆପଣ ମଧ୍ୟ କେବେ ଏଭଳି ପ୍ରଶ୍ନର ସମ୍ମୁଖୀନ ହେବେ। ତେବେ ଏଭଳି ପରିସ୍ଥିତିରେ କଣ କରିବେ, ଯଦି ଆପଣଙ୍କ ଏସ୍‌ଆଇପି ମନମୁତାବକ ରିଟର୍ଣ୍ଣ ଦେଉନି।

SIP

ଆସନ୍ତୁ ଗୋଟିଏ ଉଦାହରଣ ଦ୍ୱାରା ଏହି ପ୍ରଶ୍ନର ଉତ୍ତର ଖୋଜିବା। ଧରି ନିଅନ୍ତୁ ଆପଣଙ୍କ ବୟସ ୪୦। ଆପଣ ଗୋଟିଏ ଭଲ ଚାକିରି କରିଛନ୍ତି। ଗଲା ୫ ବର୍ଷ ହେବ ଆପଣ ଏସ୍‌ଆଇପି ଜରିଆରେ ନିବେଶ କରୁଛନ୍ତି। ୬ଟି ଇକ୍ୱିଟି ଫଣ୍ଡ୍‌ର ଡାଇରେକ୍ଟ ପ୍ଲାନରେ ଆପଣ ୨୦,୦୦୦-୨୦,୦୦୦ ନିବେଶ କରୁଛନ୍ତି। ଏଥିରେ ଆଇସିଆଇ ପ୍ରୁଡେନସିଆଲ ବ୍ଲୁଚିପ୍ ଓ ଭାଲ୍ୟୁ ଡିସ୍କଭରି ଫଣ୍ଡ୍, ଏଚଡିଏଫସି ମିଡ୍ କ୍ୟାପ୍ ଅପର୍ଚ୍ୟୁନିଟି ଫଣ୍ଡ୍, ଏଚଡିଏଫସି ହାଇବ୍ରିଡ୍ ଇକ୍ୱିଟି ଫଣ୍ଡ୍, ଏବିଏସଏଲ ଫ୍ରଣ୍ଟ୍ ଲାଇନ୍ ଇକ୍ୱିଟି ଫଣ୍ଡ୍ ଓ ଏବିଏସଏଲ ଇକ୍ୱିଟି ଫଣ୍ଡ୍ ସାମିଲ ଅଛି।

ଏହି ୬ ଫଣ୍ଡରେ ଆପଣଙ୍କ ମୋଟ କର୍ପସ ହେଉଛି ପାଖାପାଖି ୯୦ ଲକ୍ଷ ଟଙ୍କା। ନିକଟରେ  ଆଇସିଆଇସିଆଇ ଭାଲ୍ୟୁ ଡିସ୍କଭରି, ଏଚଡିଏଫସି ମିଡ୍ କ୍ୟାପ୍ ଓ ଏବିଏସଏଲ ତଳକୁ ଖସି ଫ୍ରଣ୍ଟ୍ ଲାଇନ୍ ଭାଲ୍ୟୁ ରିସର୍ଚ୍ଚର ୩ ଷ୍ଟାର ରେଟିଂରେ ପହଞ୍ଚିଛି।

investment

ଏବେ ଆପଣ କରିବେ?

ରେଟିଂ କମିବା କାରଣରୁ ଆପଣଙ୍କ ପକ୍ଷରେ ଏହି ସ୍କିମରୁ ବାହାରିଯିବା ଠିକ୍ ହେବ କି ? ନା ନିବେଶ ଜାରି ରଖିବା ବୁଦ୍ଧିମାନର କାମ ହେବ? ଏହି ସ୍କିମ ସବୁରେ ଏସ୍‌ଆଇପି ନିବେଶ ବନ୍ଦ କରି ଆପଣଙ୍କ ପକ୍ଷରେ ମିରାଏ ଆସେଟ୍ ଏମର୍ଜିଂ ବ୍ଲୁ ଚିପ୍ ଫଣ୍ଡ୍‌ରେ ଏସ୍‌ଆଇପି ଆରମ୍ଭ କରିବା ଠିକ୍ ହେବ କି? ଯଦି ଆପଣ ଆଗକୁ ଆଉ ୨ରୁ ୩ ବର୍ଷ ଏସ୍‌ଆଇପି ଜରିଆରେ ନିବେଶ କରିବାର ଲକ୍ଷ୍ୟ ନିର୍ଧାରଣ କରିଛନ୍ତି ତେବେ କଣ କରିବେ ?

ଏସ୍ଆଇପି ପୁଞ୍ଜି ବଢ଼ାଇବାର ଭଲ ଉପାୟ

ଏସ୍‌ଆଇପି ଜରିଆରେ ଆପଣଙ୍କ ନିବେଶର ମୁଳ ଲକ୍ଷ୍ୟ ହେଉଛି ଆସନ୍ତା ୧୦ ବର୍ଷ ମଧ୍ୟରେ ରିଟାୟରମେଣ୍ଟ ଫଣ୍ଡ୍ ପାଇଁ ତିନି କୋଟି ଟଙ୍କା ଯୋଗାଡ କରିବା। ଏମିତିରେ ଏସ୍‌ଆଇପି ହେଉଛି ପୁଞ୍ଜି ବଢାଇବାର ଭଲ ଉପାୟ। ଲମ୍ବା ଅବଧି ଦୃଷ୍ଟିରୁ ଇକ୍ୱିଟି ଗୋଟିଏ ଭଲ ନିବେଶ ବିକଳ୍ପ। ତେଣୁ ଗୋଟିଏ ବର୍ଷ କିମ୍ବା ଦୁଇ ବର୍ଷର ପ୍ରଦର୍ଶନ ଆଧାରରେ ଏସ୍‌ଆଇପି ବନ୍ଦ କରିବା ଭୁଲ। ଏଥିପାଇଁ ଆପଣଙ୍କୁ ୩ରୁ ୪ ବର୍ଷ ସମୟ ଦେବାକୁ ପଡ଼ିବ।

ନିବେଶ ପାଇଁ ଷ୍ଟାର ରେଟିଂ ଏକମାତ୍ର ଗାଇଡ୍ ଲାଇନ୍ ନୁହେଁ

ମନେ ରଖନ୍ତୁ ନିବେଶ ପାଇଁ ଷ୍ଟାର ରେଟିଂ ଏକମାତ୍ର ଗାଇଡ୍ ଲାଇନ୍ସ ନୁହେଁ। କାରଣ ଏହା ପୁରୁଣା ରିଟର୍ଣ୍ଣ ଅଧାରରେ ଦିଆଯାଇଥାଏ। ତେଣୁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ, ୫ ଷ୍ଟାର ରେଟିଂ ବାଲା ସ୍କିମ୍ ଭବିଷ୍ୟତରେ ମଧ୍ୟ ଭଲ ରିଟର୍ଣ୍ଣ ଦେବ। ଏଭଳି ଷ୍ଚାର ରେଟିଂ କିମ୍ବା ପୁରୁଣା ପ୍ରଦର୍ଶନ ପଛରେ ଦୌଡ଼ିବା ଠିକ୍ ନୁହେଁ।

ଫଣ୍ଡ୍ ଆପଣଙ୍କ ପୋର୍ଟଫୋଲିଓ ସହ ଫିଟ୍ କି?

ଆପଣଙ୍କୁ ସେହି ଫଣ୍ଡ୍ ସବୁକୁ ବାଛିବାକୁ ପଡିବ ଯାହାର ୩-୫ ବର୍ଷର ରିଟର୍ଣ୍ଣ ସେମାନଙ୍କ ଇଣ୍ଡେକ୍ସଠାରୁ ଭଲ ହୋଇଥିବ। ଯଦି ଏମିତି ନୁହେଁ ତେବେ ଅନ୍ତିମ ନିଷ୍ପତି ନେବା ପୂର୍ବରୁ ଗୋଟିଏରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ନିଜ ଅନ୍ତିମ ଲକ୍ଷରେ ପହଞ୍ଚିବା ପାଇଁ (୩ କୋଟି) ଆପଣଙ୍କୁ ପ୍ରାୟ ୧୦ ପ୍ରତିଶତର ରିଟର୍ଣ୍ଣ ଆବଶ୍ୟକ।

ଯଦି ଆପଣଙ୍କ ପୋର୍ଟଫୋଲିଓର ମୋଟ୍ ରିଟର୍ଣ୍ଣ ଏହା ସହ ସମାନ (୧୦ ପ୍ରତିଶତ) କିମ୍ବା ଏହାଠାରୁ ଅଧିକ ତେବେ ସ୍କିମ୍ ବଦଳାନ୍ତୁ ନାହିଁ।