୨୦୨୦-୨୧ ଆର୍ଥିକ ବଜେଟ୍‌ରେ ରାଜ୍ୟ ସରକାର ସ୍ଵାସ୍ଥ୍ୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏନେଇ ଅର୍ଥମନ୍ତ୍ରୀ ସ୍ଵାସ୍ଥ୍ୟ ବାବଦକୁ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ବିଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକା ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ପରିବାର ପିଛା ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ଯୋଗାଇ ଦିଆଯିବ। ଏନେଇ ୧ ହଜାର ଶହେ ୮କୋଟି ଟଙ୍କା ବ୍ୟୟବରାଦ ହୋଇଛି।

– ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ଅଧିନରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇ ଦେବା ପାଇଁ ୫ ଶହ ୭୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

– ସ୍ଵାସ୍ଥ୍ୟସେବା, ଆମ୍ଵୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧିନରେ ୧ହଜାର ୬ଶହ ୫୨କୋଟି ଟଙ୍କା ବ୍ୟୟବରାଦ ହୋଇଛି।

– ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ବିଶ୍ଵସ୍ତରୀୟ କରିବା ପାଇଁ ଆଗାମୀ ୨ବରଷ ମଧ୍ୟରେ ୧ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯିବ।

– ନିର୍ମଳ ଯୋଜନାରେ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାମାନର ଉନ୍ନତି, ଲଣ୍ଡ୍ରି, ସୁରକ୍ଷା, ଉଦ୍ୟାନ ଓ ଲିପ୍ଟ ସେବା ପାଇଁ ୩୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

– ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା, ସୁନ୍ଦରଗଡ଼, ତାଳଚେର ଓ କନ୍ଧମାଳଠାରେ ୭ଟି ନୂତନ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

– ଭୁବନେଶ୍ଵର ଓ ଅନୁଗୁଳରେ ଥିବା ESI ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ୨୨୦ ଡାକ୍ତର ଓ ସହକାରୀ ସ୍ଵାସ୍ଥ୍ୟ କର୍ମୀ ପଦବୀ ସୃଷ୍ଟି ଓ ରାଜ୍ୟ କର୍ମଚାରୀ ବୀମା ପାଇଁ ୪୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।