ମୋ’ ସ୍କୁଲକୁ  ୪୦ କୋଟି, ମୋ’ କଲେଜକୁ ୨୦ କୋଟି।

ଓଡ଼ିଶା ବଜେଟ୍‌-୨୦୨୦-୨୧ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୋ’ ସ୍କୁଲ ଏବଂ ମୋ’ କଲେଜ ପାଇଁ ସରକାର ନିଜ ପେଡ଼ି ଖୋଲିଦେଇଛନ୍ତି।

-ଶିକ୍ଷା ଅଭିଯାନ ପାଇଁ ୩ ହଜାର ୧୫୭ କୋଟି

-ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି

-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି

-ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଲ୍‌ପିଜି ସଂଯୋଗ ପାଇଁ ୮ କୋଟି

-ମୋ’ ସ୍କୁଲ ଅଭିଯାନ ପାଇଁ ୪୦ କୋଟି

-ମୋ’ କଲେଜ ଅଭିଯାନ ଲାଗି କର୍ପସ ପାଣ୍ଠି ପାଇଁ ୧୦ କୋଟି

-ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି

-ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ବୃତ୍ତି ପାଇଁ ୧୪୨୫ କୋଟି

-ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ୧୩୦ କୋଟି

-ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୨୨୦ କୋଟି

-ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଯାନ୍ତ୍ରିକ ମହାବିଦ୍ୟାଳୟର ବିକାଶ ଲାଗି ୧୯୯ କୋଟି