ଟ୍ୟାକ୍ସ ସଞ୍ଚୟ ସହ ଲମ୍ବା ଅବଧି ନିବେଶକାରୀଙ୍କ ପାଇଁ ଟ୍ୟାକ୍ସ ଫ୍ରି ବଣ୍ଡ୍ ସତରେ କର ମୁକ୍ତ ପ୍ରଡକ୍ଟ ହୋଇଥାଏ

ଧନି ନିବେଶକ ଏବେ ଟ୍ୟାକ୍ସ ଫ୍ରି ବଣ୍ଡରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି। ସରକାରୀ କଂପାନିଙ୍କ ଟ୍ୟାକ୍ସ ଫ୍ରି ବଣ୍ଡ୍‌ର ଲୋକପ୍ରିୟତା ସେହି ଧନି ନିବେଶକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଯେଉଁମାନେ କର ସଞ୍ଚୟ ସହିତ ଲମ୍ବା ଅବଧିର ନିବେଶ କରିବାକୁ ଚାହୁଁଛନ୍ତି।

ଟ୍ୟାକ୍ସ ଫ୍ରି ବଣ୍ଡ୍ ଅସଲରେ ଟ୍ୟାକ୍ସ ଫ୍ରି ଇନଷ୍ଟ୍ରୁମେଣ୍ଟ୍

ବିଶେଷଜ୍ଞଙ୍କ କହିବା ହେଉଛି, କେବଳ ଟ୍ୟାକ୍ସ ଫ୍ରି ବଣ୍ଡ୍ ପ୍ରକୃତ ଅର୍ଥରେ ଚ୍ୟାକ୍ସ ଫ୍ରି ଇନଷ୍ଟ୍ରୁମେଣ୍ଟ ହୋଇଥାଏ। ଏହା ମ୍ୟାଚୁରିଟି(ପରିପକ୍ୱତା) ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ରହିଥାଏ। କାରଣ ସଂସଦ ଏହାକୁ ମଞ୍ଜୁରି ଦେଇଥାଏ। ବଜେଟ୍ ପରେ ଏଭଳି ବଣ୍ଡରେ ନିବେଶ ପାଇଁ ଆଗ୍ରହ ବଢ଼ିଛି। କାରଣ ବଜେଟରେ ପ୍ରିଫରେନ୍ସ ସେୟାର ଉପରେ ମିଳିବାକୁ ଥିବା ଡିଭିଡେଣ୍ଡ୍ ଉପରେ କରଦାତାଙ୍କୁ ଆୟକର ସ୍ଲାବ୍ ଅନୁସାରେ କର ଦେବାକୁ ପଡ଼ିବ।

ଧନି ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ କଣ ପାଇଁ?

ଆୟକର ଫ୍ରି ହେବା କାରଣରୁ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଳି ସର୍ବୋଚ୍ଚ କରଜଦାତ୍ତାଙ୍କ ଦିଆଯାଉଥିବା ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧ ଠାରୁ ଅଧିକ ସୁଧ ମିଳୁଥିବାରୁ ଧନି ନିବେଶକ ଟ୍ୟାକ୍ସ ଫ୍ରି ବଣ୍ଡ୍ ପ୍ରତି ଆକୃଷ୍ଟ ହେଉଛନ୍ତି। ଏନ୍‌ଏଚ୍‌ଏଆଇ, ପିଏଫ୍‌ସି, ଆର୍‌ଇସି, ଆଇଆଇଏଫ୍‌ସିଏଲ୍‌ ଓ Hudcoର ଟ୍ୟାକ୍ସ ଫ୍ରି ବଣ୍ଡ୍ ‘AAA’ ରେଟିଂ ପ୍ରାପ୍ତ  ତଥା ଏମାନଙ୍କ ଉପରେ ୫.୫୫-୫.୭୫% ର ଟ୍ୟାକ୍ସ ଫ୍ରି ଲାଭ ଦେଇଥାନ୍ତି, ଯାହା ପ୍ରି ଟ୍ୟାକ୍ସ ଆଧାରରେ ଜାତୀୟକରଣ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ୨୨୦-୩୭୮ ପଏଣ୍ଟ୍ ଅଧିକ।

ସେକେଣ୍ଡାରି ମାର୍କେଟରେ ମିଳେ ଏହି ସବୁ ବଣ୍ଡ୍

ସେକେଣ୍ଡାର ମାର୍କେଟରେ ଏହି ସବୁ ବଣ୍ଡ୍ ମିଳିଥାଏ।ଯେଉଁଠାରୁ ଆପଣ ଏହାକୁ କିଣି ପାରିବେ। କାରଣ ୨୦୧୬ ପରଠାରୁ ସରକାର ଏଭଳି ବଣ୍ଡ୍ ଜାରି କରି ନାହାନ୍ତି। ଡେଟ୍ ଡିଲର୍ସ ୧୦ ଲକ୍ଷ ଟଙ୍କାର ଲଟ୍ ହିସାବରେ ଏଭଳି ବଣ୍ଡ୍ ବିକ୍ରି କରୁଛନ୍ତି। ଯେଉଁମାନେ ୩୦ ପ୍ରତିଶତ ଟ୍ୟାକ୍ସ ବ୍ରାକେଟ୍ ଭିତରେ ଆସିଥାନ୍ତି ସେମାନେ ଏଭଳି ବଣ୍ଡ୍ ଅଧିକ କିଣୁଥିବା ଜଣା ପଡ଼ିଛି।

ବ୍ୟାଙ୍କ ଡିପୋଜିଟ୍‌ଠାରୁ ଅଧିକ ରିଟର୍ଣ୍ଣ

ବ୍ୟାଙ୍କ ଡିପୋଜିଟ୍‌ଠାରୁ ୨୦୦ରୁ ୩୦୦ ବେସିସ୍ ପଏଣ୍ଟ୍ ଅଧିକା ଆୟ କରିବା କ୍ଷମତା, କୌଣସି ପୁଟ୍ କିମ୍ବା କଲ୍ ଅପସନ୍ ନଥିବା କାରଣରୁ ଓ AAA ରେଟିଂ କାରଣରୁ ନିବେଶକ ଏଭଳି ବଣ୍ଡ୍ ଆଡକୁ ଆକୃଷ୍ଟ ହେଉଛନ୍ତି।

ଟ୍ୟାକ୍ସ ଫ୍ରି ବଣ୍ଡ୍‌ର ମ୍ୟାଚୁରିଟି ହିସାବରେ ଚୟନ

ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ଟ୍ୟାକ୍ସ ଫ୍ରି ବଣ୍ଡକୁ ପରିପକ୍ୱ ହେବାକୁ ୪ରୁ ୧୪ ବର୍ଷ ଅଛି, ତାକୁ ନିବେଶକ ଅଧିକ କିଣୁଛନ୍ତି। ଯାହାର ଉଦ୍ଦେଶ୍ୟ ହେଉଛି ଲମ୍ବା ଅବଧିର ନିବେଶ। ନିବେଶକ ପୁନଃନିବେଶ କିମ୍ବା ଟ୍ୟାକ୍ସ ପରିବର୍ତ୍ତନର ଚିନ୍ତା ଛାଡି ଏହି ସମୟର ପାଇଁ ଏଥିରେ ନିବେଶ କରିପାରିବେ।