ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ, ପ୍ରଶ୍ନ ପଚାରନ୍ତୁ

ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ ଫଟାଫଟ୍ ମିଳିଯାଇଥାଏ।

ଗୋଲ୍ଡ ଲୋନ୍ ଭାରତୀୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଛି। ଆପଣ ମଧ୍ୟ ଯଦି ଆଗକୁ କେବେ ଏଭଳି ଋଣ ନେଉଛନ୍ତି ତେବେ ଏହି ୫ଟି କଥାକୁ ମନେ ରଖିବେ। ନଚେତ ଅସୁବିଧାରେ ପଡିବେ।

ସୁଧ ହାର ତୁଳନା କରନ୍ତୁ

ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ବାର୍ଷିକ ୮.୮୫ରୁ ୨୯ ପ୍ରତିଶତ ସୁଧରେ ଏଭଳି ଲୋନ୍ ମିଳିଯାଏ। ଏହି ସୁଧ ହାର ଲୋନ୍ ନେଉଥିବା ବ୍ୟକ୍ତିଙ୍କ ରିସ୍କ କ୍ଷମତା ଉପରେ ନିର୍ଭର କରିଥାଏ। ଅନ୍ୟପକ୍ଷରେ ଆରବିଆଇ ଅନୁସାରେ ଏଲଟିଭି ରେଶିଓ ମାନେ ଲୋନ୍ ଟୁ ଭ୍ୟାଲୁ ଅନୁପାତ ସୁନା ମୁଲ୍ୟର ୭୫ ପର୍ଯ୍ୟନ୍ତ ହୋଇପାରିବ। ସୁଧହାର ଏଲଟିଭି ଆଧାରରେ ନିର୍ଦ୍ଧାରିତ ହୋଇଥାଏ।

ଲେଣ୍ଡର ଅର୍ଥାତ କରଜଦାତା ଅଧିକ ଏଲଟିଭି ରେସିଓ ହେଲେ ଗୋଲ୍ଡ ଲୋନ୍ ଉପରେ ଅଧିକ ସୁଧ ନେବାର ଆଶଙ୍କା ରହିଛି। ଏଲଟିଭି ରେସିଓ ଅଧିକ ହେବା ଅର୍ଥ ଲୋନରେ ରିସ୍କ ରହିଛି। ଏମିତିରେ ଅଧିକ ସୁଧରୁ ରକ୍ଷା ପାଇବା ପାଇଁ ଏଭଳି ବ୍ୟାଙ୍କ ଖୋଜନ୍ତୁ ଯିଏ ଅଧିକ ଏଲଟିଭି ରେସିଓରେ କମ ସୁଧ ନେଉଥିବ। କିଛି କରଜଦାତା ଗୋଲ୍ଡ ଲୋନ୍ ଉପରେ ଫିକ୍ସଡ୍ ସୁଧ ନିଅନ୍ତି ଅନ୍ୟକିଛି ବ୍ୟାଙ୍କ ଫ୍ଲୋଟିଂ ସୁଧରେ ଲୋନ୍ ଦିଅନ୍ତି।

gold rate in bhubaneswar

ପ୍ରୋସେସିଂ ଫି’ ତୁଳନା କରନ୍ତୁ

କିଛି କରଜଦାତା ଫ୍ଲାଟ୍ ପ୍ରୋସେସିଂ ଫି’ ଅସୁଲ କରନ୍ତି। ଯାହା ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଅନ୍ୟ କିଛି କରଜଦାତା ଲୋନ୍ ରକମ ଆଧାରରେ ପ୍ରୋସେସିଂ ଫିସ୍ ନିଅନ୍ତି। ଏହା ଲୋନ୍ ଆମାଉଣ୍ଟର ୦.୧୦ ପ୍ରତିଶତରୁ ୨ ପ୍ରତିଶତ ହୋଇଥାଏ। ଅନ୍ୟପକ୍ଷରେ ପୂଜାପର୍ବ ସମୟରେ ଲୋନ୍ ଦେଉଥିବା ସଂସ୍ଥା ପ୍ରୋସେସିଂ ଫି’ ଛାଡ କରିଥାନ୍ତି। ଲୋନ୍ ଆମାଉଣ୍ଟ ଅଧିକ ହୋଇଥିଲେ ପ୍ରୋସେସିଂ ଫି’ ମଧ୍ୟ ଅଧିକ ହୋଇଥାଏ। ତେଣୁ ଲୋନ୍ ନେବା ପୂର୍ବରୁ ଅଲଗା ଅଲଗା ବ୍ୟାଙ୍କର ପ୍ରୋସେସିଂ ଫି’ ମଧ୍ୟରେ ତୁଳନା କରନ୍ତୁ।

ଶୁନ୍ୟ ପ୍ରି-ପେମେଣ୍ଟ ଫି’ ଉପରେ ଧ୍ୟାନ ଦିଅନ୍ତୁ

ଗୋଲ୍ଡ ଲୋନ୍ ମାମଲାରେ ଅଧିକାଂଶ କରଜଦାତା ପ୍ରି ପେମେଣ୍ଟ ଫିସ୍ ଅସୁଲ କରନ୍ତି ନାହିଁ । କିନ୍ତୁ କିଛି କରଜଦାତା ବାକି ଲୋନର ୨.୨୫ ପ୍ରତିଶତ ଟଙ୍କା ପ୍ରି-ପେମେଣ୍ଟ ଫିସ୍ ଭାବେ ଅସୁଲ କରିଥାନ୍ତି। ପ୍ରି ପେମେଣ୍ଟର ଅର୍ଥ ହେଉଛି ଲୋନ୍ ଅବଧି ସରିବା ପୂର୍ବରୁ ବାକି ଟଙ୍କା ପୈଠ କରିବା। ପ୍ରି-ପେମେଣ୍ଟର ଲକ୍ଷ୍ୟ ହେଉଛି ସୁଧ ଖର୍ଚ୍ଚ ବଂଚାଇବା। କିନ୍ତୁ ପ୍ରି-ପେମେଣ୍ଟ ପେନାଲ୍ଟି କାରଣରୁ ଏହି ଲାଭ କମିଯାଇଥାଏ। ତେଣୁ ଗୋଲ୍ଡ ଲୋନ୍ ନେବା ବେଳେ ଏଭଳି ବ୍ୟାଙ୍କକୁ ବାଛନ୍ତୁ ଯିଏ ପ୍ରି ପ୍ରେମେଣ୍ଟ ପେନାଲ୍ଟି ଚାର୍ଜ କରୁନଥିବେ।

gold loan

ରିପେମେଣ୍ଟ ଷ୍ଟ୍ରକ୍ଚରର ବିକଳ୍ପ ବାଛନ୍ତୁ

ଗୋଲ୍ଡ ଲୋନ୍ ଶୁଝିବାରେ ଅଧିକ ସୁବିଧା ମିଳିଥାଏ। ଇଏମଆଇ ରିପେମେଣ୍ଟ ମୋଡ୍ ସହ ଆପଣ କଷ୍ଟମାଇଜଡ୍ ବିକଳ୍ପ ମଧ୍ୟ ବାଛିପାରିବେ। ଯେଉଁଥିରେ ଆପଣ ପ୍ରତି ମାସରେ ସୁଧ ଟଙ୍କା ଦେଇପାରିବେ ଓ ମ୍ୟାଚୁରିଟି ସମୟରେ ବାକି ମୁଳଧନ ଏକାଥରକେ ପୈଠ କରିବାର ବିକଳ୍ପ ବାଛିପାରିବେ। କିଛି କରଜଦାତା ଲୋନ୍ ମଞ୍ଜୁରି ଦେବା ସମୟରେ ସୁଧ ରିପେମେଣ୍ଟ ଓ ଲୋନ ଅବଧି ଶେଷରେ ମୂଳଧନ ଶୁଝିବା ବିକଳ୍ପ ଦିଅନ୍ତି। ବୁଲେଟ୍ ରିପେମେଣ୍ଟ ବିକଳ୍ପ ଅନ୍ତର୍ଗତରେ ସୁଧ ଓ ମୂଳଧନ ଏକାଥରକେ ଅବଧି ଶେଷ ହେବା ସମୟରେ  ପୈଠ କରାଯାଇପାରିବ। ଏମିତିରେ ସେଇ ବିକଳ୍ପ ବାଛନ୍ତୁ ଯାହା ଆପଣଙ୍କୁ ସୁହାଉଥିବ।

ଲୋନ୍ ଅବଧିକୁ ଛୋଟ କରନ୍ତୁ

ଗୋଲ୍ଡ ଲୋନର ଅବଧି ସାତ ଦିନରୁ ୪ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ନିଜ ଋଣ ଶୁଝିବା କ୍ଷମତା ଅନୁସାରେ ରିପେମେଣ୍ଟ ଅବଧି ବାଛନ୍ତୁ। ଯଦି ଇଏମଆଇ ବିକଳ୍ପ ବାଛୁଛନ୍ତି ତେବେ ପ୍ରତିମାସରେ ଇଏମଆଇ ଦେବା ପରେ ବାକି ଖର୍ଚ୍ଚ ପାଇଁ ଆପଣଙ୍କ ପାଖରେ ଟଙ୍କା ରହିବ କି ନାହିଁ ତାହା ମଧ୍ୟ ବିଚାରକୁ ନିଅନ୍ତୁ। ଯଦି ଆପଣ ନିର୍ଧାରିତ ଅବଧି ଭିତରେ ଲୋନ୍ ଟଙ୍କା ଫେରସ୍ତ କରିପାରିବେ ତେବେ ନିଜ ଲୋନ୍ ଅବଧିକୁ ଛୋଟ ରଖନ୍ତୁ। ଫଳରେ ଆପଣଙ୍କୁ କମ ସୁଧ ଦେବାକୁ ପଡିବ।