ଜୀବନ ବୀମା ପଲିସି କିଣିବା ସହଜ। କିନ୍ତୁ ବୀମାକାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗ ବୀମାରାଶି ଫେରିପାଇବା କ’ଣ ସେତିକି ସହଜ? ଉତ୍ତର ହେଉଛି ନା।

life insurance claim process

କ୍ଲେମ୍ ସେଟେଲମେଣ୍ଟ୍ ଫର୍ମ

ପ୍ରଥମେ ଆପଣଙ୍କ ପରିବାର ସଦସ୍ୟଙ୍କୁ ଜୀବନ ବୀମା କମ୍ପାନିଠାରୁ କ୍ଲେମ୍ ସେଟେଲମେଣ୍ଟ୍ ଫର୍ମ ଆଣି ପୁରଣ କରିବାକୁ ପଡ଼ିବ। ଫର୍ମ ସହ ସବୁ କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ଫର୍ମ ସହ ଦେବାକୁ ଥିବା ଜରୁରୀ କାଗଜପତ୍ର ହେଉଛି:

  • ମୂଳ ପଲିସି କାଗଜପତ୍ର
  • ଫର୍ମରେ ପଚରାଯାଇଥାଏ ଯେ, ଦାବିଦାର ନୋମିନୀ କି ନୁହେଁ, ଯଦି ଦାବିଦାର ନୋମିନୀ ହୋଇନଥାନ୍ତି ତେବେ ତାଙ୍କୁ ମୃତକଙ୍କ ଆଇନଗତ ଉତ୍ତରାଧିକାରୀ ବୋଲି ପ୍ରମାଣ କରିବା ପାଇଁ ‘ଇଛାପତ୍ର’ (ଉଇଲ) ଦାଖଲ କରିବାକୁ ପଡ଼ିଥାଏ। ଯଦି ‘ଇଛାପତ୍ର’ (ଉଇଲ) ନଥାଏ ତେବେ ତାଙ୍କୁ ଉତ୍ତରାଧିକାର ଆଇନ ଅନୁସାରେ ଏହା ପ୍ରମାଣିତ କରିବାକୁ ପଡ଼ିଥାଏ।