ନିବେଶ ପାଇଁ ଅନଲାଇନରେ ଅନେକ ସୁଯୋଗ ରହିଛି ତାରି ଭିତରୁ ଗୋଟିଏ ହେଉଛି ଇଣ୍ଡିଆ ପୋଷ୍ଟ୍ ଆପ୍।

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି)ର ସେବା ଦେଶବ୍ୟାପି ଆରମ୍ଭ ହୋଇ ସାରିଲାଣି। ବର୍ତ୍ତମାନ ଏହା ମୋବାଇଲ୍‌ ଆପ୍‌ରେ ଉପଲବ୍ଧ। ଏହା ଜରିଆରେ ଆପଣ ସେଇ ସବୁ ଆର୍ଥିକ ଉତ୍ପାଦରେ ନିବେଶ କରିପାରିବେ, ଯାହା ପୋଷ୍ଟ ଅଫିସରେ ମିଳିଥାଏ। ଏଥିରେ ସେଭିଂ ଆକାଉଣ୍ଟ୍, ରିକରିଂ ଡିପୋଜିଟ୍ (ଆରଡି) ଆାକାଉଣ୍ଟ, ପିପିଏଫ୍(ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ) ଓ ସୁକନ୍ୟା ସମୃଦ୍ଧି ଯୋଜନା ସାମିଲ ଅଛି।

ଆଇପିବି ସାହାଯ୍ୟରେ ଆପଣ ପୋଷ୍ଟ ଅଫିସର ସବୁ ନିବେଶ ବିକଳ୍ପକୁ ଗୋଟିଏ ସ୍ଥାନରେ ଦେଖି ପାରିବେ। ଏହା ଆପଣଙ୍କ ନିବେଶକୁ ଅଧିକ ଭଲ ଭାବେ ପରିଚାଳନା କରି ପାରିବେ।

ଅନଲାଇନ୍ ଜମା କରି ପାରିବେ ଟଙ୍କା

ଏହି ଆପ୍ ବ୍ୟବହାର କରି ଆପଣ ପୋଷ୍ଟ ବ୍ୟାଙ୍କ ଅଫର କରୁଥିବା ସମସ୍ତ ଆର୍ଥିକ ଉତ୍ପାଦରେ ଟଙ୍କା ଜମା କରିପାରିବେ। ଏଥିରେ ସେଭିଂ ଆକାଉଣ୍ଟ୍, ରିକରିଂ ଡିପୋଜିଟ୍(ଆରଡି) ଆାକାଉଣ୍ଟ, ପିପିଏଫ୍(ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ) ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଜମା କରିବାକୁ ଆପଣଙ୍କୁ ପୋଷ୍ଟ ଅଫିସ ଯିବାକୁ ପଡିବ ନାହିଁ।

ଆଇପିପିବିର ଡିଜିଟାଲ ଆକାଉଣ୍ଟ୍

ଯଦି ଆପଣ ପୋଷ୍ଟ ଅଫିସ ସହ ସଂପର୍କିତ ଆାକାଉଣ୍ଟକୁ ଅନଲାଇନ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ଆପ୍ ଉପଲବ୍ଧ ଅଛି। ଆପ୍ ଡାଉନଲୋଡ୍ କରିବାକ ପରେ ଆପଣଙ୍କୁ ଗୋଟିଏ ଡିଜିଟାଲ ଆକାଉଣ୍ଟ ଖୋଲିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ମୋବାଇଲ ନମ୍ବର ଓ ପ୍ୟାନ୍ ନମ୍ବର ଦେବାକୁ ପଡିବ। ଏହାପରେ ଆପଣଙ୍କୁ ଆଧାର ଭେରିଫିକେସନ୍ କରିବାକୁ ହେବ। ପଞ୍ଜୀକରଣ ପ୍ରକ୍ରିୟା ପୁରା ହେବା ପରେ ଆପଣଙ୍କୁ ୪ ଅଙ୍କ ବିଶିଷ୍ଟ ଏମପିନ୍ ଜେନରେଟ୍ କରିବାକୁ ପଡିବ।

ଆଇପିପିବିକୁ ଫଣ୍ଡ୍ ଟ୍ରାନସଫର କରିବାକୁ ପଡ଼ିବ

ପିପିଏଫ୍,ଏସଏସୱାଇ,ଆରଡି ଭଳି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ପାଇଁ ଆପଣଙ୍କୁ ପ୍ରଥମେ ଆଇପିପିବି ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରିବାକୁ ପଡିବ। ଟଙ୍କା ଟ୍ରାନସଫର ପାଇଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଓ ଆଇଏଫଏସସି କୋର୍ଡ ଦେବାକୁ ପଡ଼ିବ।

ଯୋଗଦାନ

ଆଇପିପିବି ଆକାଉଣ୍ଟକୁ ଟଙ୍କା ଆସିଯିବା ପରେ ଆପଣ ନିଜ ପିପିଏଫ୍,ଆରଡି ଭଳି ଆକାଉଣ୍ଟରେ ଟଙ୍କା ଜମା କରିପାରିବେ। ଏଥିପାଇଁ ଆପଣଙ୍କୁ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ (ଡିଓପି) ପ୍ରଡକ୍ଟସ ’ ଟ୍ୟାବକୁ ଯିବାକୁ ପଡିବ। ଏଥିରେ ଆପଣଙ୍କୁ କଷ୍ଟମର ଆଇଡି ସହିତ ସଠିକ ଆକାଉଣ୍ଟ ନମ୍ବର ଉଲ୍ଲେଖ କରିବାକୁ ପଡିବ। ଏହି ସୁବିଧାର ଲାଭ ଉଠାଇବା ପାଇଁ ଡିଓପିରେ ଆପଣଙ୍କର ସକ୍ରିୟ ଆକାଉଣ୍ଟ ଥିବା ଆବଶ୍ୟକ।ନିବେଶ ଓ ଯୋଗଦାନ କେତେ କରିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ଉଲ୍ଲେଖ କରିବାକୁ ପଡିବ। ଥରୁଟିଏ ଏହା ଫିଡ୍ ହୋଇଯିବା ପରେ ଆପଣଙ୍କୁ ଏହାର କନଫର୍ମେସନ୍ ଆସିଯିବ।

କ’ଣ ଧ୍ୟାନରେ ରଖିବାକୁ ପଡ଼ିବ?

ଆପଣଙ୍କ କେୱାଇସି ହୋଇଥିଲେ ହିଁ ଆପଣ ଏହି ସେବାର ଉପଯୋଗ କରିପାରିବେ। ଏହା ସହ ଆପଣଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ମଧ୍ୟ ରହିଥିବା ଆବଶ୍ୟକ। ଆପଣଙ୍କ ଫୋନ୍ ମଧ୍ୟ ମୋବାଇଲ ବ୍ୟାଙ୍କିଂ ସୁବିଧା ବିଶିଷ୍ଟ ହେବା ଆବଶ୍ୟକ।