ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ବାଛିବାକୁ ପଡ଼େ, ତ’ ଭାବିଚିନ୍ତି ନିଷ୍ପତି ନିଅନ୍ତୁ।

ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଭଳି ପ୍ରଡକ୍ଟ ଅଧିକ ସଂଖ୍ୟାରେ ଚାକିରିଆଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଏହାର କରାଣ ହେଉଛି ଏହି ଲୋନ୍ ସବୁ ସହଜରେ ମିଳିଥାଏ। ଏଥିପାଇଁ କିଛି ମଧ୍ୟ ବନ୍ଧକ ରଖିବାକୁ ପଡ଼ିନଥାଏ। ଏହାସହ ଏଭଳି ଋଣକୁ କିସ୍ତିରେ ଶୁଝା ଯାଇଥାଏ। ତେବେ ପର୍ସନାଲ ଲୋନ୍ ଓ କ୍ରେଡିଟ୍ ଲାଇନ୍ ମଧ୍ୟରେ ଆଧାରଭୁତ ଫରକ ଥାଏ।

ଫରକ କଣ?

ଦୁଇ ଉତ୍ପାଦ ମଧ୍ୟରେ ମହତ୍ୱପୂର୍ଣ୍ଣ ଅନ୍ତର ହେଉଛି, ପର୍ସନାଲ ଲୋନ୍ ମିଳିବା ମାତ୍ରକେ ରିପେମେଣ୍ଟ୍ ଅବଧି ଆରମ୍ଭ ହୋଇଯାଇଥାଏ। ଅନ୍ୟପକ୍ଷରେ ଲାଇନ୍ ଅଫ୍ କ୍ରେଡିଟ୍ ଏକ ନିଶ୍ଚିତ କ୍ରେଡିଟ୍ (କରଜ) ସୀମା ହୋଇଥାଏ, ଯାହା ନିଶ୍ଚିତ ସମୟ ଅବଧିରେ କ୍ରେଡିଟ୍ କାର୍ଡ ଭଳି ସେହି ଟଙ୍କା ଉଠାଇ ପାରିବେ।

ଉଦାହରଣ ସ୍ୱରୁପ, ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଏ, ତେବେ ଆପଣ ନିଜ ଆକାଉଣ୍ଟରୁ ଏକାଥରକେ ସେହି ଟଙ୍କାକୁ ଉଠାଇ ପାରିବେ। ତେବେ ଏହା କ୍ରେଡିଟ୍ କାର୍ଡ ବିପରୀତ ହୋଇଥାଏ। କ୍ରେଡିଟ୍ କାର୍ଡରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିଥାଏ। କିନ୍ତୁ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟରେ ଆପଣଙ୍କୁ କ୍ରେଡିଟ୍ କାର୍ଡ ତୁଳନାରେ କମ ସୁଧ ଦେବାକୁ ପଡିଥାଏ।

ଏହିଭଳି ଭାବେ ଯେତେବେଳେ ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ଗୋଟିକକୁ ବାଛିବାକୁ ପଡିବ ତେବେ ସବୁ ବିକଳ୍ପର ଲାଭ ଓ କ୍ଷତିକୁ ତୁଳନା କରିବାକୁ ପଡ଼ିବ।

କ୍ୟାରିୟର ବିକାଶ ପାଇଁ ପର୍ସନାଲ ଲୋନ୍

ଯେତେବେଳେ ଆପଣ ନିଜ କ୍ୟାରିୟରକୁ ଆଗକୁ ବଢାଇବା ପାଇଁ କିମ୍ବା ପ୍ରଫେସନାଲ ଯୋଗ୍ୟତା ହାସଲ କରିବା ବାବଦରେ ଭାବନ୍ତି ସେତେବେଳେ ପର୍ସନାଲ ଲୋନ୍ କିମ୍ବା ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଆପଣଙ୍କ ସୂଚିରେ ସାମିଲ ନଥାନ୍ତି। ତଥାପି ଶସ୍ତା ଓ ନମନୀୟତା କାରଣରୁ ଏଭଳି ଲୋନ୍ ଚାକିରିଆକୁ ତାତ୍କାଳିକ ଅଥବା ଲମ୍ବା ଅବଧିରେ ଲାଭ ପ୍ରଦାନ କରିପାରେ। ପ୍ରଫେସନାଲ ପ୍ରଶିକ୍ଷଣ କିମ୍ବା କୌଶଳ ବିକାଶ ପାଇଁ ଟ୍ରେନିଂ ନେବା ପାଇଁ ଆବଶ୍ୟକ ଅର୍ଥକୁ ଏଭଳି ଲୋନ୍ ଦ୍ୱାରା ପୁରା କରାଯାଇ ପାରେ। ଏହା ଆପଣଙ୍କ ପାଇଁ ଭବିଷ୍ୟତର ନୂଆ ରାସ୍ତା ଖୋଲି ପାରେ।

ତେବେ କେବଳ ପର୍ସନାଲ ଲୋନ୍ କିମ୍ବା ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍‌ ଦ୍ୱାରା ଆପଣ ଏସବୁ ହାସଲ କରିପାରିବେ ନାହିଁ। ଆସନ୍ତୁ ଜାଣିବା ଏଭଳି ୫ ଉପାୟ, ଯାହାକୁ ପ୍ରୟୋଗ କରି ଆପଣ  ପର୍ସନାଲ ଲୋନ୍ ଓ ଲାଇନ୍ ଅଫ୍ କ୍ରେଡିଟର ସଦୁପଯୋଗ କରିପାରିବେ।

ସ୍କିଲ(କୌଶଳ)ବିକାଶରେ ସାହାଯ୍ୟ

ଯଦି ଆପଣ ନିଜ କ୍ୟାରିୟରର ପ୍ରାରମ୍ଭିକ ଅବସ୍ଥାରେ ଅଛନ୍ତି ତେବେ ଗୋଟିଏ ପ୍ରଫେସନାଲ କୋର୍ସ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିପାରେ। ପର୍ସନାଲ ଲୋନ୍ କିମ୍ବା ଲାଇନ୍ ଅଫ୍ କ୍ରେଡିଟ୍ ଲୋନ୍ ନେଇ ଆପଣ ଏଭଳି କିଛି କୋର୍ସ କରିପାରିବେ, ଯାହା ଆପଣଙ୍କୁ ଅଧିକ ଆୟ ଥିବା ନିଯୁକ୍ତି ଦେଇପାରିବ।

ଲୋନ୍ ଶୁଝିବା କିମ୍ବା କନସୋଲିଡେଟ୍(ଏକତ୍ରୀକରଣ) କରିବା

ଆପଣ ନିଜର ସବୁ ଲୋନକୁ କନସୋଲିଡେଟ୍ କରି(ଏକାଠି କରି) ଲୋନକୁ କମ କିମ୍ବା ସୁବ୍ୟବସ୍ଥିତ କରିପାରିବେ। ଗୋଟିଏ ଲୋନକୁ ପରିଚାଳନା କରିବା ଅନେକ ଲୋନ ଚଲାଇବା ଅପେକ୍ଷା ଅଧିକ ସହଜ ହୋଇଥାଏ।

ଆପଣ ଯଦି ତିନୋଟି ଲୋନ ନେଇଛନ୍ତି ଓ ପର୍ସନାଲଲ ଲୋନ୍ ଆଣି ସବୁ ଲୋନକୁ ଶୁଝି ଦେଉଛନ୍ତି ତେବେ ଆପଣଙ୍କ ପାଖରେ ଶୁଝିବାକୁ ଗୋଟିଏ ଲୋନ୍ ଥାଏ।  ଏମିତିରେ ଆପଣଙ୍କୁ ତିନି ତିନୋଟି ଲୋନ ଇଏମଆଇ ତାରିଖ ମନେ ରଖିବାକୁ ପଡ଼ିବ ନାହିଁ। କିମ୍ବା ଲୋନ୍ ଡିଫଲ୍ଟ ହେବାର ଆଶଙ୍କା ନଥାଏ। ଲୋନ୍ କନସୋଲିଡେସନର ବଡ଼ ଲାଭ ହେଉଛି ଆପଣଙ୍କୁ ବାକି ପଡ଼ିଥିବା ଲୋନ୍ ଉପରେ ଅଧିକ ସୁଧ ଦେବାକୁ ପଡ଼େ ନାହିଁ।

ଉତ୍ପାଦକତା ବଢ଼ାଇବାରେ ସାହାଯ୍ୟ କରେ

ଆପଣଙ୍କ ପାଖରେ ପେଶାଦାର ବିକାଶ ପାଇଁ ସଠିକ ଯୋଗ୍ୟତା ଓ କୌଶଳ ଥିଲେ ମଧ୍ୟ ସାଧନ ଅଭାବରୁ ତାହା କୌଣସି କାମରେ ଆସେ ନାହିଁ। ଯଦି ଆପଣଙ୍କ ପାଖରେ ସାଧନ ନାହିଁ କିମ୍ବା ଟେକନିକ୍ ନାହିଁ ତେବେ ଆପଣ ନିଜ ଯୋଗ୍ୟତା ଅନୁସାରେ ବିକାଶ କରିପାରିବେ ନାହିଁ।  ପର୍ସନାଲ ଲୋନ୍ କିମ୍ବା ଲାଇନ୍ ଅଫ୍ କ୍ରେଡିଟ୍ ଆପଣଙ୍କୁ ଉତ୍ତମ ସାଧନ ଓ ଟେକନିକ୍ ପାଇବାରେ ସାହାଯ୍ୟ କରିଥାଏ। ଯେମିତି ଗୋଟିଏ ନୂଆ କଂପ୍ୟୁଟର କିମ୍ବା ଗୋଟିଏ ଆଡଭାନସ ଭର୍ସନ ସଫ୍ଟୱାର। ଯାହା ଆପଣଙ୍କ କାର୍ଯ୍ୟକୁ ସହଜ କରିଦିଏ।

ଆର୍ଥିକ ବ୍ରେକ୍ ଅପ୍

ବେଳେ ବେଳେ ଗୋଟିଏ ଜିନିଶ ଆପଣଙ୍କୁ ଆପଣଙ୍କ ସ୍ୱପ୍ନର ଚାକିରି ପାଇବାରୁ ବଂଚିତ କରିଥାଏ। ଆଉ ତାହା ହେଉଛି  ବ୍ରକ୍ ଅପ୍। ଆପଣଙ୍କ ବର୍ତ୍ତମାନର ଚାକିରି ଆପଣଙ୍କ ଆବଶ୍ୟକତାକୁ ପୁରଣ କରୁଛି ଓ ବିଲ୍ ପୈଠ କରିବାରେ ସାହାଯ୍ୟ କରେ। କିନ୍ତୁ ଅଧିକ କିଛି କରିବାର ସୁଯୋଗ ଦିଏ ନାହିଁ। କିନ୍ତୁ ପର୍ସନାଲ ଲୋନ୍ କିମ୍ବା ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଆପଣଙ୍କୁ ପେଶାଦାର ଜୀବନର ଅନ୍ୟ ମୌକା ହାସଲ କରିବାକୁ ଆର୍ଥିକ ସାହାଯ୍ୟ ଦେଇଥାଏ। ଏହା ଆପଣଙ୍କୁ ସେହି ବିକଳ୍ପ ଦେଇଥାଏ, ଯାହା ଆପଣ ଦରମା ଟଙ୍କାରେ ପାଇବେ ନାହିଁ।

ଷ୍ଟାର୍ଟ ଅପ୍ କ୍ୟାପିଟାଲ ଦିଏ

ଆପଣ ଯଦି ନିଜ ଚାକିରିକୁ ନେଇ ସନ୍ତୁଷ୍ଠ ନାହାନ୍ତି ଓ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ପର୍ସନାଲ ଲୋନ୍ ଆପଣଙ୍କୁ ପୁଞ୍ଜି ଦେଇଥାଏ। ଏହା ନୂଆ ବ୍ୟବସାୟ ଆରମ୍ଭ ପାଇଁ ପୁଞ୍ଜିର ସବୁଠୁ ଭଲ ସ୍ରୋତ ହୋଇଥାଏ। ଏହି ଦୁଇ ଉପାୟାର ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ଯୋଗାଡ କରିପାରିବେ। ପାରମ୍ପାରିକ ବ୍ୟାଙ୍କ କିମ୍ବା ଏନବିଏଫସି ଠାରୁ ଲୋନ୍ ନଆଣି ମଧ୍ୟ ଆପଣ କେବଳ ପର୍ସନଲା ଲୋନ୍ କିମ୍ବା ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଦ୍ୱାରା ନିଜ ବ୍ୟବସାୟ ଆରମ୍ଭ କରିପାରିବେ।