ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି

ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ ପାରିବେ।

୯ ପ୍ରକାରର ପୋଷ୍ଟାଲ ସଂଚୟ ଯୋଜନା:

ପୋଷ୍ଟ ଅଫିସ ପ୍ରାୟ ୯ ପ୍ରକାରର ସେଭିଂ ଯୋଜନା ଦେଇଥାଏ। ଯାହା ମଧ୍ୟରେ ଅଛି ସେଭିଂ ଆକାଉଣ୍ଟ,ରିକରିଂ ଡିପୋଜିଟ୍ ଆଉାଉଣ୍ଟ, ଟାଇମ୍ ଡିପୋଜିଟ୍ ଆଉାଉଣ୍ଟ, ମଂଥଲି ଇନକମ୍ ସ୍କିମ୍ ଆଉାଉଣ୍ଟ, ସିନିୟର ସିଟିଜନ ସେଭିଂ ସ୍କିମ୍ ଆଉାଉଣ୍ଟ, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ (ପିପିଏଫ୍) ଆଉାଉଣ୍ଟ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଶାନ ବିକାଶ ପତ୍ର ଓ ସୁକନ୍ୟା ସମୃଦ୍ଧି ଆଉାଉଣ୍ଟ। ଏହି ସବୁ ସଂଚୟ ସ୍କିମ୍ ଉପରେ ଇଣ୍ଡିଆ ପୋଷ୍ଟ ୪ରୁ ୮.୬ ପ୍ରତିଶତର ସୁଧ ଦେଇଥାଏ। ଆସନ୍ତୁ ଜାଣିବା ପୋଷ୍ଟାଲ ସ୍କିମରେ ମିଳୁଥିବା ସୁଧ ବିଷୟରେ..

Senior-Citizen-Savings-Scheme-Government-of-India-Interest-TDS-Nominee-account-news-in-hindi-280020

  • ସିନିୟର ସିଟିଜେନ ସେଭିଂ ସ୍କିମ୍

ବରିଷ୍ଠ ନାଗରିକ ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୧୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ନିବେଶ ଉପରେ ସୁଧ ହାର ହଉଛି ୮.୬ ପ୍ରତିଶତ। ସେକ୍ସନ ୮୦ ସି ଅନ୍ତର୍ଗତରେ ଏଥିରେ ଆୟକର ରିହାତି ମିଳିଥାଏ।

sukanya-samridhi-scheme

  • ସୁକନ୍ୟା ସମୃଦ୍ଧି ଯୋଜନା

ଏହି ଯୋଜନାରେ ସର୍ବନିମ୍ନ ୨୫୦ ଟଙ୍କା ଓ ସର୍ବାଧିକ ୧.୫ ଲକ୍ଷ ପର୍ଯ୍ୟନ୍ତ ଜମା କରିହେବ। ସେକ୍ସନ ୮୦ ସି ଅନ୍ତର୍ଗତରେ ଏଥିରେ ଆୟକର ରିହାତି ମିଳିବା ସହ ଏଥିରେ ସୁଧହାର ହେଉଛି ୮.୪୦।

  • ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ PPF

ପିପିଏଫରେ ସର୍ବନିମ୍ନ ନିବେଶ ୫୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୧.୫ ଲକ୍ଷ ଟଙ୍କା(ପ୍ରତିବର୍ଷ)। ଏହାର ସୁଧହାର ପାଖାପାଖି ୮ ରହୁଥିବା ବେଳେ ୨୦୧୮-୧୯ରେ ସୁଧ ୮.୬୫ ରହିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି। ସେକ୍ସନ ୮୦(ସି)ରେ ଏଥିରେ ମଧ୍ୟ ଆୟକର ରିହାତି ମିଳିଥାଏ।

  • ଇୟର ଏନଏସସି VIII ଇସ୍ୟୁ

ଏହି ସ୍କିମର ସର୍ବନିମ୍ନ ଯୋଗଦାନ ୧୦୦ ଟଙ୍କା ଥିବା ବେଳେ ସର୍ବାଧିକ ଯୋଗଦାନର କୌଣସି ସୀମା ନାହିଁ। ସେକ୍ସନ ୮୦(ସି) ଅନ୍ତର୍ଗତରେ ଏଥିରେ ମଧ୍ୟ ଆୟକର ରିହାତି ମିଳିଥାଏ। ଏଥିରେ ସୁଧହାର ୭.୯ ରହିଥାଏ।

time deposite

  • ଟାଇମ୍ ଡିପୋଜିଟ୍

ଟାଇମ୍ ଡିପୋଜିଟ୍ ସ୍କିମରେ ସୁଧହାର ୬.୯୦ରୁ ୭.୬୦ ଥିବା ବେଳେ ଏଥିରେ ସର୍ବନିମ୍ନ ୨୦୦ ଟଙ୍କା ଡିପୋଜିଟ୍ କରାଯାଇପାରିବ। ଅନ୍ୟପକ୍ଷରେ ଏହାର କୌଣସି ସର୍ବାଧିକ ସୀନା ନାହିଁ। ଏଥିରେ ମଧ୍ୟ ଆୟକର ରିହାତି ମିଳିଥାଏ।

  • ମଂଥଲି ଇନକମ୍ ସ୍କିମ୍ ଆଉାଉଣ୍ଟ

ମାସିକ ଇନକମ୍ ସ୍କିମରେ ଜଣେ ସର୍ବନିମ୍ନ ୧୫୦୦ ଟଙ୍କା ଓ ସର୍ବାଧିକ ଏକାକୀ ୪.୫ ଲକ୍ଷ ଟଙ୍କା ଓ ଜଏଣ୍ଟରେ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ। ସୁଧହାର ରହିବ ୭.୬।

Kissan Vikas Patra

  • କିଶାନ ବିକାଶ ପତ୍ର

କିଶନା ବିକାଶ ପତ୍ରରେ ଜଣେ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିପାରିବେ ଅନ୍ୟପକ୍ଷରେ ଏହାର ସର୍ବାଧିକ ନିବେଶ ସୀମା କିଛି ନାହିଁ। କିଶାନ ବିକାଶ ପତ୍ର ସୁଧହାର ୭.୬ ରହିଛି।

  • ରିକରିଂ ଡିପୋଜିଟ୍

ରିକରିଂ ଡିପୋଜିଟର ସୁଧହାର ୭.୨ ଥିବା ବେଳେ ସର୍ବନିମ୍ନ ନିବେଶ ୧୦ ଟଙ୍କା।

saving account

  • ସେଭିଂ ଆକାଉଣ୍ଟ

ସେଭିଂ ଆକାଉଣ୍ଟ ସୁଧହାର ୪ ପ୍ରତିଶତ ହୋଇଥିବା ବେଳେ ସର୍ବନିମ୍ନ ନିବେଶ ୨୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଏଥିରେ ସର୍ବାଧକ ନିବେଶର କୌଣସି ସୀମା ନାହିଁ।

ସ୍କିମ୍ ସୁଧହାର (%) ସର୍ବନିମ୍ନ ନିବେଶ (Rs) ସର୍ବାଧିକ ନିବେଶ (Rs)
ସିନିୟର ସିଟିଜନ ସେଭିଂ ସ୍କିମ୍ 8.6 1,000 15 ଲକ୍ଷ
ସୁକନ୍ୟା ସମୃଦ୍ଧି ଯୋଜନା 8.4 250 1.5 ଲକ୍ଷ
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ PPF 7.9 500 1.50 ଲକ୍ଷ ପ୍ରତିବର୍ଷ
5 ବାର୍ଷିକ  ଏନଏସସି VIII ଇସ୍ୟୁ 7.9 100 କୌଣିସି ସୀମା ନାହିଁ
ଟାଇମ୍ ଡିପୋଜିଟ୍ 6.9-7.6 200 କୌଣିସି ସୀମା ନାହିଁ
ମଂଥଲି ଇନକମ୍ ସ୍କିମ୍ ଆଉାଉଣ୍ଟ 7.6 1,500 4.5 ଲକ୍ଷ (ସିଙ୍ଗଲ)9 ଲକ୍ଷ (ଜଏଣ୍ଟ)
କିଶାନ ବିକାଶ ପତ୍ର 7.6 1,000 କୌଣିସି ସୀମା ନାହିଁ
ରିକରିଂ ଡିପୋଜିଟ୍ 7.2 10 କୌଣିସି ସୀମା ନାହିଁ
ସେଭିଂ ଆକାଉଣ୍ଟ 4.00 20 କୌଣିସି ସୀମା ନାହିଁ