ଅଚାନକ ଅଧିକ ଟଙ୍କା ମିଳିଲେ ତାହା ଶୀଘ୍ର ଖର୍ଚ୍ଚ ହୋଇଯିବାର ଆଶଙ୍କା ଥାଏ। କୌଣସି ପ୍ରତିଯୋଗିତରେ ବିଜୟୀ ହେଲେ କିମ୍ବା ଲଟେରି ଜିତିଲେ ଆପଣଙ୍କ ହାତକୁ ଅଚାନକ ଅଧିକ ଟଙ୍କା ଆସିଯାଏ। ଏମତିରେ ଆପଣ ହଠାତ ଦାନବୀର ହରିଶ୍ଚନ୍ଦ୍ର ପାଲଟି ଯିବାର ସମ୍ଭାବନା ଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଅଚାନକ ଟଙ୍କା ପାଇଲା ପରେ ଲୋକ ତାକୁ ଶୀଘ୍ର ଖର୍ଚ୍ଚ କରି ଦେଇଥାନ୍ତି।

ବାସ୍ତବରେ ଆପଣ ନିଜ ନିୟମିତ ଆୟକୁ ଯେମିତି ସତର୍କକତାର ସହ ଖର୍ଚ୍ଚ କରିଥାନ୍ତି, ସେତିକି ସାବଧାନତା ଅଚାନକ ପାଇଥିବା ଟଙ୍କା ସହ ଦେଖାନ୍ତି ନାହିଁ। ଆପଣଙ୍କର ଏହି ବ୍ୟବହାରର ଫାଇଦା ଅନ୍ୟମାନେ ନେଇଥାନ୍ତି। ବହୁତ ଲୋକ ଏହି ସମୟରେ ଆପଣଙ୍କୁ ଧାର ଉଧାର ମାଗିଥାନ୍ତି। ଆପଣ ମଧ୍ୟ ବିନା କିଛି ଚିନ୍ତା କରି ଧାର ଦେବା ଆରମ୍ଭ କରନ୍ତି। ତେଣୁ ଯଦି କେତେବେଳେ ହାତକୁ ଅଚାନକ ଟଙ୍କା ଆସୁଛି ତାକୁ ସମ୍ଭାଳିକରି ଖର୍ଚ୍ଚ କରନ୍ତୁ।ଜରୁରୀକାଳୀନ ଫଣ୍ଡ୍ ତିଆରି କରନ୍ତୁ

ଆପଣ ଯଦି ଅଧିକ ଆୟ କରୁଛନ୍ତି ତେବେ ତାର ମଧ୍ୟ ରିସ୍କ ଅଛି। ଆପଣଙ୍କ ଆୟ କେତେବେଳେ ମଧ୍ୟ ବନ୍ଦ ହୋଇପାରେ। ଉଦାହରଣ ଭାବେ ଗ୍ଲାମର ୱାର୍ଲଡକୁ ନିଅନ୍ତୁ। ଜଣେ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ଫିଲ୍ମ ଯଦି ହିଟ୍ ହୁଏ ତେବେ ତାଙ୍କ ଫି’ ବଢିଯାଏ। ସେ କୋଟି କୋଟି ଟଙ୍କା ଆୟ କରନ୍ତି।

ଫିଲ୍ମ ସବୁବେଳେ ହିଟ୍ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ହୁଏତ ତାଙ୍କର ଗୋଟିଏ ଦୁଇଟି ଫିଲ୍ମ ଫ୍ଲପ୍ ହେଲା ପରେ ତାଙ୍କୁ ଅନେକ ଦିନ ଯାଏ କାମ ମିଳିବ ନାହିଁ। ଏମିତିରେ ତାଙ୍କୁ ବିନା ଆୟରେ ରହିବାକୁ ପଡ଼ିବ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମେ ଜରୁରୀକାଳୀନ ଫଣ୍ଡ୍ ବା ଏମରଜେନ୍ସୀ ଫଣ୍ଡ ତିଆରି କରିଥାଉ। ଯଦି ଆପଣଙ୍କ ହାତକୁ ଅଚାନକ ଟଙ୍କା ଆସୁଛି, ତେବେ ସେହି ଟଙ୍କାକୁ ଜରୁରୀକାଳୀନ ଫଣ୍ଡରେ ରଖନ୍ତୁ। ଭବିଷ୍ୟତରେ କାମରେ ଆସିବ।

ଉତ୍ତମ ନିବେଶର ସମ୍ଭାବନା ଖୋଜନ୍ତୁ

ସୁରକ୍ଷିତ ଆର୍ଥିକ ଭବିଷ୍ୟତ ପାଇଁ ସବୁଥିରେ ନିବେଶର ସମ୍ଭାବନା ଖୋଜନ୍ତୁ। ଆପଣଙ୍କ ହାତକୁ ଯଦି ଅଚାନକ ଟଙ୍କା ଆସୁଛି ତେବେ ସେଥିରେ ନୂଆ ସ୍ମାର୍ଟ ଟିଭି, କିମ୍ବା ଘରେ ସ୍ମାର୍ଟ ଇଲେକ୍ଟ୍ରି ବଲ୍‌ବ ଲଗାନ୍ତୁ ନାହିଁ। କାରଣ ଏଥିରୁ ଆପଣଙ୍କର ଆୟ ହେବନି। ଫାର୍ମ ହାଉସ ମଧ୍ୟ କିଣନ୍ତୁ ନାହିଁ। ବଂର ଯଦି ପାରୁଛନ୍ତି ଏଭଳି ସ୍ଥାନରେ ପ୍ଲଟ୍ କିଣନ୍ତୁ ଯେଉଁଠି ବିକାଶର ସମ୍ଭାବନା ରହିଛି। ଭବିଷ୍ୟତରେ ଆପଣ ସେହି ପ୍ଲଟ୍‌କୁ ବିକ୍ରି କରି ଭଲ ଲାଭ ପାଇ ପାରିବେ। କିମ୍ବା ସେଠାରେ ଘର କରି ଭଡ଼ାରୁ ନିୟମିତ ଆୟ ପାଇପାରିବେ।

ମ୍ପର୍କୀୟଙ୍କୁ ଟଙ୍କା ବାଣ୍ଟିବାରୁ ବଞ୍ଚନ୍ତୁ

ଆପଣ ଯେତେବେଳ ଅଚାନକ  ମେଞ୍ଚାଏ ଟଙ୍କା ପାଆନ୍ତି ସେତେବେଳେ ଅନେକ ବନ୍ଧୁବାନ୍ଧବ ଆପଣଙ୍କୁ ଅଚାନକ ମନେ ପକାନ୍ତି। ଉଦ୍ଦେଶ୍ୟ ହେଉଛି ଆପଣଙ୍କଠାରୁ କିଛି ଆର୍ଥିକ ସାହାଯ୍ୟ ନେବା।  ତେବେ ଏଭଳି ପରିସ୍ଥିତିରେ ବୁଦ୍ଧିମତାର ସହ କାମ ନିଅନ୍ତୁ। ବନ୍ଧୁବାନ୍ଧବଙ୍କ କଥାରେ ପଡ଼ି ନିଜର ସବୁ ଟଙ୍କାକୁ ଧାର ଉଧାର ଦେବାରେ ଖର୍ଚ୍ଚ କରନ୍ତୁ ନାହିଁ। ଯଦି ପାରିବେ ତେବେ ଅଚାନକ ପାଇବାକୁ ଥିବା ଟଙ୍କା ବାବଦରେ କାହାରିକି କିଛି କୁହନ୍ତୁ ନାହିଁ। ସଂପର୍କୀୟଙ୍କୁ ଟଙ୍କା ଦେଇ ନପାରିବାର କାରଣ କୁହନ୍ତୁ। ହୁଏତ କିଛି ଦିନ ପାଇଁ ସଂପର୍କୀୟମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ କିନ୍ତୁ ସମୟ ସହ ସବୁ ବଦଳିଯିବ। ଅଚାନକ ଟଙ୍କା ପାଇବା ପରେ ଦାନବୀର ପାଲଟିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକରାକ ହୋଇପାରେ।

ଆଇଟିଆର ଫାଇଲ କରନ୍ତୁ

ଆର୍ଥିକ ଦେଣନେଣ ଉପରେ ଅଙ୍କୁଶ ଲଗାଇବା ନିହାତି ଜରୁରୀ। ସବୁ ଆର୍ଥିକ କାରବାର ବ୍ୟାଙ୍କ ଜରିଆରେ ହିଁ କରନ୍ତୁ। ଆଇଟିଆର ଫାଇଲ କରନ୍ତୁ ଓ ସମସ୍ତ ଅନାବଶ୍ୟକ ଖର୍ଚ୍ଚ କମ କରିବା କଥା ଚିନ୍ତା କରନ୍ତୁ। ଆଇଟିଆର ଫାଇଲ କରିବା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ସହଜରେ ଲୋନ୍‌ ମିଳିବା ସମ୍ଭାବନା ବଢିଯାଇଥାଏ।