ଆୟ ଆୟକର
୦ରୁ ୨.୫ ଲକ୍ଷ ଛାଡ଼
୨.୫ରୁ ୫ଲକ୍ଷ ୫ ପ୍ରତିଶତ
୫ରୁ ୭.୫ ଲକ୍ଷ ୧୦ ପ୍ରତିଶତ
୭.୫ରୁ ୧୦ ଲକ୍ଷ ୧୫ ପ୍ରତିଶତ
୧୦ ଲକ୍ଷରୁ ୧୨.୫ ଲକ୍ଷ ୨୦ ପ୍ରତିଶତ
୧୨.୫ ଲକ୍ଷରୁ ୧୫ ଲକ୍ଷ ୨୫ ପ୍ରତିଶତ
୧୫ ଲକ୍ଷରୁ ଅଧିକ ୩୦ ପ୍ରତିଶତ

 

୨୦୨୦-୨୧ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଉପରେ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ କେତେ ଟଙ୍କା ଆୟ କଲେ କେତେ ଟଙ୍କା ଟିକସ ଦେବାକୁ ପଡ଼ିବ ସେ ସମ୍ପର୍କରେ ନୂଆ ନିୟମ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ବର୍ଷକୁ ୫ରୁ ସାଢ଼େ ୭ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ସାଢ଼େ ୭ ଲକ୍ଷରୁ ୧୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧୫ ପ୍ରତିଶତ, ୧୦ରୁ ସାଢ଼େ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ, ସାଢ଼େ ୧୨ରୁ ୧୫ ଲକ୍ଷ ଟଙ୍କା ଆୟ କରୁଥିଲେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ କରୁଥିଲେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।