ବଜେଟ୍‌ ୨୦୨୦: ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ।

ଦେଶର ବିମାନ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ଖୁବ୍‌ଶୀଘ୍ର ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ହେବ। ୨୦୨୪ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ଦିନକୁ ଦିନ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବାରୁ ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିପରି ବିମାନ ବନ୍ଦରରେ ଯାତ୍ରୀଙ୍କୁ ଉନ୍ନତମାନର ସୁବିଧା ଦେବା ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି।

ଏହାସହ ଦେଶରେ ନୂଆ ରେଲୱେ ଷ୍ଟେସନ, ନୂଆ ବସ୍‌ ଷ୍ଟାଣ୍ଡ ଏବଂ ନୂଆ ଟ୍ରେନ୍‌ ଚଳାଚଳ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।