କିଛି ଦିନ ତଳେ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡରେ ନିଜ ନାମ, ଜନ୍ମ ତାରିଖ ଓ ଅନ୍ୟ ତଥ୍ୟ ବଦଳାଇବାକୁ ଥିବା ନିୟମରେ ସଂଶୋଧନ କରିଛି। ସଂଶୋଧିନ ନିୟମ ଅନୁସାରେ ଆଧାର କାର୍ଡରେ ଜନ୍ମଦିନ, ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାର ସୀମା ନିର୍ଦ୍ଧାରିତ କରାଯାଇଛି।

ଜନ୍ମଦିନରେ ପରିବର୍ତ୍ତନ କେବଳ ଥରୁଟିଏ କରାଯାଇ ପାରେ। ଆଧାର କାର୍ଡରେ ପ୍ରଥମ ଥର ପାଇଁ ଯେଉଁ ଜନ୍ମ ତାରିଖ ଦିଆଯାଇଥାଏ, ସେଥିରେ ଅଧିକରୁ ଅଧିକ ତିନି ବର୍ଷ କମ କିମ୍ବା ବଢ଼ା ଯାଇପାରିବ।

ନାମ ପରିବର୍ତ୍ତନ କେତେ ଥର ସମ୍ଭବ?

UIDAIର ନୂଆ ନିୟମ ଅନୁସାରେ ଆଧାର କାର୍ଡରେ ଦିଆଯାଇଥିବା ନାମକୁ କେବଳ ଦୁଇଥର ବଦଳା ଯାଇପାରିବ।

ଜନ୍ମଦିନରେ ପରିବର୍ତ୍ତନ କେତେଥର ସମ୍ଭବ?

ଯେମିତି କି ଆଗରୁ କୁହାଯାଇଛି ଜନ୍ମଦିନରେ କେବଳ ଥରୁଟିଏ ପରିବର୍ତ୍ତନ କରାଯାଇ ପାରିବ। ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ, ଆଧାର କାର୍ଡରେ ପ୍ରଥମ ଥର ଜନ୍ମଦିନ ଭାବେ ଯେଉଁ ତାରିଖ ଦିଆଯାଇଥିବ ସେଥିରେ ସର୍ବାଧିକ ତିନି ବର୍ଷ ବଢା ଯାଇ ପାରିବ କିମ୍ବା କମ୍ କରାଯାଇ ପାରିବ। ପଞ୍ଜିକରଣ ସମୟରେ ଜନ୍ମଦିନକୁ ନେଇ ଯେଉଁ ଦସ୍ତାବିଜ୍  ଦିଆଯାଇଥାଏ  UIDAI ରେକର୍ଡରେ ତାହାକୁ ପ୍ରାମାଣିକ ବୋଲି ମନା ଯାଇଥାଏ। ଯଦି କାହାରି ପାଖରେ ଜନ୍ମ ତାରିଖକୁ ନେଇ କୌଣସି ଦସ୍ତାବିଜ୍ ନଥାଏ, ତେବେ ସେହି ତାରିଖକୁ ସ୍ୱୀକାର କରାଯାଏ ଯାହା ଲିପିବଦ୍ଧ କରାଯାଏ। ଏଥିରେ ପରିବର୍ତ୍ତନ ପାଇଁ ଆବେଦକଙ୍କୁ ଜରୁରୀ କାଗଜ ପତ୍ର ଜମା କରିବାକୁ ପଡ଼େ।

ଲିଙ୍ଗରେ ପରିବର୍ତ୍ତନ କେତେ ଥର ସମ୍ଭବ?

ଲିଙ୍ଗର ପରିବର୍ତ୍ତନ କେବଳ ଥରୁଟିଏ କରାଯାଇ ପାରିବ।

ଯଦି କୌଣସି ଆଧାର କାର୍ଡ ୟୁଜର ନାମ, ଜନ୍ମତାରିଖ ଓ ଲିଙ୍ଗରେ ଅଧିକ ଥର ପରିବର୍ତ୍ତନ କରିବାକୁ ଚାହିଁବେ ତେବେ ତାଙ୍କୁ ନିକଟତମ UIDAI ଅଫିସରେ ସଂପର୍କ କରିବାକୁ ପଡ଼ିବ।

ଏଥିପାଇଁ ୟୁଜର୍ସଙ୍କୁ ପ୍ରଥମେ UIDAIକୁ ([email protected].) ମେଲ କରିବାକୁ ପଡ଼ିବ। କେଉଁ ପରିସ୍ଥିତିରେ ପରିବର୍ତ୍ତନ କରିବାକୁ ପଡୁଛି ସେସମ୍ପର୍କରେ ଆବେଦକଙ୍କୁ ଜଣାଇବାକୁ ପଡ଼ିବ। ଆବେଦନ ଉପରେ ନିଷ୍ପତି ନେବାର ଅଧିକାର ସ୍ଥାନୀୟ UIDAI ଅଫିସ ପାଖରେ ରହିଛି।