ଜିଓ ବ୍ୟବହାରକାରୀ ଯିବେ ଥାଇଲାଣ୍ଡ। ଏଥିପାଇଁ କେବଳ ସେମାନଙ୍କୁ ଗୋଟିଏ ଚାଲେଞ୍ଜରେ ଭାଗ ନେବାକୁ ପଡ଼ିବ। ଏହି ଚାଲେଞ୍ଜରେ ବିଜେତା ହେଲେ ତାଙ୍କୁ ମାଗଣାରେ ଥାଇଲାଣ୍ଡ ଯିବାର ସୁଯୋଗ ମିଳିବ।

ଜିଓ ଜାନୁଆରି ୨୬ ତାରିଖରୁ ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ଆଣିଛି। ଏହାର ନାଁ ରହିଛି ‘ଜିଓ ଗଟ୍ ଟ୍ୟାଲେଣ୍ଟ’। ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ହେଲେ ଜିଓ ବ୍ୟବହାରକାରୀମାନେ ସ୍ନାପଚ୍ୟାଟ୍ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ।

ଏହାପରେ ସେଥିରେ ଜିଓ ଟ୍ୟାଲେଣ୍ଟ ଲେନସକୁ ଇନଷ୍ଟଲ୍ କରିବାକୁ ପଡ଼ିବ। ଏହାପରେ ଜିଓ ଗ୍ରାହକ ନିଜ ଟ୍ୟାଲେଣ୍ଟ ଅନୁଯାୟୀ ଏକ ୧୦ ସେକେଣ୍ଡର ଭିଡିଓ ତିଆରି କରିବେ ଏବଂ ଏହାକୁ ସେୟାର କରିବେ। ଯେଉଁ ଭିଡିଓ ଲୋକମାନଙ୍କୁ ଅଧିକ ପସନ୍ଦ ଆସିବ ସେହି ଭିଡିଓ ପ୍ରସ୍ତୁତକାରୀଙ୍କୁ ମାଗଣାରେ ଥାଇଲାଣ୍ଡ ଯିବାର ସୁଯୋଗ ମିଳିବ।

ସେହିପରି ଶ୍ରେଷ୍ଠ ୧୦୦ ଜଣ ଭିଡିଓ ପ୍ରସ୍ତୁତକାରୀଙ୍କୁ ଗୋଟିଏ ମାସର ମାଗଣା ଜିଓ ରିଚାର୍ଜ ମିଳିବ ବୋଲି ଜିଓ ପକ୍ଷରୁ କୁହାଯାଇଛି।