ଆପଣଙ୍କ ପାଇଁ କେଉଁ ବୀମା ଠିକ୍ ରହିବ, ଜାଣନ୍ତୁ ଏହାର ଫାଇଦା ବାବଦରେ।

ସାଧାରଣତଃ ମୋଟର ଇନସ୍ୟୁରାନ୍ସ ବାବଦରେ ସମସ୍ତଙ୍କୁ ଜଣା। କିନ୍ତୁ ଏହା କେତେ ପ୍ରକାରର ଏହା ପ୍ରାୟ ଅନେକ ଜାଣନ୍ତି ନାହିଁ। ମୋଟର ବୀମାର ପ୍ରକାର ଭେଦକୁ ନେଇ ସମସ୍ତଙ୍କ ପାଖରେ ତଥ୍ୟର ଅଭାବ ରହିଛି। ତେଣୁ ଅନେକ ଭୁଲ ବୀମା କରାଇଥାନ୍ତି। ଯାହା ପରେ ତାଙ୍କୁ କ୍ଷତିରେ ପକାଇଥାଏ। ମୋଟର ଇନସ୍ୟୁରାନ୍ସରେ ଅନେକ ପ୍ରକାରର କଭରେଜ୍ ରହିଛି। ଦୁଇ ଚକିଆ ଯାନ, କାର, ଟ୍ରକ ଓ ଅନ୍ୟ ଯାନଙ୍କ ପାଇଁ ବିଭିନ୍ନ ପ୍ରକାରର ପଲିସି ଆସିଥାଏ। ନିୟମ ଅନୁସାରେ ଭାରତୀୟ ରାସ୍ତାରେ ଚାଲୁଥିବା ସବୁ ଗାଡ଼ିର ବୀମା ହେବା ଅନିବାର୍ଯ୍ୟ ଅଟେ। ନୂଆ ଟ୍ରାଫିକ ରୁଲ୍‌ ଅନୁସାରେ ଏବେ ଏହା ଆହୁରି ଅଧିକ କଡ଼ାକଡ଼ି ହୋଇଯାଇଛି। ମୋଟର ଇନସ୍ୟୁରାନ୍ସ କେତେ ପ୍ରକାରର ଚାଲନ୍ତୁ ଜାଣିବା।

ମୋଟର ଇନସ୍ୟୁରାନ୍ସର ପ୍ରକାର ଭେଦ

ଥାର୍ଡ ପାର୍ଟି ଇନସ୍ୟୁରାନ୍ସ:

ସଡ଼କରେ ଚାଲୁଥିବା ସବୁ ଗାଡ଼ିଙ୍କ ପାଇଁ ମୋଟର ଯାନ ଆଇନ ୧୯୮୮ ଅନୁସାରେ ତୃତୀୟ ପକ୍ଷ ପୀମା ଅନିବାର୍ଯ୍ୟ ଅଟେ। ଏହି ବୀମାରେ ତୃତୀୟ ପକ୍ଷ ସାମିଲ ଥାଏ ଯିଏ ଆପଣଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୁଅନ୍ତି। ଏହି ବୀମାରେ ବୀମା କରାଇଥିବା ବ୍ୟକ୍ତିଙ୍କର ବା ଗାଡ଼ି ମାଲିକଙ୍କର ସିଧାସଳଖ କୌଣସି ଲାଭ ହୋଇନଥାଏ। ତାଙ୍କ ଗାଡ଼ିର କ୍ଷତି ପାଇଁ ତାଙ୍କୁ କିଛି ମଧ୍ୟ ମିଳିନଥାଏ।

ଗାଡ଼ିର କ୍ଷତି ପାଇଁ ବୀମା:

ଦୁର୍ଘଟଣା ସ୍ଥିତିରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସରେ ଆପଣଙ୍କ ଗାଡ଼ି କାରଣରୁ ଦୁର୍ଘଟଣାର ଶିକାର ବ୍ୟାକ୍ତିଙ୍କୁ ବୀମା ରାଶି ମିଳିଥାଏ। କିନ୍ତୁ ଏଥିରେ ଆପଣଙ୍କ ଗାଡ଼ିର କ୍ଷତିପୁର୍ତ୍ତି ହୁଏ ନାହିଁ। ଆପଣଙ୍କୁ ଗାଡ଼ିର ମରାମତି ପାଇଁ କୌଣସି ରାଶି ବୀମା କମ୍ପାନି ଦେଇନଥାଏ। ଏଭଳି ସ୍ଥିତିର ସମ୍ମୁଖୀନ ହେବା ପାଇଁ ଆପଣଙ୍କୁ ଫାଷ୍ଟ ପାର୍ଟି ମୋଟର ଇନସ୍ୟୁରାନ୍ସ କରିବାକୁ ପଡ଼ିବ। ଏହି ଇନସ୍ୟୁରାନ୍ସ କରିବା ଦ୍ୱାରା ଦୁର୍ଘଟଣା କାରଣରୁ ଆପଣଙ୍କ ଗାଡ଼ି କ୍ଷତିଗ୍ରସ୍ତ ହେଲେ ବୀମା କଂପାନି ଆପଣଙ୍କୁ କ୍ଷତିପୁରଣ ଦେବ। ଏହାସହ କିଛି ମରାମତି ପାଇଁ ମଧ୍ୟ ଆପଣଙ୍କୁ ପାର୍ଟସ ଉପରେ ଇନସ୍ୟୁରାନ୍ସ ମିଳିଥାଏ। ବର୍ତ୍ତମାନ ଅନେକ ଇନସ୍ୟୁରାନ୍ସ କମ୍ପାନି ଘଟଣାସ୍ଥଳରେ ସାହାଯ୍ୟ ପହଞ୍ଚାଉଛନ୍ତି। ଯେଉଁଥିରେ ଦୁର୍ଘଟଣା ସ୍ଥଳରେ ହିଁ ଆପଣଙ୍କୁ ସାହାଯ୍ୟ ମିଳିଯାଇଥାଏ।

କାର ଇନସ୍ୟୁରାନ୍ସ:

କାର ବୀମା ଅଚାନକ ହାନି କିମ୍ବା ତୃତୀୟ ପକ୍ଷକୁ ହୋଇଥିବା କ୍ଷତି ପାଇଁ କଭରେଜ୍ ଦେଇଥାଏ। ଯେତେବେଳେ ବି କାର ବୀମା କରାଉଛନ୍ତି ସେତେବେଳେ ବିଭିନ୍ନ ବୀମା କମ୍ପାନିଙ୍କ ପଲିସି ପ୍ରିମିୟମର ତୁଳନା କରନ୍ତୁ। ଯେମିତିକି ଆପଣଙ୍କୁ କମ ପ୍ରିମିୟମରେ ଭଲ ପ୍ଲାନ୍ ମିଳିବ।

ବାଇକ୍ ବୀମା:

ଏହି ପ୍ଲାନରେ ବାଇକ ଓ ସ୍କୁଟରକୁ ସୁରକ୍ଷା ମିଳିଥାଏ। ଏହି ପଲିସିର ବିଶେଷତା କାର ଇନସ୍ୟୁରାନ୍ସ ସହ ସମାନ ହୋଇଥାଏ। ବୀମା କମ୍ପାନିଙ୍କ ପାଇଁ ଇନସ୍ୟୁରାନ୍ସ ସହ ଏକ ଲକ୍ଷ ଟଙ୍କାର ପର୍ସନାଲ ଆକ୍ସିଡେଣ୍ଟ୍ କଭର ଦେବା ଅନିବାର୍ଯ୍ୟ। ଏହା ସହ ଆପଣ କିଛି ଅଧିକା ପ୍ରିମିୟମ ଦେଇ ଦ୍ୱିତୀୟ ସବାରିଙ୍କ ପାଇଁ ମଧ୍ୟ ବୀମା କରାଇ ପାରିବେ। ଏକ ବର୍ଷ ପାଇଁ ଏହି ବୀମା ହୋଇଥାଏ। ତେବେ ଏବେ ଏକାଥରକେ ତିନିବର୍ଷ ପାଇଁ ମଧ୍ୟ ବୀମା ହୋଇ ପାରୁଛି।

ବ୍ୟବସାୟିକ ବାହନ ବୀମା:

ଏହି ବୀମା ଅନ୍ତର୍ଗତରେ ବ୍ୟବସାୟୀକ ଉଦ୍ଦେଷ୍ୟରେ ବ୍ୟବହୃତ ଯାନ ଯେମିତି ବସ, ଆମ୍ବୁଲାନ୍ସ, ଟ୍ରକ, ଟ୍ରାକ୍ଟର ଭଳି କୃଷି ବାହନ ଆସିଥାନ୍ତି। କାର ଓ ବାଇକ ଭଳି ସେବା ଏହି ବୀମାରେ ମିଳିଥାଏ। ଏଥିରେ ମଧ୍ୟ ତୃତୀୟ ପକ୍ଷ ବୀମା ରହିଛି।

ପ୍ରାକୃତିକ ବିପଦରୁ ଦେଇଥାଏ ସୁରକ୍ଷା

ଆପଣଙ୍କ ପାଖରେ ମୋଟର ଇନସ୍ୟୁରାନ୍ସ ଥିଲେ ପ୍ରାକୃତିକ ଆପଦ ଯେମିତି ବନ୍ୟା ଭଳି ସ୍ଥିତିରେ ଆପଣଙ୍କ କାର ବାଇକ କ୍ଷତିଗ୍ରସ୍ତ ହେଲେ ଆପଣଙ୍କୁ କ୍ଷତିପୁରଣ ମିଳିଥାଏ। ଭୂମିକମ୍ପ, ଭୁସ୍ଖଳନ, ବନ୍ୟା, କାଳ ବୈଶାଖୀ, ବିଜୁଳି ମାଡ, ଭଳି ପ୍ରାକୃତିକ ଆପଦରେ ଆପଣଙ୍କ ଗାଡି କ୍ଷତିଗ୍ରସ୍ତ ହେଲେ ଆପଣ ବୀମା କରାଇଥିଲେ କ୍ଷତିପୁରଣ ପାଇପାରିବେ। ଏହାସହ ମାନବକୃତ ସଡକ ଦୁର୍ଘଟଣା ଭଳି ପରିସ୍ଥିତିରେ ମଧ୍ୟ ଆପଣ କ୍ଷତିପୁରଣ ପାଇବାର ହକଦାର।

ମୋଟର ବୀମା ନେବା ବେଳେ କଣ କରିବେ?

ମୋଟର ବୀମା କରାଇବା ବେଳେ ତିନୋଟି କଥାକୁ ଗୁରୁତ୍ୱ ଦିଅନ୍ତୁ ..

୧. ବଜାରରେ ବୀମା କମ୍ପାନିର କ୍ରେଡିଟ୍ କେମିତି? ସେବା ଯୋଗାଇବାର ଏହାର ରେକର୍ଡ ଉପରେ ନଜର ପକାନ୍ତୁ।

୨. ଆପଣଙ୍କୁ କେଉଁ କଭରେଜ୍ ଦେଉଛି ତାକୁ ମଧ୍ୟ ଦେଖନ୍ତୁ।

୩. ବିଭିନ୍ନ କମ୍ପାନିଙ୍କ ପ୍ଲାନ୍‌କୁ ତୁଳନା କରନ୍ତୁ।

୪. ଆପଣ ଦେଉଥିବା ପ୍ରିମିୟମ ତୁଳନାରେ ଉପଯୁକ୍ତ ସେବା ପାଉଛନ୍ତି କି ନାହିଁ ତାହା ଚେକ୍ କରନ୍ତୁ।