ଜୀବନ ବୀମା ସମସ୍ତଙ୍କ ପାଇଁ ଜରୁରୀ। ଦେଶରେ ଲକ୍ଷାଧିକ ବୀମା ଏଜେଣ୍ଟ୍‌ ରହିଛନ୍ତି। ସେମାନେ ଗ୍ରାହକଙ୍କୁ ବୀମା ବିକ୍ରି କରିଥାନ୍ତି। ସଂଖ୍ୟାଧିକ ଏଜେଣ୍ଟ ସଚୋଟ୍ଟତାର ସହ ନିଜ କାମ କରିଥାନ୍ତି। ବୀମାର ସର୍ତ୍ତ ଓ କଭର ବାବଦରେ ସଠିକ ତଥ୍ୟ ଦେଇଥାନ୍ତି। କିନ୍ତୁ କିଛି ବୀମା ଏଜେଣ୍ଟ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଇ ବୀମା ବିକ୍ରି କରିଥାନ୍ତି। ତେଣୁ ଆପଣଙ୍କୁ ବୀମା ନେବାବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆପଣ ଯେଉଁ ବୀମା ନେଉଛନ୍ତି ତାହା ଆପଣଙ୍କ ପାଇଁ ଉପଯୁକ୍ତ କି ନାହିଁ ତାହା ଆଗ ଜାଣନ୍ତୁ। ପ୍ରଥମେ ନିଜକୁ ପ୍ରଶ୍ନ କରନ୍ତୁ ଯେ, ମୁଁ ଯେଉଁ ବୀମା ନେବାକୁ ଯାଉଛି ତାହା ମୋ ପାଇଁ ଜରୁରୀ କି? ଏହାପରେ ବୀମାର ସର୍ତ୍ତ ପଢ଼ନ୍ତୁ। ଏହାସହ ଜାଞ୍ଚ୍‌ କରନ୍ତୁ ଯେ, ଆପଣଙ୍କୁ ଏଜେଣ୍ଟ୍‌ ଯେଉଁ ବୀମା ବାବଦରେ କହୁଛନ୍ତି ସେହି ବୀମା ହିଁ ଦେଉଛନ୍ତି କି ନାହିଁ। ଆସନ୍ତୁ ଜାଣିବା କ’ଣ କଲେ ବୀମା ନେବାବେଳେ ଆପଣ ଠକେଇର ଶିକାର ହେବେ ନାହିଁ।

ଏଫ୍‌ଡିଠାରୁ ଭଲ ରିଟର୍ଣ୍ଣ ମିଳେ

ଅନେକ ଏଜେଣ୍ଟ୍‌ କୁହନ୍ତି ଯେ, ଅମୁକ ବୀମା ଏଫ୍‌ଡିଠାରୁ ଭଲ ରିଟର୍ଣ୍ଣ ଦେଉଛି। କିନ୍ତୁ ସତ ହେଲା ଏହା ଡାହା ମିଛ। ଜୀବନ ବୀମା ପଲିସିର ମୁଖ୍ୟ କାମ ହେଉଛି ଆପଣଙ୍କ ଅସମୟ ମୃତ୍ୟୁରେ ପରିବାରକୁ ଆର୍ଥିକ ସୁରକ୍ଷା ଦେବା। ବୀମା ଧାରକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ମିଳୁଥିବା ରାଶିକୁ ‘ସମ ଆସ୍ୟୁର୍ଡ’ କୁହାଯାଏ। ସୁରକ୍ଷା ସହିତ ଜୀବନ ବୀମାରେ ଅନ୍ୟ ଲାଭ ମଧ୍ୟ ସାମିଲ ଥାଏ।. ବୀମାର ତୁଳନା ଏଫ୍‌ଡି ସହ କରିବାକ ଠିକ୍ ନୁହେଁ। ତେଣୁ ଏଜେଣ୍ଟ୍‌ଙ୍କ ଏଭଳି ଦାବିକୁ କେବେ ମଧ୍ୟ ସତ ବୋଲି ଭାବନ୍ତୁ ନାହିଁ।

term insurance policy_news

ପ୍ରିମିୟମକୁ ନେଇ ଭ୍ରମିତ କରିବା

ଅଧିକରୁ ଅଧିକ ଲାଭ ପାଇଁ ଏଜେଣ୍ଟ୍‌ ପଲିସି ନେଉଥିବା ବ୍ୟକ୍ତିଙ୍କ ସହ ‘ଖର୍ଚ୍ଚ’ ଓ ‘କର୍ତ୍ତବ୍ୟ ବାବଦରେ କଥା ହୁଅନ୍ତି ନାହିଁ। ବୀମା କରୁଥିବା ବ୍ୟକ୍ତି ପଲିସିରେ ଦିଆଯାଇଥିବା ପ୍ରତିସ୍ରୁତିକୁ ସମ୍ମାନ କରିବା ଉଚିଚ ଏବଂ ତାଙ୍କୁ ନିୟମିତି ପ୍ରିମିୟମ ଦେବାକୁ ପଡିବ। ପଲିସି ଅବଧି ପୁରା ହେବା ପର୍ଯ୍ୟନ୍ତ ବୀମାଧାରକଙ୍କୁ ପ୍ରିମିୟମ ଦେବାକୁ ପଡିବ।ଯଦି ପଲିସି ନେଇଥିବା ବ୍ୟକ୍ତି ପୁରା ଅବଧିର ପ୍ରିମିୟମ ଦିଅନ୍ତି ନାହିଁ ତେବେ ତାଙ୍କୁ ମିଳିବାକୁ ଥିବା ଟଙ୍କା କଟିପାରେ କିମ୍ବା ପଲିସି ଲାପ୍ସ କରିପାରେ। ତେଣୁ ଗ୍ରାହକ କେବଳ ସେତିକି ପ୍ରିମିୟମ ପାଇଁ ରାଜି ହେବା ଆବଶ୍ୟକ ଯେତିକି ସେ ଦେଇପାରିବେ। ଏଜେଣ୍ଟ୍‌ଙ୍କ କଥାରେ ପଡି ନିଜ ସାମର୍ଥ୍ୟ ବାହାରେ ବୀମା କରିବା ଠିକ୍ ନୁହେଁ।

କ୍ଲେମ୍ ବାବଦରେ ଭୁଲ ତଥ୍ୟ

ଏହା ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ନୀତି ସହ ସମ୍ପର୍କିତ। କେଉଁ ପରିସ୍ଥିତିରେ ଆପଣ ସ୍ୱାସ୍ଥ୍ୟ ବୀମାର ଲାଭ ପାଇବେ ନାହିଁ, ଏବାବଦରେ ସ୍ପଷ୍ଟ କରିବାକୁ ଏଜେଣ୍ଟ୍‌ଙ୍କୁ କୁହନ୍ତୁ। ଉଦାହରଣ ସ୍ୱରୁପ ଯଦି ଜଣେ ବ୍ୟକ୍ତି ଧୂମପାନ କରନ୍ତି କିନ୍ତୁ ବୀମା କଲାବେଳେ ଧୂମପାନ କରନ୍ତି ନାହିଁ ବୋଲି ଉଲ୍ଲେଖ କରିଥାନ୍ତି ତେବେ ଆଗକୁ ତାଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେବ। ଧୂମପାନ କାରଣରୁ ତାଙ୍କ  ମୃତ୍ୟୁ ହେଲେ ବୀମା କମ୍ପାନି ତାଙ୍କ ପରିବାରକୁ ବୀମା ରାଶି ଦେବ ନାହିଁ। ତେଣୁ ବୀମା କଲାବେଳେ କେବେ ମଧ୍ୟ ମିଛ କୁହନ୍ତୁ ନାହିଁ।