ପ୍ୟାସିଭ୍ ସ୍କିମ୍ ଲୋକପ୍ରିୟ ହେଉଥିବାବେଳେ ଗତ ଦୁଇ ବର୍ଷ ଭିତରେ ଲାର୍ଜ କ୍ୟାପ୍ ସେଗମେଣ୍ଟରେ ଏମାନେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି।

ଆପଣ ଯଦି ଜଣେ ନିବେଶକ ହୋଇଥିବେ ତେବେ ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସୁଥିବ।

୧. କମ ନିବେଶ କାରଣରୁ କଣ ଇଣ୍ଡେକ୍ସ ଫଣ୍ଡ୍ ଉତ୍ତମ ବିକଳ୍ପ କି?

୨. କଣ ଆମ ପକ୍ଷରେ  ମଧ୍ୟ ଇଟିଏଫରେ ନିବେଶ କରିବା ଠିକ୍ ହେବ?

୩. କ’ଣ ମିଡ୍ ଓ ସ୍ମଲ ଇଣ୍ଡେକ୍ସ ଫଣ୍ଡ୍ ଆମ ପୋର୍ଟଫୋଲିଓ ପାଇଁ ଭଲ ହେବ?

ବର୍ତ୍ତମାନ ପାସିଭ୍ ସ୍କିମ୍ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ଲାର୍ଜ କ୍ୟାପ୍ ସେଗମେଣ୍ଟରେ ପାସିଭ୍ ସ୍କିମ୍ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି। ଭାରତୀୟ ବଜାରରେ ଲମ୍ବା ଅବଧିରେ ଏମାନଙ୍କ ଉପଯୋଗିତାକୁ ନେଇ ବିତର୍କ ହୋଇପାରେ। କିନ୍ତୁ ଏବେ ପାସିଭ୍ ସ୍କିମ୍ ପପୁଲାର। ଏମାନଙ୍କ ଲୋକପ୍ରିୟତାର ଗୋଟିଏ କାରଣ ହେଉଛି ନିବେଶ ପାଇଁ କମ ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ। ଏସେଟ୍ ମ୍ୟାନେଜମେଣ୍ଚ କମ୍ପାନିଙ୍କ ମଧ୍ୟରେ ଇଣ୍ଡେକ୍ସ ଫଣ୍ଡ୍ ଓ ଇଟିଏଫ୍ ଲଞ୍ଚ୍‌ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି। ବଜାର ଏହି ସ୍କିମ ସବୁକୁ ସ୍ୱୀକାର କରିବା ପରେ ଏଭଳି ହୋଇଛି। ତେବେ କେବଳ ଏହି ସବୁ କଥା ଇଣ୍ଡେକ୍ସ ଫଣ୍ଡରେ ନିବେଶକୁ ଭଲ ବିକଳ୍ପ କରେନାହିଁ। ଲମ୍ବା ଅବଧିରେ ଇଣ୍ଡେକ୍ସ ଫଣ୍ଡ୍ ଆକ୍ଟିଭ୍ ଫଣ୍ଡ୍‌ଙ୍କୁ ପଛରେ ପକାଇ ଦେବେ ଏହାର ମଧ୍ୟ କିଛି ଗ୍ୟାରେଣ୍ଟି ନାହିଁ। ସିପ୍ ଜରିଆରେ ଆକ୍ଟିଭ୍ ଫଣ୍ଡ୍‌ରେ ନିବେଶ କରୁଥିବା ଗ୍ରାହକଙ୍କ ପକ୍ଷରେ ନିଜ ସିପ୍ ବନ୍ଦ କରିବା ଉଚିତ ହେବ ନାହିଁ। ଯଦି ଆପଣଙ୍କ ପାଖରେ ନିବେଶ ପାଇଁ ବଡ଼ ରକମ ଅଛି ତେବେ ଆପଣ ଇଣ୍ଡେକ୍ସ ଲାର୍ଜ କ୍ୟାପ୍ ଫଣ୍ଡ୍‌ରେ ଲଗାଇ ପାରିବେ।

ଏକ୍ସଚେଞ୍ଜ୍‌ ଟ୍ରେଡେଡ୍ ଫଣ୍ଡ୍ ଅର୍ଥାତ ଇଟିଏଫ୍ ରିଟେଲ ନିବେଶକଙ୍କ ପାଇଁ ବିଲକୁଲ ସୁବିଧାଜନକ ନୁହେଁ

ଇଟିଏଫ୍ ରିଟେଲ ନିବେଶକଙ୍କ ପାଇଁ ବିଲକୁଲ ସୁବିଧାଜନକ ହୋଇନଥାଏ। ଇଣ୍ଡେକ୍ସ ଫଣ୍ଡ୍ ଲିକ୍ୱିଡ୍ ହୋଇଥାଏ। ଆପଣ ଜରୁରୀ ପଡ଼ିଲେ ଏହାକୁ ଭାଙ୍ଗି ପାରିବେ, ଅର୍ଥାତ ନିଜ ଟଙ୍କା ନେଇ ଏଥିରୁ ବାହାରି ଆସି ପାରିବେ। ଆପଣ ଚାହିଁଲେ ଇଣ୍ଡେକ୍ସ ଫଣ୍ଡ୍‌କୁ କେତେବେଳେ ମଧ୍ୟ ରୋକି ପାରିବେ। କିନ୍ତୁ ଏହି କଥା ଇଟିଏଫ୍ ଉପରେ ଲାଗୁ ହୋଇନଥାଏ।

କିଛି ଇଟିଏଫ ଭଲ ରିଟର୍ଣ୍ଣ ଦେଉଛନ୍ତି ବୋଲି ସେଥିରେ ନିବେଶ କରନ୍ତୁ ନାହିଁ

କିଛି ଇଟିଏଫଙ୍କର ଭଲ ରିଟର୍ଣ୍ଣକୁ ଦେଖିକରି ନିବେଶକଙ୍କ ପକ୍ଷରେ ଲୋଭ କରିବା ମୁର୍ଖାମୀ ହେବ। ଯଦି ନିବେଶକ ପାସିଭ୍ ସ୍କିମରେ ନିବେଶ କରିବାକୁ ଚାହାନ୍ତି ତେବେ ତାଙ୍କ ପକ୍ଷରେ ଆଧାରଭୁତ ଇଣ୍ଡେକ୍ସ ଫଣ୍ଡ୍ ସହ ଯିବା ଠିକ୍ ହେବ। ଭାରତୀୟ ବଜାରରେ ମିଡ୍ ଓ ସ୍ମଲ କ୍ୟାପ୍ ସେଗମେଣ୍ଟ୍‌ ବିଦେଶୀ ବଜାର ଭଳି କିମ୍ବା ଲାର୍ଜ କ୍ୟାପ୍ ସେଗମେଣ୍ଟ ଭଳି ପଲିସଡ୍ ନୁହେଁ। ସ୍ମଲ କ୍ୟାପ୍ ସେଗମେଣ୍ଟରେ ସାମିଲ କମ୍ପାନିଙ୍କ  ସହ ଗଭର୍ଣ୍ଣେସ ସଂପର୍କୀୟ ମାମଲା ମଧ୍ୟ ଜଡ଼ିତ ଥାଏ।

ଏହି ଦୁଇ ସେଗମେଣ୍ଟରେ ସେୟାର ବାଛିବା ବେଶ ଗୁରୁତ୍ୱପୂର୍ଣ୍ଣ

ଏହି ଦୁଇ ସେଗମେଣ୍ଟରେ ସେୟାରକୁ ବାଛିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ଇଣ୍ଡେକ୍ସ ଫଣ୍ଡ୍‌କୁ ନେବା ଆପଣଙ୍କ ରିଟର୍ଣ୍ଣକୁ ବିପଦପୂର୍ଣ୍ଣ କରିଦେଇଥାଏ।